Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହନ୍ତି , ଘରର କେଉଁ ଦିଗରେ ପାଣି ପୂର୍ଣ୍ଣ କଲସି ରଖିଲେ ଦାରିଦ୍ର୍ତା ହୋଇଯାଏ ଦୂର ।

ସେୟାର୍ କରନ୍ତୁ

ପୂର୍ବ କାଳରେ ମୁନି ଋଷି ମାନେ ମାଟିର ପାତ୍ରରେ ଭୋଜନ ଠାରୁ ଆରମ୍ଭ କରି ପାଣି ପିଇବା ପର୍ଯ୍ୟନ୍ତ ସବୁ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ଧାତୁର ପାତ୍ର ଲୋକେ ବ୍ୟବହାର କରୁଛନ୍ତି । ମାଟି ପାତ୍ରର ମହତ୍ତ୍ୱ ଏହା ଯେ ଏଥିରେ ରୋଷେଇ କଲେ ପନିପରିବାର ପ୍ରାକୃତିକ ତୈଳ ନଷ୍ଟ ହୁଏନାହିଁ ଏବଂ ଅଳ୍ପ ତେଲରେ ମଧ୍ୟ ଭୋଜନ ପ୍ରସ୍ତୁତ କରି ହୁଏ । ଯାହାକି ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । ଶାସ୍ତ୍ରରେ ମାଟି ପାତ୍ରର ଅନେକ ମହତ୍ତ୍ୱ ରହିଛି ତେଣୁ କୌଣସି ବଡ଼ ଧାର୍ମିକ କାର୍ଯ୍ୟାନୁଷ୍ଠାନରେ ମାଟିର ପାତ୍ରର ହିଁ ବ୍ୟବହାର କରାଯାଏ ଯାହାକି ପବିତ୍ର ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଘରେ ଏକ ମାଟିର ପାତ୍ରକୁ ଯଦି ସଠିକ ସ୍ଥାନରେ ରଖାଯାଏ ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରେ ସକାରାତ୍ମକତା ଆସିଥାଏ ଏବଂ ଧନ ଲାଭ ହୋଇଥାଏ ।

ମାଟିର ପାତ୍ରରେ ରଖାଯାଇଥିବା ପାଣି ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେଣୁ ଘରେ ମାଟିର ପାତ୍ରରେ ପିଇବା ଯୋଗ୍ୟ ପାଣି ଉଚିତ ଦିଗରେ ରଖିବା ଉଚିତ ଏବଂ ଶୋଇବା ସମୟରେ ମଧ୍ୟ ବିଛଣା ପାଖରେ ପାଣି ସଠିକ ଦିଗରେ ରଖିବା ଉଚିତ । ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିବା ପାଞ୍ଚଟି ବସ୍ତୁ ମଧ୍ୟରେ ମାଟିର ପାତ୍ର ମଧ୍ୟ ରହିଥିଲା । ମାଟିର ପାତ୍ର ମନୁଷ୍ୟ ଜୀବନରୁ ସବୁ ନକରାତ୍ମକତା ଦୂର କରିଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ରୋଷେଇ ଘରେ ମାଟିର କଳସି ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଏହାଦ୍ବାରା ଜଳ ସହିତ ପୃଥିବୀ ତତ୍ତ୍ୱର ମିଳନ ହୋଇଥାଏ ଏବଂ ଘରକୁ ସୁଖ ସମୃଦ୍ଧି ସହିତ ସକାରାତ୍ମକ ଶକ୍ତି ଆସିଥାଏ । ଯେଉଁ ବ୍ୟକ୍ତିଙ୍କୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ମାଟି କଳସିର ପାଣି ପିଇବା ଉଚିତ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଐଶାନ୍ୟ କୋଣ ଜଳ ରଖିବାର ସବୁଠାରୁ ଉଚିତ ଦିଗ ଅଟେ । ପଶ୍ଚିମ ଦିଗରେ ଜଳ ପାତ୍ର ରଖିଲେ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ମାତ୍ର ଆଗକୁ ଦକ୍ଷିଣ ଦିଗରେ ରଖିଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ଉତ୍ତର ଦିଗରେ କଳସି କିମ୍ବା ପାଣି ଟାଙ୍କି ରଖିଲେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ଘରେ କଳସି ଥିଲେ ତାହାକୁ ଜଳ ଭର୍ତ୍ତି କରି କିମ୍ବା ସେଥିରେ ମାଟି ଭର୍ତ୍ତି କରି ଜଳ ଦେବା ଉଚିତ ।

ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହେ ଏବଂ ଧନ ଧାନ୍ୟରେ ଭର ଭରପୁର ହୋଇଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କୁ ସବୁବେଳେ କୌଣସି ଅଜଣା ଭୟ କଷ୍ଟ ଦେଇଥାଏ ସେମାନେ ଜଳ ପୂର୍ଣ୍ଣ କଳସି ଘରେ ରଖିବା ଉଚିତ । ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ ସେହି ସ୍ଥାନରେ ଏକ ମାଟିର ପାତ୍ର ନିଶ୍ଚୟ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ସେହି କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ବଢ଼ିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *