Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ରଖନ୍ତୁ ସନ୍ଧ୍ୟା ଦୀପ ଜାଳିବାର ସଠିକ ସହିତ । ସାଥିରେ କରି ଦିଅନ୍ତୁ କିଛି ସହଜ ଉପାୟ । ଦୂର ହେବ ନକରାତ୍ମକତା ।

ସେୟାର୍ କରନ୍ତୁ

ପ୍ରତ୍ୟେକ ହିନ୍ଦୁ ଘରେ ସକାଳ ସନ୍ଧ୍ୟାରେ ଧୂପ ଦୀପ ଜଳାଯିବା ଉଚିତ । ଏହାଦ୍ବାରା ଘରର ନକରାତ୍ମକତା ଦୂର ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । କିନ୍ତୁ କେଉଁ ବିଶେଷ ରୂପରେ ଦୀପ ଜାଳିଲେ ଆପଣ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇବେ , ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଘରର ଯେଉଁ ଦୀପ ଆପଣ ପ୍ରତ୍ୟେକ ଦିନ ବ୍ୟବହାର କରୁଛନ୍ତି ତାହା ନିଶ୍ଚିତ ଭାବରେ ପିତ୍ତଳ ହେବା ଉଚିତ । କାରଣ ଏହା ଶୁଭ ହୋଇଥାଏ । ଘରେ ପୂଜା ସ୍ଥାନରେ ସର୍ବଦା ଯୁଗ୍ମ ସଂଖ୍ୟକ ଦୀପ ଜାଳିବା ଉଚିତ । ଏହାଦ୍ବାରା ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ । ସକାଳୁ ଉଠିବା ପରେ ସ୍ନାନ କରି ଦୀପ ଜାଳିବା ଉଚିତ । କାରଣ ଏହି ସମୟ ଦୀପ ଜାଳିବା ପାଇଁ ସର୍ବୋତ୍ତମ ସମୟ ହୋଇଥାଏ ।

କିନ୍ତୁ ସ୍ନାନ ପରେ ଦୀପ ଜାଳୁଥିଲେ ବିନା ଭୋଜନରେ କେବଳ ପାଣି ପିଇ ଦୀପ ଜଳାନ୍ତୁ । ଏହାଦ୍ବାରା ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । ସନ୍ଧ୍ୟା କାଳରେ ସୂର୍ଯ୍ୟାସ୍ତର ଅଧା ଘଣ୍ଟା ପରେ ଦୀପ ଜାଳି ପାରିବେ । ଏହାଦ୍ବାରା ଆପଣଙ୍କର କୌଣସି କାର୍ଯ୍ୟ ଅଟକି ଯିବ ନାହିଁ । ଯେଉଁ ବ୍ୟକ୍ତି ଏପରି ପ୍ରତ୍ୟେକ ଦିନ କରିଥାଏ ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କର ଅଖଣ୍ଡ କୃପା ବଜାୟ ରହିଥାଏ ।

ଯଦି ଆପଣ ଅଧିକ ଧନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଦୀପ ଜାଳିବା ସମୟରେ ଗୋଟିଏ କଞ୍ଚା ଅଳେଇଚ ନେଇ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଦୀପରେ ପକାଇ ଦିଅନ୍ତୁ । ଦୀପକୁ ଘରର ଭିନ୍ନ ଭିନ୍ନ ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ମଧ୍ୟ ଖୁସି ଭରିଯିବ ।

ଏହାଦ୍ବାରା ମାତା ଲକ୍ଷ୍ମୀ ଘରକୁ ଆକର୍ଷିତ ହୋଇ ଆସନ୍ତି ଏବଂ କୌଣସି କାର୍ଯ୍ୟ ମଝିରେ ଅଟକି ନଥାଏ । ଅନେକ ସମୟରେ ଘରେ ନକରାତ୍ମକତା ଦେଖିବାକୁ ମିଳିଥାଏ । ତେଣୁ ଏକ ଉପାୟ ଅନୁଯାୟୀ ଏକ ଗୋବର ଘଷି ଆଣି ଆଗାମୀ ଦିନ ପୂଜା ସମୟରେ ତାହାକୁ ଗ୍ୟାସ ଜଳାଇ ଅଙ୍ଗାର କରିବା ପରେ ଅଳେଇଚ ପାଉଡର ଏବଂ ଲବଙ୍ଗ ପକାଇ ଦିଅନ୍ତୁ ।

ନିର୍ଗତ ଧୂଆଁକୁ ପୁରା ଘରେ ବିସ୍ତୃତ କରି ଦିଅନ୍ତୁ । ଶେଷରେ ତାହାକୁ ଘରର ତୁଳସୀ ଗଛ ସାମ୍ନାରେ ରଖି ଦିଅନ୍ତୁ । ଏହାଦ୍ବାରା ଘରର ନକରାତ୍ମକତା ଶକ୍ତି ଘରୁ ବାହାରି ଯାଏ । ଏହାଦ୍ବାରା ଆପଣଙ୍କର କୌଣସି କାର୍ଯ୍ୟ ଅଟକି ନଥାଏ ଏବଂ କୌଣସି ଶତ୍ରୁ ଆପଣଙ୍କର କିଛିବି କ୍ଷତି ମଧ୍ୟ କରି ପାରିବେ ନାହିଁ । ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି କାରଣ ଏହି ଧୂଆଁ ମାତା ଲକ୍ଷ୍ମୀଙ୍କୁ ଖୁବ ପ୍ରିୟ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *