Excuse Me Odisha

ଯାହା କହିବୁ ସତ କହିବୁ

୧୯ ସେପ୍ଟେମ୍ବର ୨୦୨୩ ପବିତ୍ର ଗଣେଶ ପୂଜାରେ ଏହି ପାଞ୍ଚଟି ରାଶି ହେବେ ଭାଗ୍ୟଶାଳୀ !

ସେୟାର୍ କରନ୍ତୁ

ଚଳିତ ମାସ ମଙ୍ଗଳବାର ଦିନ ଗଣେଶ ଚତୁର୍ଥୀ ପଡ଼ୁଛି । ଏହି ଗଣେଶ ଚତୁର୍ଥୀ ଠାରୁ ପାଞ୍ଚ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି ଏବଂ ଏମାନଙ୍କ ଉପରେ ଭଗବାନ ଗଣେଶଙ୍କ ଅପାର କୃପା ପଡ଼ିବାକୁ ଯାଉଛି । ଯାହାର ଫାଇଦା ଏହି ରାଶିର ଲୋକେ ଉଠାଇ ପାରିବେ । କହୁରଖିବୁ ଯେ ଗଣେଶ ଚତୁର୍ଥୀ ଠାରୁ ଶୁଭ ଅବସର ସହିତ ଏହି ବ୍ୟକ୍ତି ମାନଙ୍କୁ ହଠାତ ଧନ ଲାଭ , ବିଦ୍ୟାର୍ଥୀଙ୍କର ଉନ୍ନତି , ଚାକିରୀ କ୍ଷେତ୍ରରେ ସଫଳତା , କାର୍ଯ୍ୟ କ୍ଷେତ୍ରରେ କୌଣସି ଯାତ୍ରାରେ ଗମନ , ଚାକିରୀରେ ପଦୋନ୍ନତି ଏବଂ ରୋଜଗାର ଇତ୍ୟାଦି ଏହି ସବୁ ଲାଭ ମିଳିବାକୁ ଯାଉଛି ।

କିନ୍ତୁ ବ୍ୟାପାର କ୍ଷେତ୍ରରେ କୌଣସି ବ୍ୟକ୍ତି ଉପରେ ବିଶ୍ୱାସ କରିବା ପୂର୍ବରୁ ତର୍ଜମା କରିବା ସହିତ ଦୂର ଯାତ୍ରା ନିମନ୍ତେ ଯାଉଥିଲେ ସାବଧାନତାର ସହିତ ଯାଆନ୍ତୁ ।

୧ . ବୃଷ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ଏମାନେ ସଫଳ ଜୀବନ ବ୍ୟତୀତ କରିବାକୁ ଯାଉଛନ୍ତି । ଧନ ସମ୍ପତ୍ତିରେ ବୃଦ୍ଧି ହେବା ସହିତ ଖରାପ ସମୟ ଦୂର ହେବାକୁ ଯାଉଛି । ଯେଉଁ କାରଣରୁ ଏହି ରାଶିକୁ କେବଳ ଲାଭ ହିଁ ଲାଭ ପ୍ରାପ୍ତ ହେବ । ଶ୍ରୀଗଣେଶଙ୍କୁ ଆରାଧନା କରନ୍ତୁ ।

୨ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କର ଶୁଭ ସମୟ ଆସିବାକୁ ଯାଉଛି ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି । ଯଦି ଏହି ରାଶିର ବ୍ୟକ୍ତି ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରନ୍ତି ତେବେ ସବୁ ସମସ୍ୟାର ଅନ୍ତ ହେବ ।

୩ . ସିଂହ ରାଶି:-

ଏହି ସମୟରେ ହେଉଥିବା ପରିବର୍ତ୍ତନ ଖୁବ ଖାସ ହେବାକୁ ଯାଉଛି । ଆର୍ଥିକ ଯୋଜନା ଶୁଭ ହେବା ସହିତ ବ୍ୟବସାୟରେ ଲାଭ ହେବ । ଆପଣ ନିଜର ସମସ୍ତ କାର୍ଯ୍ୟ ଯୋଜନାବଦ୍ଧ ଭାବରେ କରିବେ । ଯାହାକି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସିଦ୍ଧ ହେବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ନିଶ୍ଚୟ ପ୍ରାପ୍ତ ହେବ । ସବୁ ବିନାଶ କାରୀ ଶକ୍ତିର ନାଶ ଘଟିବ ।

୪ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ପରିବାରର ସହଯୋଗ ପ୍ରାପ୍ତ ହେବ । ଘରକୁ ଅତିଥିଙ୍କ ଆଗମନ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢ଼ା ପ୍ରତି ମନ ଲାଗିବ । ଚାକିରୀ ମିଳିପାରେ ଏବଂ ଧନ ପ୍ରାପ୍ତ କରିବାର ବାଟ ଖୋଲିଯିବ । ଧାର ଦେଇଥିବା ଟଙ୍କା ଫେରି ପାଇବେ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କୁ ବ୍ୟାପାରରେ ଉନ୍ନତି ମିଳିବ ।

୫ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ଆଉ ସଫଳତା ହାସଲ କରିବାରେ କେହିବି ଅଟକାଇ ପାରିବେ ନାହିଁ । ଶୁଦ୍ଧ ମନରେ ଭଗବାନ ଶ୍ରୀଗଣେଶଙ୍କ ଆରାଧନା କରି ଆରମ୍ଭ କରିଥିବା କାର୍ଯ୍ୟ ସଫଳ ହେବ । କାର୍ଯ୍ୟ କ୍ଷେତ୍ରରେ ନିଜ ପ୍ରତି ଏବଂ ନିଜ କାମ ପ୍ରତି ଖୁବ ଉତ୍ସାହିତ ଅନୁଭବ କରିବେ । କାହାରି କଥାରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *