Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିର ଜିନିଷ । ହଜାରେ ଗୁଣା ଅଧିକ ହେବ ଆର୍ଥିକ ବୃଦ୍ଧି । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ତୁଳସୀ ଗଛ ଏକ ଅତି ପବିତ୍ର ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ଥିବା ଗଛ ଅଟେ ଯାହାର ମହତ୍ତ୍ୱ ବର୍ତ୍ତମାନ ସମୟରେ ପ୍ରାୟ ଏକାଧିକ ଦେଶର ଲୋକ ଜାଣିଲେଣି । କିନ୍ତୁ ତୁଳସୀ ଗଛ ଯେ କେବଳ ଘରେ ରଖିଲେ ମନୁଷ୍ୟର ଭାଗ୍ୟ ବଦଳିଯିବ , ତାହା ଆଦୋୖ ନୁହେଁ କାରଣ ତୁଳସୀ ଗଛ ଘରେ ରଖିବାର ଅନେକ ପ୍ରକାରର ବିଧି ରହିଛି । ଯାହାକୁ ଉଚିତ ଭାବରେ କଲେ ଜୀବନରେ ସୁଖ ସମୃଦ୍ଧି ଅସିବା ସହିତ ଭଗବାନ ଶ୍ରୀକୃଷ୍ଣ , ମାତା ଲକ୍ଷ୍ମୀ ଏବଂ ମାତା ତୁଳସୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଯେଉଁ ଲୋକ ମାନେ ଘରେ ତୁଳସୀ ଗଛ ରଖିଛନ୍ତି ସେମାନେ ଜାଣି ରଖିବା ଉଚିତ ଯେ ତୁଳସୀ ଗଛରେ ସର୍ବଦା ନୀଳ କିମ୍ବା ଚମକୁଥିବା ଚୁନି ଘୋଡ଼ାଇ ରଖିବା ଉଚିତ ।

ଯାହାକୁ ସମୟ ସମୟରେ ବଦଳାଇ ଦେବା ମଧ୍ୟ ଉଚିତ । ଏଭଳି ମାନ୍ୟତା ରହିଛି ଯେ ଯେଉଁ ଘରେ ତୁଳସୀ ଗଛ ସର୍ବଦା ଭରପୁର ଏବଂ ସବୁଜ ରହିଥାଏ ସେହି ଘର ଉପରେ ଭଗବାନ ବିଷ୍ଣୁଙ୍କ କୃପା ସର୍ବଦା ବଜାୟ ରହିଥାଏ । ତେଣୁ ତୁଳସୀ ଗଛର ଧ୍ୟାନ ରଖିବା ଉଚିତ । ତୁଳସୀ ଗଛରେ ଅପରିଷ୍କାର ପାଣି ଦେବା ଉଚିତ ନୁହେଁ କିମ୍ବା ଏହା ପାଖରେ ଛେପ ଅଳିଆ , ଆବର୍ଜନା , ଜୋତା ଚପଲ ଆଦି ମଧ୍ୟ ପକାଇବା ଉଚିତ ନୁହେଁ । ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ , ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଘର ଉପରକୁ ବଡ଼ ବାଧା ଆସିଥାଏ । ତୁଳସୀ ଗଛ ଶୁଖିଗଲେ ତାହା ଘର ଉପରକୁ ଆସୁଥିବା ବଡ଼ ବିପଦ ବିଷୟରେ ମଧ୍ୟ ଅବଗତ କରାଇ ଥାଏ ।

ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ଭଗବାନ ବିଷ୍ଣୁଙ୍କ ଭୋଗରେ ତୁଳସୀ ପତ୍ର ବାଧ୍ୟତାମୂଳକ ଅଟେ । ନଚେତ ପୂଜା ଅସମ୍ପୂର୍ଣ୍ଣ ରହିଯାଏ । ମାସିକ ଧର୍ମ ଥିବା ମହିଳା ମାନେ କେବେବି ତୁଳସୀରେ ଜଳ ଦେବା ଉଚିତ ନୁହେଁ କିମ୍ବା ଜୋତା ଚପଲ ପିନ୍ଧି ଜଳ ଦେବା ଉଚିତ ନୁହେଁ । ଏହାବ୍ୟତୀତ ମହିଳା ମାନେ କେବେବି ନିଜ କେଶକୁ ମୁକୁଳା ରଖି ତୁଳସୀ ଗଛରେ ଜଳ ଦେବା ଉଚିତ ନୁହେଁ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଏକ ଦୀପ ନିଶ୍ଚୟ ଜାଳି ଦିଅନ୍ତୁ । ଏହାଦ୍ବାରା ଘରର ନକରାତ୍ମକତା ଦୂର ହୋଇଥାଏ ଏବଂ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ । ତୁଳସୀରେ ଜଳ ଦେବା ସମୟରେ ଧ୍ୟାନ ଦେବେ ଯେପରି ସେହି ଜଳ ଆପଣଙ୍କ ପାଦରେ ନପଡ଼େ ।

ପ୍ରତ୍ୟେକ ଦିନ ତୁଳସୀ ଗଛ ଦର୍ଶନ ଏବଂ ଗୋଟିଏ ପତ୍ର ସେବନ ଦ୍ୱାରା ସବୁ ପାପ ଏବଂ ଶାରୀରିକ ସମସ୍ୟା ଦୂର ହୋଇଥାଏ । ଘରର ସାମ୍ନାରେ ପୂର୍ବ କିମ୍ବା ଉତ୍ତର ଦିଗରେ ଏହି ଗଛ ଲଗାଯିବା ଉଚିତ । ତୁଳସୀ ଗାଉଁଲାରେ ଅନାବନା ଗଛ ଉଠିଥିଲେ ତାହାକୁ ସମୟ ସମୟରେ ହଟାଇ ଦିଅନ୍ତୁ । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରଖିବା ଉଚିତ ଏବଂ ଅଧିକ ଗଛ ଥିଲେ ତାହାକୁ ପଡ଼ୋଶୀଙ୍କୁ ଦାନ ମଧ୍ୟ କରି ପାରିବେ । ତୁଳସୀ ଗଛ ଶୁଖି ଯାଇଥିଲେ ତାହାକୁ ବାହାର କରି ଜଳରେ ପ୍ରବାହିତ କିମ୍ବା ମାଟିରେ ପୋତି ନୂଆ ଗଛ ଲଗାଇ ଦିଅନ୍ତୁ । କାରଣ ଘରେ ଶୁଖିଲା ତୁଳସୀ ଗଛ ରହିବା ଶୁଭ ହୋଇ ନଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *