Excuse Me Odisha

ଯାହା କହିବୁ ସତ କହିବୁ

ଶରୀରର ଏହି ଆଠଟି ଅଙ୍ଗରେ କଳାଜାଇ ଥିବା ଲୋକ ହୋଇଥାନ୍ତି କୋଟିପତି । ନିଶ୍ଚିତ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ସମୁଦ୍ର ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟର ଶରୀରରେ କଳାଜାଇ ରହିଥାଏ ଯାହାକି ମନୁଷ୍ୟର ଭାଗ୍ୟ ଏବଂ ଦୁର୍ଭାଗ୍ୟର କାରଣ ହୋଇପାରେ । ସବୁ କଳାଜାଇ ଯେ ମନୁଷ୍ୟର ସୌଭାଗ୍ୟର କାରଣ ହେବ ତାହା ଆଦୋୖ ହୋଇ ନଥାଏ । ତେବେ ଆଉ ଏକ ବିଶେଷ କଥା ହେଉଛି ଯେ ଜନ୍ମ ଠାରୁ ଶରୀରରେ ରହିଥିବା କଳାଜାଇ କିମ୍ବା ବୟସ ବଢ଼ିବା ସହିତ ସୃଷ୍ଟି ହେଉଥିବା କଳାଜାଇ ସବୁର ମହତ୍ତ୍ୱ ସମାନ ହୋଇଥାଏ ।

୧ . ନାକ ଉପରେ କଳାଜାଇ:-

ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିର ନାକ ଉପରେ କଳାଜାଇ ରହିଥାଏ ସେମାନେ ଖୁବ ସ୍ୱାଭିମାନି ହୋଇଥାନ୍ତି । ସେମାନେ ସର୍ବଦା ନିଜର ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଆଗକୁ ବଢ଼ିଥାନ୍ତି । ଏମାନଙ୍କର ମନ ସମ୍ପୂର୍ଣ୍ଣ ପରିଷ୍କାର ହୋଇଥାଏ । ମହିଳା ହୁଅନ୍ତୁ କିମ୍ବା ପୁରୁଷ ଏମାନେ ନିଜ ପ୍ରଗତିର ମାର୍ଗରେ ସବୁବେଳେ ବଢ଼ିଥାନ୍ତି ।

୨ . ହାତ ପାପୁଲିରେ କଳାଜାଇ:-

ହାତ ପାପୁଲିରେ ଯେଉଁ ବ୍ୟକ୍ତିଙ୍କର କଳାଜାଇ ରହିଥାଏ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏମାନଙ୍କର କୌଣସି କାର୍ଯ୍ୟ କେବେବି ଅଟକି ନଥାଏ । ବିବାହ ପରେ ଏମାନଙ୍କ ଭାଗ୍ୟ ଉଦୟ ହୋଇଥାଏ । ଏମାନଙ୍କ ପାଖରେ କେବେବି ଧନର ଅଭାବ ରହେନାହିଁ । ଏମାନେ ସ୍ୱଭାବର ଖୁବ ଭଲ ହୋଇଥାନ୍ତି ।

୩ . ପାଦ ଆଙ୍ଗୁଠିରେ କଳାଜାଇ:-

ଯେଉଁ ବ୍ୟକ୍ତିଙ୍କର ପାଦ ଆଙ୍ଗୁଠିରେ କଳାଜାଇ ରହିଥାଏ ସେମାନେ ଖୁବ ସୌଭଗ୍ୟଶାଳୀ ହୋଇଥାନ୍ତି । ଏମାନେ ବୁଲାବୁଲି ଏବଂ ମଉଜ ମଜଲିସ କରିବାକୁ ଆଗ୍ରହୀ ରହନ୍ତି । ଏହି କାରଣରୁ ଏମାନଙ୍କ ପାଖରେ ଧନ କେବେବି ରହି ନଥାଏ । ଏମାନେ ମନରୁ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ।

୪ . ହାତର ମଝି ଆଙ୍ଗୁଠିରେ କଳାଜାଇ:-

ଖୁବ କମ ଲୋକଙ୍କ ଠାରେ ଏପରି ରହିଥାଏ । କିନ୍ତୁ ଯେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ରହିଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଘରେ ବି ଜନ୍ମ ହୋଇଥାନ୍ତୁ ନା କାହିଁକି ସେମାନଙ୍କୁ ଆଗକୁ ବଢ଼ିବାରେ କେହିବି ଅଟକାଇ ପାରନ୍ତି ନାହିଁ । ଏମାନଙ୍କ ବ୍ୟକ୍ତିତ୍ବ ମଧ୍ୟ ଅନନ୍ୟ ହୋଇଥାଏ । ଏମାନେ କେବେବି ପଛକୁ ବୁଲି ଦେଖନ୍ତି ନାହିଁ ।

୫ . ବେକରେ କଳାଜାଇ:-

ଏପରି ବ୍ୟକ୍ତି ଖୁବ ବୁଦ୍ଧିମାନ ହୋଇଥାନ୍ତି । ନଜ ବୁଦ୍ଧି ଦ୍ୱାରା ହିଁ ଏମାନେ ଧନ ଅର୍ଜନ କରିଥାନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଏମାନେ ସୌନ୍ଦର୍ଯ୍ୟରେ ଧନୀ ହୋଇଥାନ୍ତି । ଏମାନେ ଚତୁର ମଧ୍ୟ ହୋଇଥାନ୍ତି ଏବଂ ଜୀବନରେ ସଫଳତା ହାସଲ କରିଥାନ୍ତି ।

୬ . କାନରେ କଳାଜାଇ:-

ଯେଉଁ ବ୍ୟକ୍ତିଙ୍କ କାନରେ କଳାଜାଇ ରହିଥାଏ ସେମାନେ ଖୁବ ବିଚାରଶୀଳ ହୋଇଥାନ୍ତି ଏବଂ ଜୀବନରେ ସଫଳାତ ହାସଲ ମଧ୍ୟ କରିଥାନ୍ତି । ଏମାନଙ୍କ ଦୃଢ଼ ନିଷ୍ପତ୍ତି ଯାହାକି ସେମାନେ ନିଜେ ନେଇଥାନ୍ତି ତାହା କେବେ ଭୁଲ ପ୍ରମାଣିତ ହୋଇ ନଥାଏ ।

୭ . ଓଠରେ କଳାଜାଇ:-

ଯେଉଁ ବ୍ୟକ୍ତିଙ୍କ ଓଠରେ କଳାଜାଇ ରହିଥାଏ ସେମାନଙ୍କ ଜୀବନ ଖୁବ ଖୁସିପୂର୍ଣ୍ଣ ରହିଥାଏ । ଏମାନେ ସମସ୍ତଙ୍କ ମଧ୍ୟରେ ନିଜର ଏକ ଭିନ୍ନ ପରିଚୟ ବନାଇଥାନ୍ତି । ଏମାନଙ୍କ ବାଣୀ ଏମାନଙ୍କ ଅସ୍ତ୍ର ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *