Excuse Me Odisha

ଯାହା କହିବୁ ସତ କହିବୁ

ସେପ୍ଟେମ୍ବର ୧୪ ଭାଦ୍ରପଦ ଅମାବାସ୍ୟା । ଗୋମାତାଙ୍କୁ ଚୁପଚାପ ଖୁଆଇ ଦିଅନ୍ତୁ କେବଳ ଏହି ଜିନିଷ । ସବୁ ଦୁଃଖ ଦାରିଦ୍ର୍ୟତା ହୋଇଯିବ ଦୂର ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ଅମାବାସ୍ୟା ଯେତିକି ଗୁରୁତ୍ୱପୂର୍ଣ୍ଣ ଗୋମାତାଙ୍କ ପୂଜା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ପ୍ରାୟ ସବୁ ହିନ୍ଦୁ ଘରେ ଗୋମାତାଙ୍କ ପାଳନ କୌଣସି ବୃହତ ପୁଣ୍ୟ ଠାରୁ କମ ନୁହେଁ । କହିରଖିବୁ ଯେ ଗୋମାତାଙ୍କ ପାଳନ ସମ୍ଭବପର ନହେଲେ ଅତିକମରେ ଗୋମାତାଙ୍କୁ ପ୍ରତ୍ୟେକ ଦିନ ରୋଟି ଖୁଆନ୍ତୁ । କିନ୍ତୁ ଏହି ସମୟରେ କିଛି ଭୁଲ ଯେମିତିକି ବାସୀ ରୁଟି , ଅନ୍ୟାନ୍ୟ ବାସୀ ଖାଦ୍ୟ , ପଚା ସଢ଼ା ଖାଦ୍ୟ , କ୍ଷୀର , ଘିଅ ଇତ୍ୟାଦି ଜିନିଷ ଖାଇବାକୁ ଦେବା ଉଚିତ ନୁହେଁ । ଗୋମାତାଙ୍କ ମଧ୍ୟରେ ସବୁ ଦେବଦେବୀଙ୍କ ବାସ ରହିଛି ଏବଂ ଗୋମାତାଙ୍କୁ ଗୁରୁ ଗ୍ରହ ସହିତ ତୁଳନା କରାଯାଇଛି ।

ଜାତକରେ ଗୁରୁ ଗ୍ରହ ଦୁର୍ବଳ ଥିଲେ ରୋଟିରେ ହଳଦୀ ଲଗାଇ , ମାନସିକ ଚିନ୍ତା ଥିଲେ ରୋଟିରେ ଗୁଡ଼ ଲଗାଇ ଏବଂ ଗ୍ରହ ଦୁର୍ବଳ ଥିଲେ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗାଈକୁ ଖାଇବାକୁ ଦିଅନ୍ତୁ । ମନୁଷ୍ୟର ଲକ୍ଷ ଲକ୍ଷ ୟୁନି ମଧ୍ୟରେ ଗାଈ ଶେଷ ୟୁନି ହୋଇଥାଏ । ଯେଉଁ ଜନ୍ମ ପରେ ଆତ୍ମା ଶେଷରେ ମନୁଷ୍ୟ ଜନ୍ମ ପାଇଥାଏ । ଗାଈ ଖୁବ ଅଶୁଭ ହୋଇଥାଏ । ତେଣୁ ଯେଉଁଠି ଆପଣ ଘର ବନାଇବାକୁ ଚାହୁଁଛନ୍ତି ସେହି ସ୍ଥାନକୁ ନେଇ କୌଣସି ଦ୍ୱନ୍ଦ ଥିଲେ ସେଠାରେ ଦଶ ଦିନ ପର୍ଯ୍ୟନ୍ତ ଗାଈ ଏବଂ ବାଛୁରୀକୁ ଏକାଠି ବାନ୍ଧି ରଖନ୍ତୁ । ଏହାଦ୍ବାରା ସେହି ସ୍ଥାନ ସମ୍ପୂର୍ଣ୍ଣ ପବିତ୍ର ହେବା ସହିତ କୌଣସି ନକରାତ୍ମକ ଶକ୍ତି ସେଠାରେ ରହିବ ନାହିଁ ।

ଗାଈ ଏବଂ ବାଛୁରୀର ଦର୍ଶନ ଏକାସହିତ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଘରକୁ କୌଣସି ଗାଈ ଆସୁଛି ତେବେ ତାହାକୁ ନିଶ୍ଚୟ ଖୁଆନ୍ତୁ ଏବଂ ଆଶୀର୍ବାଦ ମଧ୍ୟ ନିଅନ୍ତୁ । ଘର ଚାରି ପାଖରେ ଗାଈ ଘୁରି ବୁଲିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ରାସ୍ତାରେ ଯାଉଥିବା ସମୟରେ ଗାଈ ବାଟ କାଟିଲେ ତାହାର ଅର୍ଥ ଆପଣ ଯେଉଁ କାମରେ ବାହାରକୁ ଯାଉଥିବେ ତାହା ନିଶ୍ଚୟ ସଫଳ ହେବ । ଗାଈକୁ ଏମିତିରେ ଘରେ ପାଳିବା ଅତ୍ୟନ୍ତ ଶୁଭ ହୋଇଥାଏ କିନ୍ତୁ ସ୍ଥାନ କିମ୍ବା ଅର୍ଥ ଅଭାବ ଥିଲେ ଅତିକମରେ ଗାଈ ନାମରେ ପ୍ରତ୍ୟକ ଦିନ ଟଙ୍କା ସଞ୍ଚୟ କରି ରଖନ୍ତୁ ଏବଂ କୌଣସି ଗୋଶାଳାକୁ ଦାନ କରି ଦିଅନ୍ତୁ ।

ରାମାୟଣ କାଳରୁ ଗୋମାତାଙ୍କୁ ମିଳିଥିବା ଏକ ଅଭିଶାପ ଅନୁଯାୟୀ ହିଁ ଗୋମାତା ଅଇଁଠା ଖାଇଥାନ୍ତି । ବାସ୍ତବରେ ରାମାୟଣ ଯୁଗରେ ଗୋମାତା ମାତା ସୀତାଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲି ମିଛ କହିଥିଲେ । ଯେଉଁ କାରଣରୁ ମାତା ସୀତା ତାଙ୍କୁ ଅଭିଶାପ ଦେଇଥିଲେ ଯେ କଳିଯୁଗରେ ଗୋମାତା ପୂଜ୍ୟ ହୋଇଥିଲେବି ତାଙ୍କୁ ଅଇଁଠା ସେବନ କରିବାକୁ ପଡ଼ିବ । ସେହିଭଳି ସେହି ସମୟରେ ମାତା ସୀତା କେତକୀ ଫୁଲକୁ ଅଭିଶାପ ଦେଇଥିବାରୁ ବର୍ତ୍ତମାନ କେତକୀ ଫୁଲର ବାସ୍ନା ଥିବା ସତ୍ତ୍ୱେବି ତାହା ପୂଜାରେ ନିଷିଦ୍ଧ ଥାଏ ଏବଂ ଫାଲ୍ଗୁ ନଦୀ ସବୁବେଳେ ଶୁଖିଲା ରହେ । ଯଦି ଆପଣ ରୋଷେଇ ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗାଈକୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ କୌଣସି ପ୍ରକାରର ଅଭାବ ରହିବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *