Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟିଏ ଏକ ଟଙ୍କିଆ କୋଏନ ଦ୍ୱାରା କରନ୍ତୁ ଏହି ଉପାୟ । ବଡ଼ ବଡ଼ କରଜରୁ ମଧ୍ୟ ହେବ କ୍ଷମା ।

ସେୟାର୍ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କରଜ ନଥିଲେ ସେହି ଜୀବନ ବେଶ ଶାନ୍ତିରେ କଟିଥାଏ । ଆଉ ଯଦି କରଜ ଥରେ ଜୀବନରେ ହୋଇଯାଏ ତେବେ କରଜ ସମ୍ପୂର୍ଣ୍ଣ ସୁଝିବା ପର୍ଯ୍ୟନ୍ତ ଜୀବନ ଖୁବ ଅଶାନ୍ତିରେ କଟିଥାଏ । କରଜ କାରଣରୁ ବ୍ୟକ୍ତି ସବୁବେଳେ ମାନସିକ ଚିନ୍ତାଗ୍ରସ୍ତ ରହିବା ସହିତ ପୁରା ପରିବାରରେ ଅଶାନ୍ତି , ବାଦ ବିବାଦ ଦେଖା ଦେଇଥାଏ । କରଜ କାରଣରୁ ମାନ ହାନୀ ମଧ୍ୟ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି କରଜ ନେବା ପୂର୍ବରୁ ହିଁ ସାବଧାନ ହୋଇ କରଜ ନେବା ଉଚିତ । ମଙ୍ଗଳବାର ଏବଂ ଶନିବାର ଦିନ କରଜ ନିଅନ୍ତୁ ନାହିଁ କାରଣ ଏହାର ସମାଧାନ ବିଳମ୍ବ ହୋଇଥାଏ କିମ୍ବା କେବେ ସମାଧାନ ହୋଇପାରେ ନାହିଁ ।

ସେହିଭଳି ୮ , ୧୭ , ୨୬ ଏହି ତିନୋଟି ଅଙ୍କ ଶନିଦେବଙ୍କର ହୋଇ ଥିବାରୁ ଏହି ସବୁ ତାରିଖରେ କରଜ ନେବା ଆଦୋୖ ଉଚିତ ନୁହେଁ । କରଜ ନେଉଥିବା କାଗଜପତ୍ରରେ କଳା କାଳିରେ ହସ୍ତାକ୍ଷର କରନ୍ତୁ ନାହିଁ । କରଜ ନେବାର ଉପଯୁକ୍ତ ବାର ହେଉଛି ସୋମବାର , ବୁଧବାର ଏବଂ ଶୁକ୍ରବାର । କୌଣସି ଏକ ବଡ଼ କରଜରେ ମନୁଷ୍ୟ ଫସି ରହିଥିଲେ ଏକ ଗୋଟା ପାନ ପତ୍ର ନେଇ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ମୋଡ଼ି ଦିଅନ୍ତୁ ଏବଂ ମଙ୍ଗଳବାର ଦିନ ସନ୍ଧ୍ୟ ସମୟରେ ସ୍ନାନ କରି ପରିଷ୍କାର ବସ୍ତ୍ର ଧାରଣ କରି କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ । ଏହି ଉପାୟ ଲଗାତାର ତିନି ମାସ ପ୍ରତ୍ୟକ ମଙ୍ଗଳବାରରେ ସାତ୍ଵିକତା ସହିତ ବଜାୟ ରଖନ୍ତୁ ।

ଉଭୟ କରଜ ସମସ୍ୟା ସହିତ ବ୍ୟବସାୟରେ ମଧ୍ୟ କ୍ଷତି ଦେଖା ଦେଉଠିଲେ ଏକ ପାନ ପତ୍ର ଆଣି ଡେମ୍ଫ ବାହାର କରି ଚିକ୍କଣ ଅଂଶକୁ ତଳକୁ ରଖି ଖଦଡ଼ିଆ ପାର୍ଶ୍ଵ ଉପରେ ଦୁଇଟି ଲବଙ୍ଗ ରଖି ଭଗବାନଙ୍କୁ ପ୍ରାର୍ଥନା କରି କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ କୌଣସିବି ସମସ୍ୟା ଏହି ପାନ ପତ୍ର ସହିତ ବୋହି ଯିବ । କରଜ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନବରାତ୍ରୀର ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପାନ ପତ୍ର ଆଣି ସେଥିରେ ରିମ ଲେଖି ମାତା ଦୁର୍ଗାଙ୍କୁ ଅର୍ପିତ କରି ଦିଅନ୍ତୁ । ଏହି ଉପାୟକୁ ଘରର କେହିବି କରି ପାରିବେ ମାତ୍ର ମହିଳା ହନୁମାନଙ୍କୁ ସ୍ପର୍ଶ କରନ୍ତୁ ନାହିଁ ।

ମଙ୍ଗଳବାର ଦିନ ଦିନ ସାତ୍ଵିକ ଭୋଜନ କରନ୍ତୁ ଏବଂ ଲୁଣ ସେବନ କରନ୍ତୁ ନାହିଁ । ରାତି ୧୧ ରୁ ୧ ମଧ୍ୟରେ ଶୁଦ୍ଧ ହୋଇ ହନୁମାନଙ୍କ ସାମ୍ନାରେ ଆସନ ପକାଇ ବସି ଯାଆନ୍ତୁ ଏବଂ ନାଲି ଫୁଲ ଅର୍ପିତ କରନ୍ତୁ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ନିୟମିତ ଭାବରେ ୧୧ ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ପୁରୁଷ ମାନେ ମଙ୍ଗଳବାର ଦିନ ଦକ୍ଷିଣବର୍ତ୍ତି ହନୁମାନଙ୍କୁ ସିନ୍ଦୁର ଅର୍ପିତ କରିବା ଉଚିତ ଏବଂ ନାଲି ଫୁଲ ଅର୍ପିତ କରିବା ସହିତ ସକାଳ ସନ୍ଧ୍ୟା ଶଙ୍ଖ ବଜାଇ କରଜ ମୁକ୍ତି ନିମିତ୍ତ ପ୍ରାର୍ଥନା କରିବା ଉଚିତ । ଏହାଦ୍ବାରା ବହୁତ ଜଲଦି ବଡ଼ ବଡ଼ କରଜ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *