Excuse Me Odisha

ଯାହା କହିବୁ ସତ କହିବୁ

କରି ଦିଅନ୍ତୁ ଲେମ୍ବୁର ଏହି ଦଶଟି ଉପାୟ । ଘରେ ହେବ ଟଙ୍କା ବର୍ଷା । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଜ୍ୟୋତିଶ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ପାଠ କଲେ ସେଥିରେ ଲେମ୍ବୁ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଏଗାରଟି ଅଧ୍ୟାୟ ଦେଖି ପାରିବେ । ତେବେ କହିରଖିବୁ ଯେ ଲେମ୍ବୁର ପ୍ରୟୋଗ କେବଳ ବର୍ତ୍ତମାନ ସମୟରେ ନୁହେଁ ବରଂ ଅନେକ ପୁରା କାଳରୁ ହିଁ ଏହାର ବ୍ୟବହାର ହୋଇ ଆସୁଛି । ଜୀବନର କୌଣସି ସମସ୍ୟା ଏହି ଉପାୟ ଦ୍ୱାରା ଠିକ ହୋଇ ପାରିବ । ବିଜ୍ଞାନ ଅନୁଯାୟୀ ଲେମ୍ବୁରେ ଭିଟାମିନ ସି ପ୍ରଚୁର ପରିମାଣରେ ଥାଏ ।

୧ . ନଜର ସମସ୍ୟା:-

ଅନେକ ଲୋକଙ୍କ କାର୍ଯ୍ୟ ସ୍ଥଳ ଦୋକାନ କିମ୍ୱା ବ୍ୟବସାୟରେ ନଜର ଦୋଷ କାରଣରୁ ଉନ୍ନତି ହୋଇପାରେ ନାହିଁ । ତେବେ ଏଭଳି ପରିସ୍ଥିତିରେ ଲେମ୍ବୁ ରାମବାଣ ସଦୃଶ କାମ କରିଥାଏ । ଲେମ୍ବୁ ସହିତ ଲଙ୍କା ମୁଖ୍ୟଦ୍ୱାର କିମ୍ବା ମୁଖ୍ୟ କବାଟରେ ବାନ୍ଧି ରଖନ୍ତୁ । ମାନ୍ୟତା ଅନୁଯାୟୀ ଲେମ୍ବୁର ଖଟା ସ୍ୱାଦ ଏବଂ ଲଙ୍କାର ତିକ୍ତ ସ୍ୱାଦ ଖରାପ ନଜର ପକାଉଥିବା ବ୍ୟକ୍ତିର ପ୍ରଭାବକୁ ନଷ୍ଟ କରିଥାଏ । ତେଣୁ କୌଣସି ନୂଆ ବ୍ୟବସାୟ କିମ୍ବା ଦୋକାନ ଖୋଲିଲେ ମଧ୍ୟ ଦ୍ୱାରରେ ଲେମ୍ବୁ ଏବଂ ଲଙ୍କା ବାନ୍ଧି ଦିଅନ୍ତୁ ।

୨ . ନକରାତ୍ମକତା:-

ଘରେ ଲେମ୍ବୁ ଗଛ ରହିଲେ ବାସ୍ତୁ ଠିକ ରହିଥାଏ । ତେଣୁ ଘରେ ଲେମ୍ବୁ ଗଛ ନଥିଲେ ତାହାକୁ ତୁରନ୍ତ ଲଗାଇ ଦିଅନ୍ତୁ । କିନ୍ତୁ ଏହା ଅଳ୍ପ ଦିନ ମଧ୍ୟରେ ବଡ଼ ହେବା ସମ୍ଭବ ନୁହେଁ । ତେଣୁ ଯଦି ଆପଣଙ୍କ ଘରେ କାହାରି ଖରାପ ନଜର ଏବଂ ନକରାତ୍ମକତା ରହିଛି ତେବେ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଡାହାଣ ସାତ ଥର ବୁଲି ସେହି ଚାରୋଟି ଲେମ୍ବୁକୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା ଘରର କୌଣସିବି ନକରାତ୍ମକତା ଦୂର ହୋଇଯିବ ।

୩ . ସଫଳତା:-

ଯଦି ଆପଣଙ୍କର ତମାମ ପରିଶ୍ରମ ସତ୍ତ୍ୱେବି ସଫଳତା ମିଳିପାରୁ ନାହିଁ କିମ୍ବା ଚାକିରୀ ମିଳି ପାରୁନାହିଁ । ତେବେ ଏକ ବିଶେଷ ଉପାୟ ଅନୁଯାୟୀ ମଙ୍ଗଳବାର ଦିନ ଗୋଟିଏ ଲେମ୍ବୁ ନେଇ ହନୁମାନଙ୍କ ମନ୍ଦିରକୁ ଯାଇ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଦିଅନ୍ତୁ । ଏହାପରେ ଶ୍ରୀହନୁମାନଙ୍କ ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ସେହି ଲେମ୍ବୁକୁ ଶ୍ରୀହନୁମାନଙ୍କୁ ଅର୍ପିତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ ।

୪ . ଛୋଟ ପିଲା ଏବଂ ବୟସ୍କଙ୍କ ନଜର ଦୋଷ ସମସ୍ୟା:-

ଘରେ ପ୍ରାୟତଃ ଛୋଟ ପିଲା କିମ୍ବା ବୟସ୍କ ଲୋକଙ୍କ ଉପରେ ନଜର ଦୋଷ ଲାଗିଥାଏ । ଯେଉଁ କାରଣରୁ ଅଧିକାଂଶ ସମୟରେ ଶରୀର ଅସୁସ୍ଥ ରହିଥାଏ । ଏଭଳି ପରିସ୍ଥିତିରେ ଗୋଟିଏ ଲେମ୍ବୁ ନେଇ ମୁଣ୍ଡ ଉପର ଦେଇ ଓଲଟା ସାତ ଥର ବୁଲାଇ ଏକ ଧାରୁଆ ଛୁରୀ ଦ୍ୱାରା ଦୁଇ ଫାଳରେ କାଟି ଦିଅନ୍ତୁ ଏବଂ ତାହାକୁ ନେଇ ଘର ବାହାରେ କୌଣସି ସ୍ଥାନରେ ପୋତି ଦିଅନ୍ତୁ । ଲେମ୍ବୁ ସେହି ନଜର ଦୋଷକୁ ପ୍ରତ୍ୟାହାର କରିବ ଏବଂ ଲେମ୍ବୁ ସହିତ ସେହି ନକରାତ୍ମକତା ଚାଲିଯିବ ।

୫ . ସନ୍ତାନ ପ୍ରାପ୍ତି:-

ଘରେ କେହି ମହିଳାଙ୍କର ସନ୍ତାନ ନଥିଲେ କିମ୍ବା ସନ୍ତାନ ସୁଖରୁ ବଞ୍ଚିତ ହେଉଥିଲେ ଉତ୍ତରାନକ୍ଷତ୍ରରେ ଲେମ୍ବୁ ଗଛର ଚେରକୁ ଆଣି ଶୁଦ୍ଧ ଗାଈ କ୍ଷୀରରେ ମିଶାଇ ପିଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଦ୍ୱାନ ସନ୍ତାନ ପ୍ରାପ୍ତ ହେବ । କିନ୍ତୁ ଏହି ଉପାୟ ପୂର୍ବରୁ ପ୍ରଥମେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।

୬ . ସୌଭାଗ୍ୟ:-

ମନୁଷ୍ୟ ଜୀବନରେ ସୌଭଗ୍ୟ ଅଛି ଅର୍ଥ ଦୁର୍ଭାଗ୍ୟ ମଧ୍ୟ ରହିଛି । ତେଣୁ ଏକ ସହଜ ଉପାୟ ଅନୁଯାୟୀ ଗୋଟିଏ ଲେମ୍ବୁ ଆଣି ତାହାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ୧୦୮ ଥର ‘ ଓଁ ଶ୍ରୀ ହନୁମତେ ନମଃ ‘ ମନ୍ତ୍ରର ଜପ କରି ଚାରୋଟି ଲବଙ୍ଗକୁ ସେହି ଲେମ୍ବୁରେ ପୋତି ଦିଅନ୍ତୁ । ଯେଉଁ ଦିନ ଆପଣ କୌଣସି ଇଣ୍ଟରଭିଉ ପାଇଁ ଯିବେ ସେହି ଲେମ୍ବୁକୁ ନେଇ ନିଜ ବ୍ୟାଗରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣ ସଫଳତା ପାଇବେ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ଦୃଢ଼ ହେବ ।

୭ . ରୋଗରୁ ମୁକ୍ତି:-

ଘରେ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ପାଇଁ ଶନିବାର ସନ୍ଧ୍ୟା ସମୟରେ ଗୋଟିଏ ଲେମ୍ବୁ ନେଇ ତାହାକୁ ସେହି ପୀଡ଼ିତ ବ୍ୟକ୍ତିଙ୍କ ଉପର ଦେଇ ୭ ଥର ବୁଲାନ୍ତୁ ଏବଂ ତାପରେ ଏକ ଧାରୁଆ ଛୁରୀ ନେଇ ୨୧ ଥର ବୁଲାଇ ଚାରି ଭାଗ କରି କାଟି ଦିଅନ୍ତୁ । ଏହାପରେ ରାତି ୯ ରେ କୌଣସି ଉଚ୍ଚ ସ୍ଥାନକୁ ଯାଇ ଚାରି ଦିଗରେ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ରୋଗରୁ ମୁକ୍ତି ମିଳିବ ।

୮ . ବ୍ୟବସାୟରେ ଉନ୍ନତି:-

ଅନେକ ସମୟରେ ନଜର ଦୋଷ କାରଣରୁ ବ୍ୟବସାୟରେ କ୍ଷତି ହୋଇଥାଏ । ଏଭଳି କ୍ଷେତ୍ରରେ ଗୋଟିଏ ଲେମ୍ବୁ ନେଇ ତାହାକୁ ଚାରି ଭାଗ କରି କାର୍ଯ୍ୟସ୍ଥଳର ଚାରି ପାର୍ଶ୍ଵରେ ଚାରୋଟି ରଖି ଦିଅନ୍ତୁ ଏବଂ ସନ୍ଧ୍ୟା ୭ ଟା ପରେ ତାହାକୁ ଭିନ୍ନ ଭିନ୍ନ ନାଲି କପଡ଼ାରେ ବାନ୍ଧି କୌଣସି ଜଳାଶୟରେ ପ୍ରବାହିତ କରି ଦିଅନ୍ତୁ । ଏହାଦ୍ବାରା ବ୍ୟବସାୟରେ ଲାଭ ଉପରେ ଲାଭ ହେବ ।

୯ . ହଠାତ ଧନ ପ୍ରାପ୍ତି:-

ହଠାତ ଧନ ପ୍ରାପ୍ତି ପାଇଁ ଆପଣ ୪୧ ଟି ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଗୋଟିଏ ଲେଖାଏଁ ଲେମ୍ବୁ ନେଇ ଭିନ୍ନ ଭିନ୍ନ ୪୧ ଟି ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କୁ ନିଶ୍ଚୟ ଅକସ୍ମାତ ଅନେକ ଧନ ପାପ୍ତ ହେବ ।

୧୦ . ଦୁର୍ଭାଗ୍ୟକୁ ଦୂର:-

ଯଦି ଆପଣ କୌଣସି କାର୍ଯ୍ୟ ନିମନ୍ତେ ବାହନ ଯୋଗେ ବାହାରକୁ ଯାଉଛନ୍ତି ତେବେ ଏକ ଲେମ୍ବୁକୁ ଗାଡ଼ି ତଳେ ରଖି ଚପେଇ ଦିଅନ୍ତୁ ଏବଂ ତାପରେ ବାହାରକୁ ଯାଆନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟରେ ଥିବା କୌଣସିବି ସମସ୍ୟା ଟଳି ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *