Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଙ୍କ ଦାନ୍ତ ମଝିରେ ଗ୍ୟାପ ଥିଲେ ହୋଇଥାଏ ଏଭଳି କିଛି ସମସ୍ୟା । ନିଶ୍ଚିତ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ପ୍ରାଚୀନ ସମୁଦ୍ର ଶାସ୍ତ୍ର ଖୁବ ପୁରୁଣା ଅଟେ ଏବଂ ଏହାକୁ ବୁଝିବା ମଧ୍ୟ ଅତ୍ୟନ୍ତ କଷ୍ଟକର ଅଟେ । ଏହି ଶାସ୍ତ୍ର ଦ୍ୱାରା କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ସ୍ଵଭାବ ବିଷୟରେ ମଧ୍ୟ ଜାଣିହୁଏ । ସମୁଦ୍ର ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ଜନ୍ମ ଠାରୁ ହିଁ ଅନେକ ଲକ୍ଷଣ ଦେଖା ଯିବା ଆରମ୍ଭ ହୋଇଥାଏ ଏବଂ ବୟସ ବଢ଼ିବା ସହିତ ଏହି ଲକ୍ଷଣ ବଢ଼ିବାରେ ଲାଗିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ବ୍ୟକ୍ତିଙ୍କ ଶରୀରର କିଛି ସଙ୍କେତ ସହିତ ବ୍ୟକ୍ତିର ଭବିଷ୍ୟତ କିପରି ଜଡ଼ିତ ସେହି ବିଷୟରେ କହିବୁ । ଶରୀରର ବିଭିନ୍ନ ଅଙ୍ଗରେ କଳାଜାଇ ସୃଷ୍ଟି ହୋଇଥାଏ ଯାହାକି ଜନ୍ମ ଠାରୁ ହିଁ ରହିଥାଏ ଏବଂ ବୟସ ବଢ଼ିବା ସହିତ ତାହା ଆହୁରି ଅଧିକ ସ୍ପଷ୍ଟ ଦେଖା ଯାଇଥାଏ ।

୧ . ଛାତିର ମଧ୍ୟଭାଗରେ କଳାଜାଇ:-

ଯେଉଁ ବ୍ୟକ୍ତିର ଛାତିର ମଧ୍ୟ ଭାଗରେ ତିଳ ଥାଏ ସେହି ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ତାକୁ ନିଜ ମନ ପସନ୍ଦର ଜୀବନସାଥି ମିଳିଥାଏ । ଏମାନେ ପରିବାରରେ ଏବଂ ସମାଜରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରନ୍ତି । ଏମାନେ ନିଜ ପରିଶ୍ରମ ଦ୍ୱାରା ବ୍ୟାପାରରେ ଉନ୍ନତି , ସମାଜରେ ପ୍ରତିଷ୍ଠା ଲାଭ କରନ୍ତି । ସ୍ଵଭାବ ଭଲ ଥିବା କାରଣରୁ ସବୁ ବିଗିଡ଼ି ଯାଇଥିବା କାମ ମଧ୍ୟ ସୁରୁଖୁରୁରେ ହୋଇଯାଏ । ଆର୍ଥିକ ସ୍ଥିତି ଏବଂ ଧନ ପ୍ରାପ୍ତିରେ ଆଗଭର ରହନ୍ତି । ଯେଉଁ ମହିଳାଙ୍କର ଛାତିର ମଝିରେ ତିଳ ଥାଏ ସେମାନଙ୍କୁ ସଜବାଜ ହେବା ଅଧିକ ପସନ୍ଦ ଥାଏ ଏବଂ ସେମାନଙ୍କ ମଧ୍ୟରେ କୌଣସି ପ୍ରତିଭା ନିଶ୍ଚୟ ରହିଥାଏ । ସେହି ପ୍ରତିଭାର ଉପଯୋଗ କରି ଏମାନେ ଧନ ଅର୍ଜନ କରନ୍ତି ।

୨ . ସମୁଦ୍ର ଶାସ୍ତ୍ର ଅନୁଯାୟୀ ନାକରେ ତିଳ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏମାନଙ୍କ ମନ ପରିଷ୍କାର ଥାଏ ଏବଂ ଏମାନେ ବହୁତ ଜଲଦି କ୍ରୋଧିତ ହୋଇ ଯାଆନ୍ତି । ଏମାନେ କାହାରି ସହିତ ଛଳ କପଟ କରନ୍ତି ନାହିଁ । ଏମାନେ ସ୍ୱାଭିମାନି ହୋଇଥାନ୍ତି । ଏମାନେ କର୍ମ ଉପରେ ବିଶ୍ୱାସ ରଖନ୍ତି । ବୟସ ବଢ଼ିବା ସହିତ ସଫଳତାର ସିଡ଼ି ଚଢ଼ି ଯାଆନ୍ତି । ନାକରେ ତିଳ ଥିବା ବ୍ୟକ୍ତିଙ୍କୁ ୩୦ ବର୍ଷ ପରେ ସଫଳତା ପ୍ରାପ୍ତ ହୋଇଥାଏ । ଏମାନଙ୍କୁ ପରିବାରରୁ ଅତ୍ୟନ୍ତ ସମ୍ମାନ ମିଳିଥାଏ । ନାକରେ ତିଳ ଥିବା ମହିଳା ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏହି ମହିଳା ମାନେ ନିଜ କ୍ୟାରିଅରରେ ବଡ଼ ସଫଳତା ପ୍ରାପ୍ତ କରନ୍ତି ।

୩ . ଯେଉଁ ଲୋକଙ୍କ ହାତ ପାପୁଲିରେ ତିଳ ଥାଏ ଏବଂ ହାତ ମୁଠା ବନ୍ଦ କଲେ ତିଳ ମଧ୍ୟ ଭିତରେ ରହିଯାଏ ସେହି ବ୍ୟକ୍ତି ମାନେ ଖୁବ ଗୁଣବାନ ହୋଇଥାନ୍ତି ଏବଂ ଅନେକ ପ୍ରତିଭାର ଅଧିକାରୀ ହୋଇଥାନ୍ତି । ଅଳ୍ପ ବୟସରୁ ହିଁ ଏମାନେ ଲୋକଙ୍କୁ ନିଜ ଦିଗରେ ଆକର୍ଷିତ କରିଥାନ୍ତି । ନିଜ ପ୍ରତିଭା କାରଣରୁ ସଂସାରରେ ଯଶ ଏବଂ ମାନ ସମ୍ମାନ ପ୍ରତିଷ୍ଠା କରିଥାନ୍ତି । ଏମାନଙ୍କ ପାଖକୁ ଧନ ଆସିଥାଏ ଏବଂ ଏମାନେ କମ ଖର୍ଚ୍ଚ କରୁଥିବା ହୋଇଥାନ୍ତି ।

୪ . ଯେଉଁ ମହିଳାଙ୍କର ଦାନ୍ତ ମଝିରେ ଗ୍ୟାପ ଥାଏ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ଶୁଭ ମାନାଯାଏ । ସେମାନେ ଖୁବ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଜୀବନରେ ବଡ଼ ସଫଳତା ହାସଲ କରନ୍ତି । କିନ୍ତୁ ଏହା କେବଳ ଆଗ ଦୁଇ ଦାନ୍ତ ମଧ୍ୟରେ ଗ୍ୟାପ ରହିବା ଆବଶ୍ୟକ । ସବୁ ଦାନ୍ତ ମଧ୍ୟରେ ଗ୍ୟାପ ଥିଲେ ତାହା ଅଶୁଭ ହୋଇଥାଏ । ଦୁଇ ଆଗ ଦାନ୍ତ ମଧ୍ୟରେ ଗ୍ୟାପ ଥିବା ଲୋକ ଖୁବ ସଫଳତା ହାସଲ କରନ୍ତି କିନ୍ତୁ ଏମାନେ ଅନ୍ୟର ଭରସା ବହୁତ ଜଲଦି ଭାଙ୍ଗି ଦିଅନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *