Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଏକାଦଶୀରେ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୁପ୍ତ ଜିନିଷ । ଆସିବ ପ୍ରଚୁର ଧନ । ଆପଣ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକାଦଶୀ ଦିନ ତୁଳସୀ ଗଛ ଦ୍ୱାରା କରାଯାଉଥିବା କିଛି ଖାସ ଏବଂ ସହଜ ଉପାୟ ବିଷୟରେ କହିବୁ । ଏହା ପୂର୍ବରୁ କହିରଖିବୁ ଯେ ତୁଳସୀ ଗଛ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ମାନ୍ୟତା ରହିଛି । ବାସ୍ତବରେ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗଛ ଅଟେ କାରଣ ଏଥିରେ ଔଷଧୀୟ ଗୁଣ ରହିଛି । କିନ୍ତୁ ଏହାବ୍ୟତୀତ ବେଦ , ଜ୍ୟୋତିଷ , ଆଧ୍ୟାତ୍ମିକ ଶାସ୍ତ୍ରରେ ମଧ୍ୟ ଏହାର ଅନେକ ମହତ୍ତ୍ୱ ରହିଛି । ଏଭଳି ମାନ୍ୟତା ରହିଛି ଯେ ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ରହିଥାଏ । ଯାହାଦ୍ୱାରା ଘରେ କୌଣସି ପ୍ରକାରର ନକରାତ୍ମକତା ରହେନାହିଁ । ଏହାବ୍ୟତୀତ ସେହି ଘର ଉପରକୁ ଆସୁଥିବା ବିପଦ ଟଳି ଯାଏ । ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରର ସଦସ୍ୟଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମିଳିତ ଭାବରେ ଥାଏ ।

କିନ୍ତୁ କିଛି ଲୋକ ତୁଳସୀ ଗଛ ଘରେ ରଖି ନାନା ପ୍ରକାରର ଭୁଲ କରନ୍ତି । ତୁଳସୀ ଗଛରେ ନୀଳ ଚୁନି ବାନ୍ଧିବା ଅତ୍ୟନ୍ତ ଜରୁରୀ ଅଟେ ଏବଂ ଏହା ମଝିରେ ମଝିରେ ପୁରୁଣା ହୋଇଗଲେ କିମ୍ବା ଚିରିଗଲେ ତାହାକୁ ବଦଳାଇ ଦେବା ଉଚିତ । ତୁଳସୀ ଗଛ ପାଖରେ ଜଳ ପୁର୍ଣ୍ଣ ପାତ୍ର , ଲିଭି ଯାଇଥିବା ଦୀପ , ଅପରିଷ୍କାର ଜିନିଷ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଏହା ପାଖରେ ଲୁଗା ମଧ୍ୟ ଶୁଖାଇବା ଉଚିତ ନୁହେଁ । ତୁଳସୀ ଗଛ ପାଖରେ ଅପଶବ୍ଦ କିମ୍ବା ଛେପ ପକାଇବା ମଧ୍ୟ ଉଚିତ ନୁହେଁ । ନଚେତ ମାତା କ୍ରୋଧିତ ହୁଅନ୍ତି । କେବେବି ତୁଳସୀ ଗଛକୁ ଅପରିଷ୍କାର ମାଟିରେ ଲଗାଇବା ଉଚିତ ନୁହେଁ । ତୁଳସୀ ଗଛରେ ମାସିକ ଧର୍ମ ଥିବା ମହିଳା ଜଳ ଦେବା ଉଚିତ ନୁହେଁ କିମ୍ବା ରବିବାର ଦିନ ତୁଳସୀ ପୂଜା ସୁଦ୍ଧା କରିବା ଉଚିତ ନୁହେଁ ।

ତୁଳସୀ ଗଛ ଶୁଖି ଯାଇଥିଲେ ତାହା ଘର ଉପରକୁ ଆସୁଥିବା ସମସ୍ୟା ବିଷୟରେ ଇଙ୍ଗିତ କରିଥାଏ । ତେଣୁ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଏକାଧିକ ତୁଳସୀ ଗଛ ଥିଲେ ଅନ୍ୟ କାହାକୁ ଦେଇ ପାରିବେ । ତୁଳସୀ ଏବଂ ଶାଳିଗ୍ରାମ ବିବାହ କରାଇଲେ ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ । ତୁଳସୀ ଗଛ ପାଖରେ କେବେ ଶ୍ରୀଗଣେଶ କିମ୍ବା ଶିବଲିଙ୍ଗ ରଖିବା ଉଚିତ ନୁହେଁ । ପ୍ରତ୍ୟକ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପ ଜାଳିବା ଉଚିତ । ତୁଳସୀ ଗଛ ପାଖରେ ଅନ୍ୟାନ୍ୟ ଗଛ ଯେମିତିକି ନାଗଫେଣି ଭଳି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ । ଏହା ଘରେ ନକରାତ୍ମକତା ସୃଷ୍ଟି କରିଥାଏ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ମାତା ତୁଳସୀଙ୍କ ସମେତ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳିଥାଏ ।

ତୁଳସୀ ସହିତ ଶାଳିଗ୍ରାମ ରଖିଲେ ଘରେ କେବେବି ଅଭାବ ହୁଏ ନାହିଁ । ସେହି ଘରେ ସବୁବେଳେ ଖୁସି ବଜାୟ ରହିଥାଏ । ସେହି ଘରେ କେହିବି ରୋଗରେ ପୀଡ଼ିତ ହୁଅନ୍ତି ନାହିଁ । ପୁରାଣ ଅନୁଯାୟୀ ଯେଉଁ ଘରେ ଶାଳୀଗ୍ରାମ ଥାଏ ସେହି ଘର ସମସ୍ତ ତୀର୍ଥ ଠାରୁ ମଧ୍ୟ ଶ୍ରେଷ୍ଠ ଅଟେ । ସେହି ଘରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ସେଠାରେ କେବେ କୌଣସି ଅଭାବ ରହେନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *