Excuse Me Odisha

ଯାହା କହିବୁ ସତ କହିବୁ

ପୂଜାଘରେ ଦୀପରେ ଲାଗିଥିବା ଗୋଲ ବତୀ ଆପଣଙ୍କୁ କରିପାରେ କାଙ୍ଗାଳ । ଆପଣବି କରୁଛନ୍ତି କି ଏଭଳି ଭୁଲ ।

ସେୟାର୍ କରନ୍ତୁ

ପ୍ରାଚୀନ କାଳରୁ ହିଁ ଦୀପ ସହିତ ଜଡ଼ିତ ଅନେକ ମହତ୍ତ୍ୱ ରହିଛି ଏବଂ ଏଥିରୁ ଅନେକ ସଙ୍କେତ ମଧ୍ୟ ମିଳିଥାଏ , ଯାହାକି ଶୁଭ କିମ୍ବା ଅଶୁଭ ହୋଇଥାଏ । ଶାସ୍ତ୍ରରେ ଏହାର ମହତ୍ତ୍ୱ ବିଷୟରେ କୁହାଯାଇଛି । ଦୀପ ଜାଳିବା ଦ୍ୱାରା ଦାରିଦ୍ର୍ୟତା ଦୂର କରିଥାଏ ଏବଂ ଅନ୍ଧକାର ମଧ୍ୟ ଦୂର କରିଥାଏ । କିନ୍ତୁ ଏହି ସମୟରେ କିଛି ଲୋକ ନିୟମ ପାଳନ କରନ୍ତି ନାହିଁ । ଘରେ ଦୀପ ଜାଳିଲେ ଘରୁ ନକରାତ୍ମକତା ନଷ୍ଟ ହୋଇଯାଏ ଏବଂ କଳହ କ୍ଳେଶ ଦୂର ହୋଇ ଘରେ ଶାନ୍ତି ସ୍ଥାପିତ ହୋଇଥାଏ । ସନ୍ଧ୍ୟା ସମୟରେ ଘରର ମନ୍ଦିରରେ ଦୀପ ଜଳାଇଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ସନ୍ଧ୍ୟା ସମୟରେ ଦୀପ ନଜାଳିଲେ ପରିବାରର ମୁରବି ସଫଳ ହୁଅନ୍ତି ନାହିଁ , କରଜ ଏବଂ କ୍ଳେଶ ବୃଦ୍ଧି ହୋଇଥାଏ । ଦୀପ ଜାଳିବା ଦ୍ୱାରା ଘରର ବାସ୍ତୁ ଦୋଷ ମଧ୍ୟ ଠିକ ରହିଥାଏ । ଦେବଦେବୀଙ୍କ ମୂର୍ତ୍ତି ସାମ୍ନାରେ ଦୀପ ଜାଳିଲେ ତାହାର ପ୍ରକାଶ ଦେବଦେବୀଙ୍କ ମୂର୍ତ୍ତିରୁ ପ୍ରତିଫଳିତ ହୋଇ ସମଗ୍ର ଘରେ ବିଛୁରିତ ହୋଇଥାଏ ଏବଂ ଶରୀରରୁ ରୋଗ ଦୂର ହେବା ସହିତ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଦୀପ ସକାଳ ୫ ରୁ ୧୦ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୫ ରୁ ୧୦ ପର୍ଯ୍ୟନ୍ତ ଲଗାଇବା ପାଇଁ ଉଚିତ ମୁହୂର୍ତ୍ତ ଅଟେ । ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଜାଳିଲେ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ଘିଅ ଦୀପ ପ୍ରଜ୍ଜ୍ଵଳିତ କରୁଥିଲେ ଧଳା ବତୀ ଏବଂ ତେଲ ଦୀପ ପ୍ରଜ୍ଜ୍ଵଳିତ କରୁଥିଲେ ନାଲି ବତୀ ବ୍ୟବହାର କରନ୍ତୁ । ମାତ୍ର ମଝିରେ ଦିଅ ଲିଭିବା ଉଚିତ ନୁହେଁ । ସନ୍ଧ୍ୟା ସମୟରେ ପ୍ରତ୍ୟେକ ଦିନ ଘରର ମୁଖ୍ୟଦ୍ୱାରରେ ଏକ ଦୀପ ଜାଳିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଅଧିକ ଖର୍ଚ୍ଚ ହେଉଥିଲେ ଉତ୍ତର ଦିଗରେ ପାଣି ପାତ୍ର ମଧ୍ୟରେ ଏକ ଦୀପ ଜଳାନ୍ତୁ । ଦୀପ ଜାଳିବା ସମୟରେ “ଶୁଭମ କରୋତି କଲ୍ୟାଣମ , ଆରୋଗ୍ୟ ଧନ ସମ୍ପଦାମ , ଶତ୍ରୁ ବୁଦ୍ଧି ବିନାଶାୟ , ଦୀପଙ୍ଗ ଜ୍ୟୋତି ନମସ୍ତୁତେ ” ଏହି ମନ୍ତ୍ରର ଜପ କରନ୍ତୁ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବଜାୟ ରହେ ।

ପୂର୍ବ ଦିଗକୁ ମୁଖ କରି ଦୀପ ଜାଳିଲେ ଆରୋଗ୍ୟ ପ୍ରାପ୍ତି ଏବଂ ଦୀର୍ଘ ଆୟୁଷ ପ୍ରାପ୍ତ ହୋଇଥାଏ ଏବଂ ଏହି ସମୟରେ ଦୀପର ଲୋ ବୃଦ୍ଧି ହେଲେ ଏହା ଶୁଭ ସଙ୍କେତ ହୋଇଥାଏ । ଦୀର୍ଘ ଦିନରୁ କୌଣସି ଗମ୍ଭୀର ରୋଗ ଥିଲେ ପଶ୍ଚିମ ଦିଗକୁ ମୁଖ କରି ଦୀପ ଜଳାନ୍ତୁ । ଏହାଦ୍ବାରା ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ ଏବଂ ହଠାତ ଶିଖା ବଢିଲେ ମାନସିକ ଚିନ୍ତା କମ ହେବାର ସଙ୍କେତ ମିଳିଥାଏ । ଉତ୍ତର ଦିଗକୁ ମୁଖ କରି ଦୀପ ଜାଳିଲେ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ ଏବଂ ଯଦି ଦୀପର ଶିଖା ବୃଦ୍ଧି ହୁଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ଦକ୍ଷିଣ ଦିଗ ମୃତ୍ୟୁର ଦିଗ ହୋଇଥାଏ ତେଣୁ ଏହି ଦିଗକୁ ଦୀପର ମୁଖ ରଖନ୍ତୁ ନାହିଁ । କାହାରି ମୃତ୍ୟୁ ହେଲେ ଏହି ଦିଗକୁ ଦୀପର ମୁଖ ରଖାଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *