Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ମାନେ ଏଭଳି ଶୋଇଲେ ଘରକୁ ଆସିଥାଏ ଦାରିଦ୍ର୍ୟତା । ବର୍ତ୍ତମାନ ଠାରୁ ହୋଇ ଯାଆନ୍ତୁ ସତର୍କ ।

ସେୟାର୍ କରନ୍ତୁ

ଆମର ଧର୍ମ ଶାସ୍ତ୍ରରେ ଉଭୟ ପୁରୁଷ ଏବଂ ସ୍ତ୍ରୀ ସମ୍ବନ୍ଧରେ ମହତ୍ତ୍ୱପୂର୍ଣ୍ଣ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ମନୁଷ୍ୟ ନିଜ ଶରୀରକୁ ଶୁଦ୍ଧ ଏବଂ ପବିତ୍ର ରଖିବା ପାଇଁ ନିତ୍ୟ କଣ କରିବାକୁ ପଡ଼ିବ ସେ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ନିଜ ଶରୀର ପ୍ରତି ମୋହ କରିବା ଉଚିତ ନୁହେଁ କିମ୍ବା ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ଶରୀରକୁ କେବେ କ୍ଷତି ମଧ୍ୟ ପହଞ୍ଚାଇବା ଉଚିତ ନୁହେଁ । ଯେଉଁ କାରଣରୁ ମନୁଷ୍ୟକୁ ଅକାଳ ମୃତ୍ୟୁ ପ୍ରାପ୍ତ ହୋଇଥାଏ । ସର୍ବପ୍ରଥମେ ତ ମନୁଷ୍ୟକୁ ପ୍ରତ୍ୟେକ ଦିନ ସ୍ନାନ କରିବା ଉଚିତ । କାରଣ ସ୍ନାନ ଦ୍ୱାରା ହିଁ ଶରୀର ଶୁଦ୍ଧ ହୋଇଥାଏ ।

ସ୍ନାନ ପରେ ହିଁ ପୂଜାପାଠ ଏବଂ ଭୋଜନ କରିବା ଉଚିତ ନଚେତ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୁଏନାହିଁ । ଶାସ୍ତ୍ର ଅନୁଯାୟୀ କେଶକୁ କାଟିବା ଉପରେ ଅନେକ ନିୟମ ରହିଛି ଏବଂ ସପ୍ତାହର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବଦେବୀଙ୍କୁ ସମର୍ପିତ ଅଟେ । ଏହାବ୍ୟତୀତ ପ୍ରତ୍ୟେକ ଦିନର କିଛି ନିୟମ ମଧ୍ୟ ରହିଛି । ମଙ୍ଗଳବାର ଦିନ କେଶ କାଟିଲେ ଜୀବନରେ ମଙ୍ଗଳର ସ୍ଥିତି ନିର୍ମାଣ ହୋଇଥାଏ । ଏହାଦ୍ବାରା ଅକାରଣେ ଶତ୍ରୁ ସୃଷ୍ଟି ହୁଅନ୍ତି । ଗୁରୁବାର ଦିନ ମଧ୍ୟ କେଶ କାଟିବା ଉଚିତ ନୁହେଁ । ଏହାଦ୍ବାରା ଗୁରୁ ଦୁର୍ବଳ ଏବଂ ସ୍ୱାସ୍ଥ୍ୟରେ ହାନୀ ହୋଇଥାଏ । ଶନିବାର ଦିନ ମଧ୍ୟ କେଶ କାଟିଲେ ଦାରିଦ୍ର୍ୟତା ଆସିଥାଏ ।

ଶନି ଦେବ କ୍ରୋଧିତ ହୁଅନ୍ତି ଏବଂ ଅଶୁଭ ଘଟଣା ଘଟିଥାଏ । ଶୁକ୍ରବାର ଦିନଟି କେଶ କାଟିବା ପାଇଁ ସର୍ବୋତ୍ତମ ଅଟେ । ଏହାଦ୍ବାରା ଜୀବନରେ ସୁଖ ଶାନ୍ତି ଏବଂ ଧନରେ ବୃଦ୍ଧି ହୋଇଥାଏ । ଅମାବାସ୍ୟା ଏବଂ ପୂର୍ଣ୍ଣିମା ଏବଂ ମଧ୍ୟ ରାତ୍ରରେ କେଶ କାଟିବା ଅଶୁଭ ହୋଇଥାଏ । ଏହାଦ୍ବାରା ଦୁର୍ଭାଗ୍ୟ ଏବଂ ନକରାତ୍ମକତା ଆସିଥାଏ । ଏହାବ୍ୟତୀତ ପବିତ୍ର ମାସ , ଶ୍ରାବଣ , ସଂକ୍ରାନ୍ତିରେ ମଧ୍ୟ କେଶ କାଟିବା ଉଚିତ ନୁହେଁ । ଜନ୍ମଦିନରେ ମଧ୍ୟ କେଶ କାଟିବା ଅଶୁଭ ମାନା ଯାଏ । ଯାହାଦ୍ୱାରା ପାପ ଲାଗିଥାଏ । ଶାସ୍ତ୍ର ଅନୁଯାୟୀ କଳା ଘନ ଏବଂ ଲମ୍ବା କେଶ ସ୍ତ୍ରୀଙ୍କ ଆଭୂଷଣ ହୋଇଥାଏ । ଏହାଦ୍ବାରା ପବିତ୍ରତା ଏବଂ ସକାରାତ୍ମକତା ଆସିଥାଏ ।

ମାତ୍ର ଶାସ୍ତ୍ର ଅନୁଯାୟୀ ସ୍ତ୍ରୀଙ୍କ କେଶ କମର ତଳକୁ ହେବା ଉଚିତ ନୁହେଁ । ମାତ୍ର ଯଦି ଅଧିକ ଲମ୍ବା ଥାଏ ତେବେ ତାହାକୁ ବାନ୍ଧି ରଖିବା ଉଚିତ । ସ୍ତ୍ରୀ ମାନେ ନିଜ କେଶ କେବେବି ଅପରିଷ୍କାର ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । କେଶ ଅପରିଷ୍କାର ରହିଲେ ମୁଣ୍ଡ କୁଣ୍ଡାଇ ହୁଏ । ଏବଂ ମୁଣ୍ଡ କୁଣ୍ଡେଇ ପୂଜା ପାଠ କଲେ ତାହା ଫଳପ୍ରଦ ହୁଏନାହିଁ । ଝଡ଼ୁଥିବା କେଶକୁ ଏଣେତେଣେ ପକାଇବା ଉଚିତ ନୁହେଁ । ନଚେତ ଏହାର ଖରାପ ପ୍ରୟୋଗ ହୋଇପାରେ । ମାସିକ ଧର୍ମ ସମୟରେ ମହିଳା ମାନେ କେଶ କାଟିବା ଉଚିତ ନୁହେଁ । କେବେବି ସୂର୍ଯ୍ୟାସ୍ତ ସମୟରେ କିମ୍ବା ପରେ କେଶ ଧୋଇବା ଉଚିତ ନୁହେଁ । ଶୋଇବା ସମୟରେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ଦକ୍ଷିଣକୁ ମୁଣ୍ଡ କରି ଶୋଇଲେ ଦାରିଦ୍ର୍ୟତା ଆସିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *