Excuse Me Odisha

ଯାହା କହିବୁ ସତ କହିବୁ

ବ୍ୟବସାୟରେ ଉନ୍ନତି ପାଇଁ କରନ୍ତୁ ଏହି ପାଞ୍ଚଟି ପ୍ରଭାବୀ ଉପାୟ । ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେର ହେବେ ପ୍ରସନ୍ନ । ସିନ୍ଧୁକ ହେବନି ଖାଲି ।

ସେୟାର୍ କରନ୍ତୁ

ବର୍ତ୍ତମାନ ସମୟରେ ଲୋକେ ନିଜ ଜୀବିକା ପାଇଁ ପ୍ରାୟ ବ୍ୟବସାୟ କରୁଛନ୍ତି । ଏହାବ୍ୟତୀତ ସବୁ ବ୍ୟବସାୟୀଙ୍କ ପାଖରେ ନିଜର ଲାଭ ଏବଂ ଲକ୍ଷ ହାସଲ କରିବାକୁ ଭିନ୍ନ ଭିନ୍ନ ଉପାୟ ରହିଥାଏ । ଅନେକ ସମୟରେ ଆପଣ ଦେଖିଥିବେ ଯେ କିଛି ଦୋକନରେ ଗ୍ରାହକ ଭରପୁର ଥିବା ସତ୍ତ୍ୱେ ଆଉ କିଛି ଦୋକାନ ଭଲ ସ୍ଥାନରେ ଥିଲେବି ସୁଦ୍ଧା ଗ୍ରାହକ ଆସନ୍ତି ନାହିଁ । ଅନେକ ସମୟରେ ବ୍ୟବସାୟରେ ରଣନୀତି କାମ କରେ ନାହିଁ । ଏହାର କାରଣ ଦୁର୍ଭାଗ୍ୟ କିମ୍ବା ଅନୁଚିତ ଉପାୟ ହୋଇପାରେ । ବ୍ୟବସାୟରେ ଉନ୍ନତି ପାଇଁ ମଧ୍ୟ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯଦି ଆପଣଙ୍କର ଦୋକାନ ବର୍ଗାକାର କିମ୍ବା ଅୟତାକାର ଅଟେ ତେବେ ବ୍ୟାପାରରେ ଲାଭ ଏବଂ ଆର୍ଥିକ ଅବିବୃଦ୍ଧି ନିଶ୍ଚିତ ହେବ ।

ଯେଉଁ ଦୋକନର ଆଗ ଭାଗ ଓସାରିଆ ଏବଂ ପଛ ଭାଗ ଅଣଓସାରିଆ ଥାଏ ତାହା ଅଧିକ ଲାଭ ଦେଇଥାଏ । କିନ୍ତୁ ଯେଉଁ ଦୋକନର ଆଗ କମ ଚଉଡ଼ା ଏବଂ ପଛ ଭାଗ ଅଧିକ ଚଉଡ଼ା ହୋଇଥାଏ ତାହା ଲାଭ ଦେଇ ନଥାଏ । କାର୍ଯ୍ୟସ୍ଥଳରେ ସିଷ୍ଟତା , ପବିତ୍ରତା , ସଚ୍ଚଟତା ଏବଂ ଅନୁଶାସନ ରହିବା ଉଚିତ । ଦୋକାନ ମଧ୍ୟରେ ଦେବଦେବୀଙ୍କ ମୂର୍ତ୍ତି , ଇଷ୍ଟ ଦେବ ଏବଂ କୁଳ ଦେବତାଙ୍କ ମୂର୍ତ୍ତି ନିଶ୍ଚିତ ରଖିବା ଉଚିତ । ଉତ୍ତର ପୂର୍ବ ଦିଗରେ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ରଖିବା ଉଚିତ । ଉତ୍ତରରେ ପିଇବା ପାଣି ରଖିବା ଉଚିତ । ଏହାଦ୍ବାରା ଧନରେ ବୃଦ୍ଧି ହୋଇଥାଏ । ଐଶାନ୍ୟ କୋଣରେ କୌଣସି ଭାରି ଜିନିଷ ରଖିଲେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ଏହି ସ୍ଥାନକୁ ଖାଲି ରଖିଲେ ଧନରେ ବୃଦ୍ଧି ହୋଇପାରେ । ଦୋକାନ ସାମ୍ନାରେ ବଡ଼ ବିଲ୍ଡିଂଗ , ବିଜୁଳି ଖୁଣ୍ଟ ଥିଲେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହାକୁ ଦୂର କରିବା ପାଇଁ ଦୋକାନ ମୁହଁ ପାଖରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ । ଦୋକନର ମୁଖ୍ୟଦ୍ୱାର ଭିତରକୁ ଖୋଲିବା ଉଚିତ । ଦୋକାନ ସାମ୍ନାରେ ନାଳ ନର୍ଦମା ଏବଂ ଦସ୍ଟବିନ ରହିବା ଉଚିତ ନୁହେଁ । ସିନ୍ଧୁକ କିମ୍ବା ଧନ ରଖା ଯାଉଥିବା ସ୍ଥାନରେ ଶ୍ରୀ କୁବେରଙ୍କ ଫୋଟ କିମ୍ବା ମୂର୍ତ୍ତି ନିଶ୍ଚିତ ରଖନ୍ତୁ । ଏହାଦ୍ବାରା ଧନ ଆଗମନର ମାର୍ଗ ଖୋଲିଯାଏ । ଦୋକାନୀ ପଶ୍ଚିମ ଦିଗରେ ବସିଲେ ଅମଦାମୀ ବଢ଼ିଥାଏ । ଉତ୍ତରକୁ ମୁହଁ କରି ବସିଲେ ବ୍ୟାପାର ବଢ଼ିଥାଏ କାରଣ ଏହା କୁବେରଙ୍କ ଦିଗ ଅଟେ । ଯେଉଁ ସ୍ଥାନରେ ଆପଣ ଦୋକାନରେ ବସନ୍ତି ସେଠାରେ ଶୋଇବା କିମ୍ବା ଖାଇବା ଉଚିତ ନୁହେଁ ।

ସନ୍ଧ୍ୟା କାଳ ସମୟରେ କେବେ ଦାନ କରିବା ଉଚିତ ନୁହେଁ । ଅଧିକ ରାତିରେ କେହି ଟଙ୍କା ସାହାଯ୍ୟ ମାଗିଲେ ଦୋକାନ ସିନ୍ଧୁକରୁ ଟଙ୍କା ବାହାର କରି ଦେବା ଉଚିତ ନୁହେଁ । ଦୋକାନରେ ଟଙ୍କା ରଖୁଥିବା ସ୍ଥାନ କେବେ ଖାଲି ରହିବା ଉଚିତ ନୁହେଁ । ପ୍ରତ୍ୟେକ ଦିନ ଦେବଦେବୀଙ୍କ ସହିତ ଏଥିରେ ଧୂପ ଦୀପ ଦେଖାଇବା ଉଚିତ । ବ୍ୟାପାରରେ ଅଧିକ ସମସ୍ୟା ଆସୁଥିଲେ ଲକ୍ଷ୍ମୀ ସହସ୍ର ନାମର ପାଠ କରନ୍ତୁ । ଏହାଦ୍ବାରା ସମସ୍ୟା ଧୀରେ ଧୀରେ ଦୂର ହେବାରେ ଲାଗିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *