Excuse Me Odisha

ଯାହା କହିବୁ ସତ କହିବୁ

ପୋଛା ଲଗାଉଥିବା ପାଣିରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦାରିଦ୍ର୍ୟତା ହୋଇଯିବ ଦୂର ଏବଂ ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ।

ସେୟାର୍ କରନ୍ତୁ

ଜୀବନରେ ଯେତେ ଉପରକୁ ସବୁ ସମସ୍ୟା ସୃଷ୍ଟି ହୋଇଥାଏ ତାହାର ପ୍ରଥମ କାରଣ ହେଉଛି ଘର ମଧ୍ୟରେ ଥିବା ନକରାତ୍ମକ ଶକ୍ତି । ଆଉ ଏହି ନକରାତ୍ମକ ଶକ୍ତି କାରଣରୁ ପରିବାର ସଦସ୍ୟଙ୍କ ମସ୍ତିସ୍କ ମନରେ ପ୍ରଭାବ ପଡ଼ିବା ସହିତ ଘରେ କଳି ଝଗଡ଼ା ବିବାଦ ଦେଖା ଦେଇଥାଏ ।

ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା କିଛି ସହଜ ଉପାୟ ଦ୍ୱାରା ଆପଣ ନକରାତ୍ମକ ଶକ୍ତିକୁ ଘରୁ ବାହାର କରି ପାରିବେ । ଘରେ ସୁଖ ସମୃଦ୍ଧି ପାଇଁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦର ଆବଶ୍ୟକତା ରହିଥାଏ । ଅନେକ ସମୟରେ ପରିବାରରେ ଲଢ଼େଇ ଝଗଡ଼ା ବାଦ ବିବାଦ କାହାରି ଖରାପ ନଜର ପଡ଼ିବା କାରଣରୁ ମଧ୍ୟ ହୋଇଥାଏ । ତେଣୁ କେବେ ଘରର ଧନ ସମ୍ପତ୍ତି ନେଇ ଗର୍ବ କରିବା ଉଚିତ ନୁହେଁ ।

ପ୍ରଥମ ଉପାୟ ଅନୁଯାୟୀ ଘରେ ପୋଛା ଲଗାଇବା ସମୟରେ ପୋଛା ପାଣିରେ ଅଳ୍ପ ସମୁଦ୍ରି ଲୁଣ ନିଶ୍ଚୟ ମିଶାଇ ଦିଅନ୍ତୁ । ଏହାଦ୍ବାରା ଲୁଣ ନକରାତ୍ମକତାକୁ ଅବଶୋଷିତ କରିଥାଏ ଏବଂ କାହାରି ନଜର ଲାଗିଥିଲେ ତାହା ମଧ୍ୟ ଦୂର ହୋଇଯାଏ । ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଏହି ଉପାୟ କରନ୍ତୁ ।

ପରିବାରରେ କାହାରି ଉପରେ ନଜର ଦୋଷ ରହିଥିଲେ ଏକ ମୁଠା ଲୁଣ ସେହି ବ୍ୟକ୍ତିର ମୁଣ୍ଡ ଉପର ଦେଇ ସାତ ଥର ବୁଲାଉ ନାଳ ପାଣିରେ ପ୍ରବାହିତ କଲେ ନଜର ଦୋଷ ଦୂର ହେବ । ଏହାବ୍ୟତୀତ ଘର ଉପରେ କାହାରି ଖରାପ ନଜର ଥିଲେ ଶନିବାର ଏବଂ ରବିବାର ଏକ ତମ୍ବା କଳସରେ ପାଣି ନେଇ ଲୁଣ ମିଶାଇ ଦିଅନ୍ତୁ ନାଲି କପଡ଼ାରେ ବାନ୍ଧି ଘର ସାରା ବୁଲାଇ ଅଗଣାରେ ରଖି ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ ।

ରାତିରେ ନିଦ ଭଲ ହେଉ ନଥିଲେ ଶୋଇବା ପୂର୍ବରୁ ଲୁଣ ମିଶା ପାଣିରେ ହାତ ଗୋଡ଼ ଧୁଅନ୍ତୁ । କରଜ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସପ୍ତାହରେ ଥରେ ଲୁଣ ମିଶା ପାଣିରେ ପୋଛା ଲଗାନ୍ତୁ । ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ମଧ୍ୟ ହୋଇଥାଏ । ଘରେ ଆର୍ଥିକ କ୍ଷତି ହେଉଥିଲେ କାଚ ଗ୍ଲାସରେ ପାଣି ନେଇ ଏକ ଚାମଚ ଲୁଣ ମିଶାଇ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖି ଦିଅନ୍ତୁ ।

ଏହି ପାଣିକୁ ପ୍ରତି ସପ୍ତାହ ବଦଳାଇ ଦିଅନ୍ତୁ । ଜାତକର ମଙ୍ଗଳ ଦୁର୍ବଳ ଥିଲେ ଭୋଜନରେ ସମୁଦ୍ରି ଲୁଣର ପ୍ରୟୋଗ କରି ପାରିବେ । ଛୋଟ ପିଲାଙ୍କ ଉପରେ ନଜର ଲାଗିଥିଲେ ଏକ ଚିମୁଟା ଲୁଣ ସ୍ନାନ ପାଣିରେ ମିଶାଇ ସ୍ନାନ କରାନ୍ତୁ । ଘୋର ଆର୍ଥିକ ସମସ୍ୟା ଥିଲେ ଏଗାରଟି ରୂପା ମୁଦ୍ରା ନେଇ ତୁଳସୀ ଗଛ ଗାଉଁଲାରେ ପୋତି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘିଅ ଦୀପ ଜଳାନ୍ତୁ । ଏହାଦ୍ବାରା ହଠାତ ଆର୍ଥିକ ଲାଭ ହେବା ଆରମ୍ଭ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *