Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀରେ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ମାଡ଼ି ଆସିବ ଅଜସ୍ର ଧନ ।

ସେୟାର୍ କରନ୍ତୁ

2023 ସେପ୍ଟେମ୍ବର 6 ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଗାଈକୁ ଏକ ଛୋଟିଆ ଜିନିଷ ଖୁଆଇ ଦେଲେ ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳିଯିବ । ଏଥର ଅନେକ ବର୍ଷ ପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମହା ସଂଯୋଗ ବନିବାକୁ ଯାଉଛି । ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାପାଠ ଏବଂ ବ୍ରତ କଲେ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ଯଦି ଆପଣ ବ୍ରତ କରିବେ ନାହିଁ ତେବେ ଗାଈକୁ ଏକ ଛୋଟ ଜିନିଷ ଖୁଆଇବା ଦ୍ୱାରା ସେହି ସମାନ ଫଳ ପ୍ରାପ୍ତ ହେବ । ଏହାଦ୍ବାରା ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଜୀବନରେ ଅନେକ ଖୁସିର ଆଗମନ ହେବ । ପୁରାଣ ଅନୁଯାୟୀ ପାପ କରିଥିବା ବ୍ୟକ୍ତି ଗାଈର ସେବା କରି ମଧ୍ୟ ପାପକୁ ନଷ୍ଟ କରି ପୁଣ୍ୟର ଭାଗିଦାରୀ ହୋଇପାରିବ ।

ଏହାବ୍ୟତୀତ ତୀର୍ଥ କରିବାକୁ ଅର୍ଥ ନଥିବା ବ୍ୟକ୍ତି ଗାଈକୁ ପୂଜା କରି ତୀର୍ଥ କରିବା ସମାନ ପୁଣ୍ୟ ପ୍ରାପ୍ତ କରି ପାରିବ । ସନାତନ ଧର୍ମରେ କୁହାଯାଇଛି ଯେଉଁ ଘରେ ଗାଈକୁ ପାଳିବା ସହିତ ସେବା କରାଯାଇ ଥାଏ ସେହିଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ଧନ ଧାନ୍ୟରେ ଅଭାବ ହୁଏନାହିଁ । ମାତ୍ର ଯେଉଁ ଘରେ ଗାଈର ସେବା ହୋଇ ନଥାଏ ସେହି ଘରକୁ ହଠାତ ବାଧା ବିପତ୍ତି ଆସିଥାଏ । ଘରେ ତିଆରି ହେଉଥିବା ପ୍ରଥମ ରୁଟି , ଗୁରୁ ଗ୍ରହଙ୍କ ସହିତ ସମାନ ହୋଇ ଥିବାରୁ ଏକ ଚିମୁଟା ହଳଦୀ ରୋଟିରେ ଲଗାଇ କିମ୍ବା ଗୁଡ଼ ଲଗାଇ ଗୋମାତାଙ୍କୁ ଖାଇବାକୁ ଦେଲେ ଗୋମାତାଙ୍କ ସମେତ ଶରୀରରେ ବାସ କରୁଥିବା ତେତିଶ କୋଟି ଦେବଦେବୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଗାଈକୁ କେବେବି ବାସୀ କିମ୍ବା ବଳକା ଜିନିଷ ଖୁଆଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଦେବଦେବୀ କ୍ରୋଧିତ ହେବା ସହିତ ଗୋମାତା ଏବଂ ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଯେଉଁ ବ୍ୟକ୍ତି ଗୋମାତାଙ୍କ ସେବା କରିଥାଏ ସେହି ବ୍ୟକ୍ତିକୁ ମାନ ସମ୍ମାନ ପ୍ରାପ୍ତ ହେବା ସହିତ ମୃତ୍ୟୁ ପରେ ମୋକ୍ଷ ମଧ୍ୟ ପ୍ରାପ୍ତ ହୋଇଥାଏ । କୁହାଯାଏ ଯେ ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରିବା ସମୟରେ ଖୁରା କାରଣରୁ ଧୂଳି ଉଡ଼ିଥାଏ ସେହି ଧୂଳି ଦ୍ୱାରା ମନୁଷ୍ୟର ପାପ ନଷ୍ଟ ହୋଇଯାଏ । ଗୋମାତାଙ୍କୁ ସବୁଜ ଘାସ ପନିପରିବା ଖାଇବାକୁ ଦେଲେ ବୁଧ ଗ୍ରହର ଦୋଷା ଦୂର ହୋଇଥାଏ ।

ମଙ୍ଗଳ ଗ୍ରହର ସ୍ଥିତି ଖରାପ ଥିଲେ ବ୍ରାହ୍ମଣଙ୍କୁ ଗାଈ ଦାନ କରିବା ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ । ଶନି ଦୋଷରୁ ମୁକ୍ତି ପାଇଁ କଳା ଗାଈ ଦାନ କରନ୍ତୁ । ପରିଶ୍ରମ ସତ୍ତ୍ୱେବି ଫଳ ମିଳୁ ନଥିଲେ ଗାଈକୁ ରୋଟି ଖାଇବାକୁ ଦିଅନ୍ତୁ । ଗାଈର ନିୟମିତ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ନିଶ୍ଚୟ ପ୍ରସନ୍ନ ହୋଇଥାନ୍ତି ଏବଂ ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ । ଘରର ଦ୍ୱାରକୁ ଆସୁଥିବା ଗାଈକୁ ନଘଉଡ଼ାଇ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ପିତୃ ଦୋଷରୁ ମୁକ୍ତି ପାଇଁ ଅମାବାସ୍ୟା ଦିନ ରୋଟି ଗୁଡ଼ ଖାଇବାକୁ ଦିଅନ୍ତୁ । ଗାଈର ପୂଜା କରିବା ଦ୍ୱାରା ନବଗ୍ରହର ଶାନ୍ତି ହୋଇଥାଏ । ଗାଈର ଉପରେ ଥିବା ଚୁଡ଼ରେ ସବୁଦିନ ଆଉଁସିଲେ ସବୁ ମନସ୍କାମନା ପୂରଣ ହୋଇଥାଏ କାରଣ ଏଥିରେ ସୂର୍ଯ୍ୟ କେତୁ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *