Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀ ଦିନ ଭୁଲରେବି କାହାକୁ ଦିଅନ୍ତୁ ନାହିଁ ଏହି ଚାରୋଟି ଜିନିଷ । ନଚେତ ଭଗବାନ ଶ୍ରୀକୃଷ୍ଣ ଛାଡ଼ିଦେବେ ଆପଣଙ୍କ ସାଥି ।

ସେୟାର୍ କରନ୍ତୁ

ଜନ୍ମାଷ୍ଟମୀ ଅତ୍ୟନ୍ତ ପବିତ୍ର ହୋଇଥାଏ । ତେଣୁ ଏହିଦିନ ମନୁଷ୍ୟ ନିଜର ବ୍ୟସ୍ତ ବହୁଳ ଜୀବନକୁ ପଛରେ ପକାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବାକୁ ଲାଗି ପଡ଼ିବା ଆବଶ୍ୟକ । ଏହାଦ୍ବାରା ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଘର ପରିବାର ଉପରେ ରହିବ । କିନ୍ତୁ ଏହି ସମୟରେ କିଛି ଏପରି ଜିନିଷ ଅଛି ଯାହାକୁ କାହାକୁବି ଦେବା ଉଚିତ ନୁହେଁ । ନଚେତ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହେବନାହିଁ । କହିରଖିବୁ ଯେ ଧାର କରଜ କରିବା ଆଦୋୖ ଭଲ ହୋଇ ନଥାଏ କାରଣ ଏହାଦ୍ବାରା ସମ୍ବନ୍ଧ ମଧ୍ୟ ଖରାପ ହୋଇଥାଏ ତେବେ ସେ କୌଣସି ମନୁଷ୍ୟ ହୁଅନ୍ତୁ କିମ୍ବା ସ୍ୱୟଂ ଭଗବାନଙ୍କ ସହିତ ସମ୍ବନ୍ଧ ।

ଖାସ କରି ଯଦି ଆପଣ ଜନ୍ମାଷ୍ଟମୀ ଦିନ ଏପରି କାମ କରନ୍ତି ତେବେ ଦାରିଦ୍ର୍ୟତା ଦେଖା ଦେଇଥାଏ । ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଜଡ଼ିତ କୌଣସିବି ଜିନିଷ ଆପଣ କାହାକୁ ଧାର ଦିଅନ୍ତୁ ନାହିଁ । ଏପରି କଲେ ଭଗବାନ ଶ୍ରୀକୃଷ୍ଣ ଆପଣଙ୍କ ଘର ଛାଡ଼ିଦେବେ ଏବଂ ଅନ୍ୟତ୍ର ଚାଲିଯିବେ । ଜନ୍ମାଷ୍ଟମୀ ଦିନ କାହାକୁ ତାଙ୍କ ଧାର ଦେବା ଉଚିତ ନୁହେଁ କିମ୍ବା କାହା ଠାରୁ ଟଙ୍କା ଧାର ନେବା ମଧ୍ୟ ଉଚିତ ନୁହେଁ ।

କାରଣ ଏହାର ସମାଧାନ ହୋଇପାରେ ନାହିଁ । ଜନ୍ମାଷ୍ଟମୀ ଦିନ ସନ୍ଧ୍ୟା ସମୟରେ ଆପଣଙ୍କୁ କେହି ଧଳା ବସ୍ତୁ ଅର୍ଥାତ କ୍ଷୀର , ଦହି ମାଗିବାକୁ ଆସିଲେ ତାହା ଭୁଲରେବି ଦିଅନ୍ତୁ ନାହିଁ । ଏହାଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଘରର ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି ।

ଏହିଦିନ କାହାକୁ ନିଜର ବ୍ୟବହାର କରୁଥିବା ଘଡ଼ି କିମ୍ବା ବଜାରରୁ ନୂଆ କିଣି ଉପହାର ଭାବରେ ଦେବା ଉଚିତ ନୁହେଁ । ସୂର୍ଯ୍ୟାସ୍ତ ସମୟରେ କ୍ଷୀର , ଦହି , ରସୁଣ କାହାକୁବି ଦିବା ଉଚିତ ନୁହେଁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ଏବଂ ମାତା ଲକ୍ଷ୍ମୀ ଘର ଛାଡ଼ି ଦିଅନ୍ତି । ଜନ୍ମାଷ୍ଟମୀରେ ଆପଣ ଜିନିଷ ଦାନ କରି ପାରିବେ କିନ୍ତୁ ପୁରୁଣା ବସ୍ତ୍ର ଏବଂ ବିବାହିତା ମହିଳାଙ୍କୁ ଧଳା ବସ୍ତ୍ର ଦାନ କରନ୍ତୁ ନାହିଁ । ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଝୁଲାରେ ଝୁଲା ଯାଇଥାଏ । ତେଣୁ ଝୁଲାକୁ ଭୁଲରେ କାହାକୁ ଉପହାର ଭାବରେ ଦିଅନ୍ତୁ ନାହିଁ । ଜନ୍ମାଷ୍ଟମୀ ଦିନ ରୋଷେଇ ଘରୁ ତେଲ , ଘିଅ ଏବଂ ହଳଦୀ ଏହିଭଳି ଜିନିଷ କାହାକୁ ଦିଅନ୍ତୁ ନାହିଁ ।

ନଚେତ ଘରର ସୁଖ ସମୃଦ୍ଧି ଅନ୍ୟତ୍ର ଚାଲିଯିବ । ଏହାଦ୍ୱାରା ପରିବାର ଉପରେ ଦୁଃଖଦ ପ୍ରଭାବ ଦେଖିବାକୁ ମିଳିପାରେ । ଜନ୍ମାଷ୍ଟମୀରେ ଭୁଲରେବି କାହାକୁ ତୁଳସୀ ପତ୍ର କିମ୍ବା ତୁଳସୀ ଗଛ ମଧ୍ୟ ଦିଅନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *