Excuse Me Odisha

ଯାହା କହିବୁ ସତ କହିବୁ

ସେପ୍ଟେମ୍ବର ୬ ଜନ୍ମାଷ୍ଟମୀ । ତୁଳସୀ ଗଛରେ ଏହି ଜିନିଷ ବାନ୍ଧିଲେ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ମାନା ଯାଇଛି । କାରଣ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ପୃଥିବୀରେ ଜନ୍ମ ନେଇଥିଲେ । ଏଭଳି ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଜନ୍ମାଷ୍ଟମୀ ବ୍ରତ କରିଥାଏ ସେହି ବ୍ୟକ୍ତିର ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ସବୁ ସୁଖର ପ୍ରାପ୍ତି ହୋଇଥାଏ । ପୁଣି ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛରେ ଗୋଟିଏ ଜିନିଷ ବାନ୍ଧିବା ଦ୍ୱାରା ମନୁଷ୍ୟର ଭାଗ୍ୟ ବଦଳି ପାରେ । ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ଯେଉଁଠି ତୁଳସୀ ଗଛ ଲଗାଯାଇଥାଏ ସେଠାରେ ଭଗବାନ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱରଙ୍କ ଉପସ୍ଥିତି ରହିଥାଏ ।

ଭଗବାନ ବିଷ୍ଣୁଙ୍କ ପ୍ରସାଦରେ ନିଶ୍ଚିତ ତୁଳସୀ ପତ୍ର ଦିଆଯାଇଥାଏ । ଘରେ ସୁଖ ସମୃଦ୍ଧି ପାଇଁ ଧଳା କିମ୍ବା ନୀଳ ଚୁନି ଚଢ଼ାଇବା ଉଚିତ । ଏକାଦଶୀ କିମ୍ବା କୌଣସି ଶୁଭ ଅବସରରେ ଲୋକେ ଚୁନି ବଦଳାଇ ଦିଅନ୍ତୁ । ଶାଳୀଗ୍ରାମ ଏବଂ ତୁଳସୀର ବିବାହ କରାଇଲେ ରୋଗ ଦୁଃଖ ଶୋକ ସବୁ ଦୂର ହୋଇଥାଏ । ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ନିଜ ମୁହଁରୁ ଅପଶବ୍ଦ ବାହାର କରିବା ଉଚିତ ନୁହେଁ । ଏହାବ୍ୟତୀତ ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଉଚିତ । କେବେବି ଖରାପ ମାଟିରେ ତୁଳସୀ ଗଛ , ମୁକୁଳା କେଶରେ ତୁଳସୀରେ ଜଳ ଚଢ଼ାଇବା ଭଳି କାମ କରନ୍ତୁ ନାହିଁ ।

ମାସିକ ଧର୍ମ ସମୟରେ ତୁଳସୀରେ ଜଳ ଚଢ଼ାଇବା ଉଚିତ ନୁହେଁ । ଘରେ ଏକାଧିକ ତୁଳସୀ ହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରହିବା ଉଚିତ । ତୁଳସୀରେ ଶିବଲିଙ୍ଗ ରଖିବା ଉଚିତ ନୁହେଁ ଏବଂ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ମଣିଷକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ତୁଳସୀ ଗଛ ମୂଳରେ ନାଗଫେଣି ଗଛ ଆଦୋୖ ଲଗାଇବା ଉଚିତ ନୁହେଁ ।

କାରଣ କଣ୍ଟା ଜାତୀୟ ଗଛ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାକୁ ସର୍ବଶ୍ରେଷ୍ଠ ଏବଂ ମଙ୍ଗଳକାରୀ ମଣାଯାଏ । ଏହାଦ୍ବାରା ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଘରର ମଝାମଝିରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଉତ୍ତମ ହୋଇଥାଏ । ଲୋଭ ମନୋଭାବ ଆଣି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *