Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମାଷ୍ଟମୀ ଦିନ ଘରକୁ ନେଇ ଆସନ୍ତୁ ଏହି ଆଠଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ । ପୂରଣ ହେବ ସବୁ ମନସ୍କାମନା ।

ସେୟାର୍ କରନ୍ତୁ

୨୦୨୩ ସେପ୍ଟେମ୍ବର ୨୩ ରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳିତ ହେବାକୁ ଯାଉଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିନକୁ ପବିତ୍ର ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଭାବରେ ପାଳନ କରିବା କରାଯାଇଥାଏ । ଶାସ୍ତ୍ର ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ନିଜ ଭକ୍ତଙ୍କୁ ଦୁଃଖ କଷ୍ଟ ଏବଂ ଦାରିଦ୍ର୍ୟତାରୁ ମୁକ୍ତି ଦେଇଥାନ୍ତି । କୁହାଯାଏ ଯେ ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ବିଧି ବିଧାନର ସହିତ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହିଦିନ ଭକ୍ତ ମାନେ ଉପାସ ରହି ଜନ୍ମାଷ୍ଟମୀ ବ୍ରତ ରଖିଥାନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନ ପସନ୍ଦର ଜିନିଷ ଅର୍ପିତ କରିଥାନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଜିନିଷ ବିଷୟରେ କହିବୁ ଯାହାକୁ ଏହି ଜନ୍ମାଷ୍ଟମୀ ଦିନ ଘରକୁ ଆଣିବା ଦ୍ୱାରା ଶ୍ରୀକୃଷ୍ଣ ଖୁବ ପ୍ରସନ୍ନ ହୁଅନ୍ତି ।

ଏହାଦ୍ବାରା କୌଣସି ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେବ ନାହିଁ ଏବଂ ମନସ୍କାମନା ପୂରଣ ହେବ ।

୧ . ଚନ୍ଦନ:-

ଘରେ ଚନ୍ଦନ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ସୁଗନ୍ଧରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ସମସ୍ତ ଦେବଦେବୀଙ୍କ ପୂଜା ଆରାଧନାରେ ଚନ୍ଦନର ବିଶେଷ ମହତ୍ତ୍ୱ ରହିଛି । ଚନ୍ଦନ ଏବଂ ତିଳକ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । କାରଣ ମଥାରେ ତିଳକ ଲଗା ଯାଉଥିବା ସ୍ଥାନରେ ଆଜ୍ଞା ଚକ୍ର ରହିଥାଏ ।

୨ . ବୀଣା:-

ଘରର କୌଣସି ଏକ ଶାନ୍ତ ସ୍ଥାନରେ ବୀଣା ରଖିବା ଉଚିତ । ଯାହାଦ୍ୱାରା ଘର ଉପରେ ମାତା ସରସ୍ୱତୀଙ୍କ କୃପା ବର୍ଷିଥାଏ । ଘରର ସଦସ୍ୟଙ୍କ ବୁଦ୍ଧିରେ ବିକାଶ ହେବା ସହିତ ଏହାକୁ ଘରକୁ ଆଣିଲେ ଘରର ସବୁ ସମସ୍ୟା ଦୂର ହୋଇଥାଏ । ଘରେ ଧନର ଅଭାବ କେବେବି ଦେଖା ଦିଏ ନାହିଁ ।

୩ . ଗାଈ ଘିଅ:-

ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈ ଅତ୍ୟନ୍ତ ପ୍ରିୟ ଅଟେ । ଘରେ ଶୁଦ୍ଧ ଗାଈ ଘିଅ ରଖିଲେ ଭଗବାନ ଶ୍ରୀକୃଷ୍ଣ ଖୁବ ପ୍ରସନ୍ନ ହୁଅନ୍ତି । ନିୟମିତ ରୂପରେ ଏହାର ସେବନ କରିବା ଉଚିତ । ଯାହାଦ୍ୱାରା ଶରୀରକୁ ଉର୍ଜା ମିଳିବା ସହିତ ସୁସ୍ଥ ରହିଥାଏ । ଘରେ ସନ୍ଧ୍ୟା ସମୟରେ ଏବଂ ପୂଜା ପାଠ ସମୟରେ ଘିଅ ଦୀପ ଜାଳିବା ଉଚିତ । ଏହାଦ୍ବାରା ବାତାବରଣ ଶୁଦ୍ଧ ଏବଂ ସକାରାତ୍ମକ ହୋଇଥାଏ ।

୪ . ମହୁ:-

ଜନ୍ମାଷ୍ଟମୀ ଦିନ ଘରକୁ ମହୁ ଆଣି ନିଶ୍ଚୟ ରଖନ୍ତୁ । ଯାହାଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ପୂଜା ପାଠ ସମୟରେ ସବୁ ଦେବଦେବୀଙ୍କୁ ମହୁ ଅର୍ପିତ କରାଯାଏ ଏବଂ ପୂଜାରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ଯେଉଁ ଘରେ ମହୁ ରହିଥାଏ ସେହି ଘରେ ଦେବାଦେବୀଙ୍କର କୃପା ସର୍ବଦା ବଜାୟ ରହିଥାଏ ।

୫ . ଶୀତଳ ଜଳ:-

ଘରେ ସର୍ବଦା ଥଣ୍ଡା ଏବଂ ପରିଷ୍କାର ଶୀତଳ ଜଳ ରହିବା ଉଚିତ । ଘରକୁ ଆସୁଥିବା ଅତିଥିଙ୍କୁ ପରିଷ୍କାର ଜଳ ଦେଇ ସ୍ୱାଗତ କରିବା ଉଚିତ । ଏହାଦ୍ବାରା ଜାତକର ଅନେକ ଦୋଷ ଦୂର ହୋଇଥାଏ ଏବଂ ମନୁଷ୍ୟ ଜୀବନରେ ଅନେକ ସଙ୍କଟ ଦୂର ହୋଇଥାଏ ।

୬ . ବଇଁଶୀ:-

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀ ଯେଉଁ ଘରେ ରହିଥାଏ ସେହି ଘରେ ଧନ , ସମ୍ମାନ , ଖୁସି ଏବଂ ଉନ୍ନତିର କୌଣସି ଅଭାବ ହୋଇ ନଥାଏ । ଘରେ ବାଉଁଶ ବଇଁଶୀ ରଖିଲେ ସବୁ ସମସ୍ୟା ଦୂର ହୋଇଥାଏ ।

୭ . ବାଳ ଗୋପାଳ:-

ଯଦି ଆପଣ ସନ୍ତାନ ସୁଖକୁ ନେଇ ଚିନ୍ତିତ ଅଛନ୍ତି ତେବେ ଘରର କବାଟରେ ବାଳ ଗୋପାଳଙ୍କ ଫୋଟ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ବହୁତ ଜଲଦି ମନସ୍କାମନା ପୂରଣ ହୋଇଯିବ ।

୮ . ମୟୁର ଚନ୍ଦ୍ରିକା:-

ମୟୁର ଚନ୍ଦ୍ରିକା ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଯାହାକି ଭଗବାନ ଶ୍ରୀକୃଷ୍ଣଙ୍କ ମଥାରେ ସବୁବେଳେ ଶୋଭା ପାଇଥାଏ । ତେଣୁ ଶୋଇବା କକ୍ଷରେ ଦୁଇଟି ମୟୁର ଚନ୍ଦ୍ରିକା ଏବଂ ଅନ୍ୟ କୋଠରୀ ମାନଙ୍କରେ ଗୋଟିଏ ଲେଖାଏଁ ମୟୁର ଚନ୍ଦ୍ରିକା ନିଶ୍ଚୟ ଲଗାନ୍ତୁ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *