Excuse Me Odisha

ଯାହା କହିବୁ ସତ କହିବୁ

ଚଳିତ ବର୍ଷ କେବେ ପଡ଼ୁଛି ଜନ୍ମାଷ୍ଟମୀ । ସେଦିନ କରନ୍ତୁ ନାହିଁ ଏହି ଭୁଲ । ଜାଣନ୍ତୁ ବ୍ରତର ସଠିକ ସମୟ ।

ସେୟାର୍ କରନ୍ତୁ

ଶାସ୍ତ୍ର ଅନୁଯାୟୀ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଯେଉଁ ମଣିଷ ମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ କରନ୍ତି ନାହିଁ , ସେମାନେ ବ୍ରହ୍ମ ରାକ୍ଷସ ସହିତ ସମାନ ହୁଅନ୍ତି । ଭବିଷ୍ୟ ପୁରାଣରେ ମଧ୍ୟ ଏହି ସମ୍ବନ୍ଧୀୟ ଅନେକ କିଛି ତଥ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଭବିଷ୍ୟ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ମାନେ ଜନ୍ମାଷ୍ଟମୀ ବ୍ରତ ଜାଣିବା ସତ୍ତ୍ୱେବି ବ୍ରତ କରନ୍ତି ନାହିଁ

ସେମାନେ ମହାପାତକ ଭୋଗ କରିବା ସହିତ ନିଜ ଯୋନିକୁ ପ୍ରାପ୍ତ କରନ୍ତି । ଚଳିତ ବର୍ଷ ଅଷ୍ଟମୀ ଦୁଇ ଦିନ ହେଉଛି । ଭାଦ୍ରବ ମାସ କୃଷ୍ଣ ପକ୍ଷରେ ଅଷ୍ଟମୀ ତିଥି ଯେଉଁ ଦିନ ଅର୍ଦ୍ଧ ରାତ୍ରରେ ଥିବ ସେହିଦିନ ହିଁ ପାଳନ କରିବା ଉଚିତ ।କାରଣ ଶ୍ରୀକୃଷ୍ଣଙ୍କ ଜନ୍ମ ଅର୍ଦ୍ଧ ରାତ୍ରରେ ହିଁ ହୋଇଥିଲା । ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ହିଁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରି ପାରିବା ।

୬ ତାରିଖ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ୭ ତାରିଖ ନନ୍ଦ ଉତ୍ସବ ଅଟେ । କିନ୍ତୁ ୭ ତାରିଖ ସୂର୍ଯ୍ୟ ଉଦୟ ଠାରୁ ଜନ୍ମାଷ୍ଟମୀ ତିଥି ଭୋଗ ହେଉଛି । ମାତ୍ର ୬ ତାରିଖ ମଧ୍ୟରାତ୍ରରେ ଅଷ୍ଟମୀ ତିଥି ଭୋଗ ହେବ । ଭବିଷ୍ୟ ପୁରାଣ କହିଲେ ସୂର୍ଯ୍ୟ ମହାଗ୍ରହ , ସିଂହ ରାଶି , ଭାଦ୍ରବ ମାସ ଅଷ୍ଟମୀ ତିଥି କୃଷ୍ଣପକ୍ଷ ଅର୍ଦ୍ଧରାତ୍ରି ସମୟ , ବୃଷ ରାତ୍ରିରେ ଚନ୍ଦ୍ରମା ରୋହିଣୀ ନକ୍ଷତ୍ର ଭୋଗ ହେଉଥିବା ସମୟରେ ପ୍ରଭୁ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ । ଏଥର ରୋହିଣୀ ନକ୍ଷତ୍ର କାରଣରୁ ଦିବ୍ୟ ସଂଯୋଗ ଘଟୁଛି । ତେଣୁ ୬ ତାରିଖ ବୁଧବାର ଅତ୍ୟନ୍ତ ଭଲ ଦିନ ରହିଛି । ତେଣୁ ଏହିଦିନ ନିଶ୍ଚିତ ଭାବରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ କରିବା ଉଚିତ ।

ଏହିଦିନ ସକାଳୁ ଶୀଘ୍ର ଶଯ୍ୟାତ୍ୟାଗ କରି ଧରିତ୍ରୀ ମାତାଙ୍କୁ ପ୍ରଣାମ କରି , ସ୍ନାନ ସାରିବା ପରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି ଅର୍ଘ୍ୟ ଦିଅନ୍ତୁ । ଏହାପରେ ଘର ମନ୍ଦିରରେ ବୃନ୍ଦାବତୀଙ୍କୁ ମଧ୍ୟ ପୂଜା କରନ୍ତୁ । ପୂଜା ସାରିବା ପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଇଁ ସଂକଳ୍ପ ନିଅନ୍ତୁ । କାରଣ ବିନା ସଂକଳ୍ପରେ ପୂଜା ପାଠ ବ୍ରତ ନିରର୍ଥକ ହୋଇଥାଏ ।

ସଂକଳ୍ପ ଶେଷ କରିବା ପରେ ଆପଣ ବାଳ ଗୋପାଳଙ୍କୁ ପୂଜା ମଧ୍ୟ କରି ପାରିବେ । ଏହିଦିନ ବାଳ ଗୋପାଳଙ୍କ ମୂର୍ତ୍ତି , ଫୋଟ କିମ୍ୱା ଲୁହାର ବିଗ୍ରହ ଆଣି ସ୍ଥାପିତ କରି ପାରିବେ । ପ୍ରଥମେ ବାଳ ଗୋପାଳଙ୍କୁ ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇ ଦିଅନ୍ତୁ । ଏହାପରେ ଚନ୍ଦନ , ଫୁଲ , ତୁଳସୀ ଅର୍ପିତ କରନ୍ତୁ । ଏହାପରେ ଧୂପ ଦୀପ ନୈବେଦ୍ୟ ଅର୍ପଣ କରନ୍ତୁ । ନୈବେଦ୍ୟ ସ୍ୱରୂପ ଆପଣ କ୍ଷୀରି ଖେଚୁଡ଼ି ପିଠା ପଣା ମଧ୍ୟ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *