Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ସ୍ଥାନରେ ରଖନ୍ତୁ ଦୁଇଟି ମୟୁର ପର । ଟଙ୍କା ପଇସାରେ ଭରି ରହିବ ସମ୍ପୂର୍ଣ୍ଣ ଘର ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମୟୁର ପର ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ସ୍ଥାନରେ ମୟୁର ପର ରହିଥାଏ ସେହି ସ୍ଥାନର ନକରାତ୍ମକ ଶକ୍ତିକୁ ନଷ୍ଟ କରିଦିଏ । ଶାସ୍ତ୍ର ଅନୁଯାୟୀ ମୟୁର ପର ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ । କାରଣ ଏହା ଘରର ବାସ୍ତୁ ଦୋଷକୁ ଦୂର କରିଥାଏ । ମାତ୍ର ଘରେ ମୟୁର ପର ରଖିବା ସମୟରେ କିଛି ବିଶେଷ ନିୟମ ନିଶ୍ଚୟ ମାନିବା ଉଚିତ ଯାହାକି ଶାସ୍ତ୍ରରେ କୁହାଯାଇଛି । ପ୍ରାଚୀନ ପୁରାଣରେ ମୟୁର ପରର ବିଶେଷ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାକୁ ଅନେକ ତାନ୍ତ୍ରିକ କ୍ରିୟାରେ ମଧ୍ୟ ବ୍ୟବହାର କରାଯାଏ । ଆୟୁର୍ବେଦରେ ଅନେକ ରୋଗରୁ ବର୍ତ୍ତିବା ପାଇଁ ମଧ୍ୟ ମୟୁର ପର ବ୍ୟବହାର କରାଯାଏ ।

ମୟୁର ପର ଦ୍ୱାରା ଘରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ପ୍ରାଚୀନ କାଳରେ ସନ୍ଧ୍ୟା ନାମକ ଅସୁରର ବଧ କରିବା ପାଇଁ ମୟୁର ହିଁ ସବୁ ଦେବତାଙ୍କ ଶକ୍ତିରେ ବଳିୟାନ ହୋଇଥିଲା କାରଣ ସବୁ ଦେବଦେବୀ ମୟୁର ପରରେ ହିଁ ବିଦ୍ୟମାନ ରହିଥିଲେ ଏବଂ ମୟୁର ସନ୍ଧ୍ୟା ଅସୁରର ବଧ କରିଥିଲା । ସେହିଠାରୁ ହିଁ ମୟୁର ପରର ଆହୁରି ଅଧିକ ମହତ୍ତ୍ୱ ରହି ଆସିଛି । ସ୍ବୟଂ ଶ୍ରୀକୃଷ୍ଣଙ୍କର କାଳ ସର୍ପ ଦୋଷ ଥିବାରୁ ମାତା ଜୋଶଦା ସର୍ବଦା ଶ୍ରୀକୃଷ୍ଣଙ୍କ ମଥାରେ ମୟୁର ପାର ଲଗାଉ ଥିଲେ । ଏହାବ୍ୟତୀତ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମୟୁର ସୁଖ , ଶାନ୍ତି , ପ୍ରେମର ପ୍ରତୀକ ଅଟେ । ମାତା ଲକ୍ଷ୍ମୀଙ୍କୁ ମୟୁର ପର ଅତ୍ୟନ୍ତ ପସନ୍ଦ ।

ତେଣୁ ମାତା ଲକ୍ଷ୍ମୀଙ୍କୁ ମୟୁର ପର ଅର୍ପିତ କଲେ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୁଅନ୍ତି । ଘରେ ଅନେକ କିଛି ବସ୍ତୁ ଏପରି ରହିଛି ଯାହାଦ୍ୱାରା ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ । ଏଥିପାଇଁ ଘରର ମୁଖ୍ୟଦ୍ୱାର ପାଖରେ ତିନୋଟି ମୟୁର ପରକୁ ଲଗାଇ ଦେବା ଉଚିତ । ଯଦି ଘରର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି ହେଉଛି ତେବେ ଘରର ମୁଖ୍ୟଦ୍ୱାର ପାଖରେ ଶ୍ରୀଗଣେଶଙ୍କ ପ୍ରତିମା ରଖି ଦୁଇ ପାର୍ଶ୍ଵରେ ଦୁଇଟି ମୟୁର ପର ରଖି ଦିଅନ୍ତୁ । ଏହାବ୍ୟତୀତ ତିନୋଟି ମୟୁର ପର ଘରର ମୁଖ୍ୟଦ୍ୱାରରେ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଘରର ସଦସ୍ୟଙ୍କ ଉପରେ ଗ୍ରହର ଖରାପ ପ୍ରଭାବ ରହିଲେ ମୟୁର ପରରେ ଗଙ୍ଗା ଜଳ ସିଞ୍ଚି ସମସ୍ତ ନଜର ଠାରୁ ଲୁଚାଇ ରଖନ୍ତୁ ।

ଘରର କୌଣସି ବ୍ୟକ୍ତି କିମ୍ବା ଛୋଟ ପିଲା ଉପରେ ନଜର ଦୋଷ ପଡ଼ିଥିଲେ ରାତିରେ ଶୋଇବା ସମୟରେ ସେହି ବ୍ୟକ୍ତି କିମ୍ବା ପିଲାର ତକିଆ ତଳେ ଏକ ମୟୁର ପର ରଖି ଆଗାମୀ ଦିନ ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଥାଏ । ପାଠ ପଢ଼ାରେ ମନ ଲାଗୁ ନଥିଲେ ବିଦ୍ୟାର୍ଥୀ ମାନେ ମାତା ସରସ୍ୱତୀଙ୍କ ନିକଟରେ ମୟୁର ପର ରଖି ପ୍ରାର୍ଥନା କରିବା ପରେ ଆଗାମୀ ଦିନ ନିଜ ପୁସ୍ତକରେ ରଖି ଦିଅନ୍ତୁ । ଏହାଦ୍ବାରା ପାଠ ପଢ଼ାରେ ଏକାଗ୍ରତା ବୃଦ୍ଧି ହେବ ଏବଂ ମାତା ସରସ୍ୱତୀଙ୍କ କୃପା ମଧ୍ୟ ବଜାୟ ରହିବ । ଶତ୍ରୁ ଶକ୍ତି ଠାରୁ ମୁକ୍ତି ପାଇଁ ସକାଳୁ ମୟୁର ପରରେ ହନୁମାନଙ୍କ ସିନ୍ଦୁର ଲଗାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ନାଶ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *