Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ଶୁଭ ଜନ୍ମାଷ୍ଟମୀ କେବେ । ଜାଣି ରଖନ୍ତୁ ସମ୍ପୂର୍ଣ୍ଣ ପୂଜାବିଧିର ଶୁଭ ମୁହୂର୍ତ୍ତ ଏବଂ ବ୍ରତ ବାରଣ ।

ସେୟାର୍ କରନ୍ତୁ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମାମୁଁ କଂସର କାରବାରରେ କଷ୍ଟ ଭୋଗୁଥିବା ମାତା ଦେବକୀଙ୍କ ଗର୍ଭରୁ ଅଷ୍ଟମ ସନ୍ତାନ ଶ୍ରୀକୃଷ୍ଣଙ୍କ ରୂପରେ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିନକୁ ପ୍ରତ୍ୟେକ ବର୍ଷ କୃଷ୍ଣ ଜନ୍ମାଷ୍ଟମୀ ଆକାରରେ ପାଳନ କରାଯାଉଛି । ଶାସ୍ତ୍ରରେ ଏହି ଦିନ କରାଯାଉଥିବା ବ୍ରତକୁ ବ୍ରତରାଜ କୁହାଯାଇଛି । କାରଣ ଏହାଦ୍ବାରା ଏକାଧିକ ବ୍ରତର ଫଳ ପ୍ରାପ୍ତ ହୋଇଥାଏ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ଭିନ୍ନ ଭିନ୍ନ ଦିନ ଏବଂ ତିଥିରେ ପାଳନ କରାଯାଏ । ପ୍ରଥମ ତାରିଖରେ ସ୍ମାର୍ତ ଏବଂ ଦ୍ୱିତୀୟ ତାରିଖରେ ବୈଷ୍ଣବ ସମ୍ପ୍ରଦାୟ ଜନ୍ମାଷ୍ଟମୀ ପାଳନ କରନ୍ତି । ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପୂଜା ପାଇ ପାଲକୀ ସଜା ଯାଇ ଛୋଟ ଛୋଟ ପିଲାଙ୍କୁ କୃଷ୍ଣଙ୍କ ରୂପରେ ସଜାଯାଇ ପୂଜା କରାଯାଏ ।

ଏହିଦିନ ବିଶେଷ କରି ମଥୁରା ଏବଂ ବୃନ୍ଦାବନରେ ଖୁବ ଉଲ୍ଲାସର ଦିନ ଅଟେ । ଏହିଦିନ ପୂଜା ପାଠ ସହିତ ବ୍ରତ ଏବଂ ଆରତୀ କଲେ ପୂଜାର ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ଏହିଦିନ ବିଷ୍ଣୁ ପୁରାଣ ଏବଂ ଭଗବତ ଗୀତାର ପାଠ କରାଯିବା ଉଚିତ । ଶ୍ରୀକୃଷ୍ଣଙ୍କ ପୂଜା ପଞ୍ଚାମୃତ ଏବଂ ଅନ୍ୟାନ୍ୟ ପ୍ରସାଦ ବିନା ସମ୍ପୂର୍ଣ୍ଣ ହୋଇ ନଥାଏ । ଅଷ୍ଟମୀ ଦିନ ରାତି ୧୨ ସମୟରେ ଶ୍ରୀକୃଷ୍ଣଙ୍କ ଜନ୍ମତ୍ସବ ପାଳନ କରାଯାଏ । ଯେଉଁ ଘରେ ଏହି ବ୍ରତ କରାଯାଏ ସେହି ଘରେ ଅକାଳ ମୃତ୍ୟୁ ହୁଏନାହିଁ । ଅଷ୍ଟମୀ ଠାରୁ ହିଁ ଏହି ବ୍ରତର ଆରମ୍ଭ ହୋଇଥାଏ । ତେଣୁ ଏହି ସମୟ ଠାରୁ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ବାଳ କୃଷ୍ଣଙ୍କୁ ଅଧା ରାତିରେ ପୂଜା କରିବାର ସଠିକ ସମୟ ଅଟେ ।

ସର୍ବପ୍ରଥମେ ଶ୍ରୀକୃଷ୍ଣଙ୍କୁ କ୍ଷୀରରେ ଅଭିଷେକ କରାଇ ପଞ୍ଚାମୃତରେ ସ୍ନାନ କରାନ୍ତୁ । ଏହାପରେ ଗଙ୍ଗା ଜଳରେ ସ୍ନାନ କରନ୍ତୁ । ଏହି ସମୟରେ ଶ୍ରୀକୃଷ୍ଣଙ୍କ ନାମ ଜପ ମଧ୍ୟ ନିଶ୍ଚୟ କରନ୍ତୁ । ଶ୍ରୀକୃଷ୍ଣଙ୍କୁ ଧଣିଆ ପଞ୍ଜିରିରେ ତୁଳସୀ ପତ୍ର ଦେଇ ଅର୍ପିତ କରିବା ସହିତ ଧୂପ ଦୀପ ଜାଳି ପୂଜା ଆରତୀ କରନ୍ତୁ । ଆପଣ ଚାହିଁଲେ ଅଧା ରାତିରେ ପୂଜା ଶେଷ ପରେ ପ୍ରସାଦ ସେବନ ପରେ ବ୍ରତ ପାଳନ କରି ପାରିବେ । ଚଳିତ ବର୍ଷ ଜନ୍ମାଷ୍ଟମୀ ଅଷ୍ଟମୀ ତିଥି ସେପ୍ଟେମ୍ବର ୬ ରେ ପଡ଼ୁଛି । ଏହା ଶ୍ରୀକୃଷ୍ଣଙ୍କର ୫୨୫୦ ତମ ଜନ୍ମଦିନ ହେବ । ତେଣୁ ଏହା ସେପ୍ଟେମ୍ବର ୬ ଦ୍ୱିପ୍ରହର ୩.୩୭ ରେ ଆରମ୍ଭ ହୋଇ ସେପ୍ଟେମ୍ବର ୭ ସନ୍ଧ୍ୟା ୪.୧୪ ରେ ଶେଷ ହେବ । ଏହିଦିନ ସକାଳ ୯.୩୦ ରୁ ରୋହିଣୀ ନକ୍ଷତ୍ରର ଆରମ୍ଭ ହେବ ।

ତେଣୁ ସେପ୍ଟେମ୍ବର ୭ ରେ ହିଁ ସବୁ ସମ୍ପ୍ରଦାୟର ଲୋକେ ଏହାକୁ ପାଳନ କରି ପାରିବେ । ଏହାକୁ ପାଳନ କରିବା ପାଇଁ ୪୦ ମିନିଟର ଶୁଭ ମୁହୂର୍ତ୍ତ ରହିଛି । ଏହିଦିନ ବ୍ରତ କଲେ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ । ଜନ୍ମାଷ୍ଟମୀ ବ୍ରତ କଥା ପଡ଼ିଲେ କିମ୍ବା ଶୁଣିଲେ ସବୁ ଲୋକଙ୍କ ପାପ ଧୋଇଯାଏ ଏବଂ ଜୀବନର ସବୁ ସମସ୍ୟାର ଅନ୍ତ ହୋଇଥାଏ । ପୁଣି ଚଳିତ ବର୍ଷ ରୋହିଣୀ ନକ୍ଷତ୍ର ଯୋଗ ସୃଷ୍ଟି ହେଉଛି ତେଣୁ ଏହା ସବୁ ବ୍ରତଧାରୀଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅଟକି ଯାଇଛି ତେବେ ଜନ୍ମାଷ୍ଟମୀ ଦିନ ସକାଳୁ ସ୍ନାନ କରି ବାଳ ଗୋପାଳଙ୍କୁ ବସ୍ତ୍ର ପିନ୍ଧାଇ ପୂଜା କରନ୍ତୁ । ଭୋଗ ଲାଗି ଚନ୍ଦନରେ ସିଙ୍ଗାର କରନ୍ତୁ । ପାଖ ରାଧାକୃଷ୍ଣ ମନ୍ଦିର ଯାଇ ବୈଜୟନ୍ତି ମାଳା ଅର୍ପିତ କରନ୍ତୁ । ନଚେତ ଆପଣ ହଳଦିଆ ଫୁଲ ମାଳା ମଧ୍ୟ ଅର୍ପିତ କରନ୍ତୁ । ଏହାଦ୍ବାରା ଭଗବାନ କୃଷ୍ଣଙ୍କ କୃପା ମିଳିବା ସହିତ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ପୂରଣ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *