Excuse Me Odisha

ଯାହା କହିବୁ ସତ କହିବୁ

ଚଳିତ ବର୍ଷ ପଡ଼ୁଛି ଭଦ୍ରା କାଳ । ଏହି ସମୟରେ ବାନ୍ଧନ୍ତୁନି ରାକ୍ଷୀ , ଆସିବ ଘୋର ବିପଦ ।

ସେୟାର୍ କରନ୍ତୁ

ଭାଇ ଭଉଣୀର ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ ଅଟେ । ଯାହାକି ରାକ୍ଷୀର ବନ୍ଧନରେ ବାନ୍ଧି ହୋଇ ରହିଥାଏ । ତେବେ ଚଳିତ ବର୍ଷ ରକ୍ଷା ବନ୍ଧନ ସମୟରେ ଭଦ୍ରା କାଳ ଥିବାରୁ ଲୋକେ ଦ୍ଵନ୍ଦରେ ଅଛନ୍ତି ଯେ କେଉଁ ସମୟରେ ରାକ୍ଷୀ ବାନ୍ଧିବେ । କହୁରଖିବୁ ଯେ ଅଗଷ୍ଟ ୩୦ ରେ ପୂର୍ଣ୍ଣିମା ୧୦.୫୮ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ସକାଳ ୦୭.୪୬ ରେ ଶେଷ ହେବ । ତେଣୁ ୩୦ ଅଗଷ୍ଟରେ ହିଁ ରକ୍ଷା ବନ୍ଧନ ପାଳିବାର ଉପଯୁକ୍ତ ସମୟ ଅଟେ । କିନ୍ତୁ ପୁରାଣରେ ବର୍ଣ୍ଣିତ ହୋଇଛି ଯେ ଭଦ୍ରା କାଳରେ ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ହୋଇଥାଏ । ତେଣୁ ଅନେକ ଲୋକ ଏଥିପାଇଁ ଦ୍ଵନ୍ଦରେ ଅଛନ୍ତି ।

ତେବେ କଣ ବାସ୍ତବରେ ଭଦ୍ରା କାଳରେ ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ହୁଏ ? କହିରଖିବୁ ଯେ ତ୍ରେତୟା ଯୁଗରେ ମଧ୍ୟ ସୂର୍ପଣଖା ଭଦ୍ରା କାଳରେ ରାବଣ ହାତରେ ରାକ୍ଷୀ ବାନ୍ଧିଥିଲା । ଯେଉଁ କାରଣରୁ ରାବଣର ବଧ ହୋଇଥିଲା । ଭଦ୍ରାଙ୍କୁ ଅଶୁଭ କୁହାଯାଉଥିବାର କାରଣ ହେଉଛି , ଭଦ୍ରା ଶନିଙ୍କ ଭଉଣୀ ନିଜର ଅହଂକାର କାରଣରୁ ବ୍ରହ୍ମାଙ୍କ ଅଭିଶାପ ପାଇଥିଲେ ।

ସେହିଠାରୁ ଭଦ୍ରା କାଳ ପଡ଼ିଲେ କୌଣସିବି ଶୁଭ କାର୍ଯ୍ୟ ବର୍ଜିତ ବୋଲି କୁହାଯାଇଛି । କିନ୍ତୁ କହିରଖିବୁ ଯେ ଏଥର ଭଦ୍ରାକାଳ ମର୍ତ୍ତରେ ନୁହେଁ ବରଂ ପାତାଳଲୋକରେ ପଡ଼ିଛି । ତେଣୁ ଏହା ମର୍ତ୍ତରେ କୌଣସି ଶୁଭ କାର୍ଯ୍ୟ ଉପରେ ପ୍ରଭାବ ପକାଇବ ନାହିଁ ।ତେଣୁ ଆପଣ ରକ୍ଷା ବନ୍ଧନ ଦିନ ୧୦.୫୮ ପରେ ରାକ୍ଷୀ ବାନ୍ଧିଲେ ତାହା ବିଶେଷ ଫଳପ୍ରଦ ହୋଇଥାଏ । କିନ୍ତୁ ରାକ୍ଷୀ ବାନ୍ଧିବାର ବିଶେଷ ନିୟମ ରହିଛି ।

ରକ୍ଷା ବନ୍ଧନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇର ଭବିଷ୍ୟତ ଏବଂ ମଙ୍ଗଳ କାମନା କରିବା ସହିତ ଭାଇ ଭଉଣୀର ସୁରକ୍ଷା ପାଇଁ ପ୍ରଣ ନେଇଥାଏ । ତେଣୁ ଏହି ଦିନ କଳା ବସ୍ତ୍ର ଧାରଣ କରିବା ଉଚିତ ନୁହେଁ । ନିୟମ ଅନୁଯାୟୀ ଭାଇକୁ ରାକ୍ଷୀ ବାନ୍ଧିବା ସମୟରେ ଏବଂ ବନ୍ଦାପନା କରିବା ସମୟରେ ଶୁଦ୍ଧ ଘିଅ ଦୀପ ଜାଳିବା ଉଚିତ । ରାକ୍ଷୀ ବାନ୍ଧିବା ସମୟରେ ଭାଇର ମୁହଁ ପୂର୍ବ ଏବଂ ଭଉଣୀର ମୁହଁ ପଶ୍ଚିମ ଦିଗକୁ ହେବା ଉଚିତ । ପ୍ରଥମ ରଖି କୌଣସି ମନ୍ଦିର କିମ୍ବା ଗୋମାତାଙ୍କୁ ଦେବା ପରେ ହିଁ ଭାଇକୁ ବାନ୍ଧନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *