Excuse Me Odisha

ଯାହା କହିବୁ ସତ କହିବୁ

ରକ୍ଷା ବନ୍ଧନରେ ଏକ ମୁଠା ଲୁଣ ନେଇ ଚୁପ ଚାପ କରି ଦିଅନ୍ତୁ ଏହି ଉପାୟ । ମାଡ଼ି ଆସିବ ଧନ ।

ସେୟାର୍ କରନ୍ତୁ

ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଘଟୁଛି ମହାସଂଯୋଗ । ତେଣୁ ଏହିଦିନ ତିନୋଟି ଖାସ ଜାଗାରେ ଲୁଣ ରଖିଲେ ଭଲ ହୋଇଥାଏ । ଅଗଷ୍ଟ ୩୦ ରେ ରକ୍ଷା ବନ୍ଧନ ସହିତ ଭଲଭଦ୍ରଙ୍କ ଜନ୍ମଦିନ ମଧ୍ୟ ପଡ଼ୁଛି । ଅଗଷ୍ଟ ୩୧ ରେ ଗହ୍ମା ପୂର୍ଣ୍ଣିମା କିମ୍ବା ଶ୍ରାବଣ ପୂର୍ଣ୍ଣିମା ପଡ଼ୁଛି । ପୁରାଣରେ ଏହି ଦିନକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏହିଦିନ କିଛି ଖାସ ଉପାୟ କଲେ ଜୀବନର ଦୁଃଖକଷ୍ଟ ସମସ୍ୟା ଦୂରେଇ ଯିବ । ଏହିଦିନ କିଛି ଉପାୟ କଲେ ତାହାର ନିଶ୍ଚିତ ଫଳପ୍ରାପ୍ତି ହୋଇଥାଏ । ଏହିଦିନ ଲୁଣର କିଛି ଖାସ ଉପାୟ କଲେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ । ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କେବଳ ଲୁଣର ପ୍ରୟୋଗ ହୋଇ ନଥାଏ ବରଂ ଏହା ଜୀବନର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ ।

୧୦୦ ଗ୍ରାମ ମୁଗଡାଲି , ୫୦ ଗ୍ରାମ ଚାଉଳ , ୫୦ ଗ୍ରାମ ନାଲି ଲଙ୍କା , ଏକ ପ୍ୟାକେଟ ଲୁଣ , ୧୦୦ ଗ୍ରାମ ସୋରିଷ ତେଲ ନେଇ କୌଣସି ମନ୍ଦିରରେ ଦାନରେ ଦେଇ ଘରକୁ ଚାଲି ଆସନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହେବ ଏବଂ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଯିବ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ ।

ମାତ୍ର ଏହି ଉପାୟ କରିବା ପୂର୍ବରୁ କାହାକୁ ନକହି କରନ୍ତୁ ଦେଖିବେ କରଜରୁ ମଧ୍ୟ ମୁକ୍ତି ମିଳିଯିବ । ଲୁଣକୁ କୌଣସି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖିବା ଉଚିତ ନୁହେଁ କାରଣ ଲୁଣ ଚନ୍ଦ୍ର ଏବଂ ଶୁକ୍ର ଗ୍ରହର କାରକ ହୋଇଥାଏ । ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ମଧ୍ୟ ରଖିବା ଉଚିତ ନୁହେଁ ।

ଲୁଣକୁ କେବେବି ତଳେ ପକାନ୍ତୁ ନାହିଁ । ନଚେତ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି ଏବଂ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିଥାଏ । କାହାଠାରୁ ଧାର ଆଣି ଲୁଣ ଖାଇଲେ କରଜର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନିଅନ୍ତୁ ନାହିଁ କିମ୍ବା କାହାକୁ ଲୁଣ ଦିଅନ୍ତୁ ମଧ୍ୟ ନାହିଁ ।

ଏହାଦ୍ବାରା ଘରର ସୁଖ ସମୃଦ୍ଧି ଚାଲିଯାଏ । ଲୁଣ ମିଶ୍ରିତ ପାଣିରେ ପୋଛା ଲଗାଇବା ଦ୍ୱାରା ଘରୁ ସବୁ ନକରାତ୍ମକ ଶକ୍ତି ଦୂର ହୋଇଯାଏ । କିନ୍ତୁ ଦ୍ବିପ୍ରହର ସମୟରେ ଲୁଣର ପୋଛା ଲଗାନ୍ତୁ ନାହିଁ । ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ କବାଟ ଖୋଲିଦେବା ଉଚିତ । ନଚେତ ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରିପାରିବେ ନାହିଁ । ରାତିରେ ଶୋଇବା ସମୟରେ ତକିଆ ତଳେ ଲୁଣ ରଖି ଶୋଇଲେ ନକରାତ୍ମକ ଶକ୍ତି ଭିତରେ ଥିଲେ ତାହା ଦୂର ହୋଇଯାଏ । ଚା ରେ ଲୁଣ ପକାଇବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *