Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ୩୧ ରକ୍ଷା ବନ୍ଧନର ଶୁଭ ମୁହୂର୍ତ୍ତ । ଭଦ୍ରା କାଳରେ ରାକ୍ଷୀ ବାନ୍ଧିଲେ ଭାଇ ହୋଇଯାଏ ବର୍ବାଦ ।

ସେୟାର୍ କରନ୍ତୁ

ରକ୍ଷା ବନ୍ଧନ ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ । ଏହିଦିନ ଭଉଣୀ ମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇର ମଙ୍ଗଳ କାମନା କରିବା ସହିତ ଆୟୁଷ ବୃଦ୍ଧି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତି । ଭାଇ ମାନେ ଜୀବନସାରା ନିଜ ଭଉଣୀର ରକ୍ଷା ପାଇଁ ପ୍ରତିଜ୍ଞା କରନ୍ତି ।

କିନ୍ତୁ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ । ଜଣେ ଭଉଣୀ କେବେବି ନିଜ ଭାଇର ଅମଙ୍ଗଳ ଚିନ୍ତା କରି ନଥାଏ । ଯେତେ ସମସ୍ୟା ଥିଲେବି ନିଜ ଭାଇକୁ କେବେବି କହି ନଥାଏ । ଏଭଳି ଭଉଣୀର ଯତ୍ନ ଭାଇ ମାନେ ରଖିବା ଉଚିତ । ଭଦ୍ରା ମାତା ଛାୟା ଏବଂ ସୂର୍ଯ୍ୟ ଦେବଙ୍କ ପତ୍ନୀ ଅଟନ୍ତି ଏବଂ ଶନିଦେବଙ୍କ ଭଉଣୀ ଅଟନ୍ତି । ଯେତେବେଳେ ଭଦ୍ରାଙ୍କ ଜନ୍ମ ହେଲା ସେ ସମ୍ପୂର୍ଣ୍ଣ ପୃଥିବୀକୁ ଗିଳିବାରେ ଲାଗିଥିଲେ ।

ସେତେବେଳେ ବ୍ରହ୍ମା ତାଙ୍କୁ ଅଟକାଇ ତାଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିଶ୍ଚିତ କରିଥିଲେ । ତେଣୁ ଆମେ ଭଦ୍ରା କାଳରେ କୌଣସିବି ଶୁଭ କାର୍ଯ୍ୟ କଲେ ତାହା ଭଦ୍ରା ଗ୍ରହଣ କରନ୍ତି । ତେଣୁ ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ । ରକ୍ଷା ବନ୍ଧନ ଦିନ ଭାଇ ଭଉଣୀ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ ନଚେତ ତାହା ଭଦ୍ରାଙ୍କୁ ଆକର୍ଷିତ କରିଥାଏ ।

ଏହିଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ନୂଆ ବସ୍ତ୍ର ଧାରଣ କରି ଭଗବାନଙ୍କୁ ପୂଜା କରିବା ଉଚିତ । ଏହାପରେ ପୂଜା ଥାଳି ଏବଂ ରାକ୍ଷୀ ସଜାଇ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ରାକ୍ଷୀ ବାନ୍ଧିବା ପରେ ଭାଇକୁ ରାକ୍ଷୀ ବାନ୍ଧିବା ଉଚିତ । ଭଗବାନ ଗଣେଶ ଆପଣଙ୍କ ଭାଇର ସମସ୍ୟାକୁ ନଷ୍ଟ କରିବେ ।

ଏହାପରେ ହିଁ ଭାଇକୁ ରାକ୍ଷୀ ବାନ୍ଧିବା ଉଚିତ । ଏଥର ପୂର୍ଣ୍ଣିମା ଅଗଷ୍ଟ ୩୦ , ୧୦.୫୮ ରେ ଆରମ୍ଭ ହୋଇ ସମାପ୍ତି ଅଗଷ୍ଟ ୩୧ , ୭.୪୬ ରେ ହେବ । ତେଣୁ ଅଗଷ୍ଟ ୩୦ ବୁଧବାର ଦିନ ରକ୍ଷା ବନ୍ଧନ ପାଳନ କରିବା ଶୁଭ ହେବ । ଏହି ଦିନ ଶ୍ରୀଗଣେଶଙ୍କୁ ପ୍ରିୟ ଅଟେ । ଅଗଷ୍ଟ ୩୦ ପୁରା ଦିନ ଭଦ୍ରା କାଳ ରହିବ ।

ତେଣୁ ଏହି ସମୟରେ ରାକ୍ଷୀ ନବାନ୍ଧି ଭଦ୍ରା କାଳ ସମାପ୍ତି ପରେ କିମ୍ବା ପୂର୍ବରୁ ହିଁ ରାକ୍ଷୀ ବାନ୍ଧିବା ଉଚିତ । ଏହି ସମୟରେ ହିଁ କେବଳ ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଭାଇର ଭବିଷ୍ୟ ଉଜ୍ଜ୍ୱଳ ହୋଇଥାଏ । ଆପଣ ଚାହିଁଲେ ଅଗଷ୍ଟ ୩୧ ରେ ମଧ୍ୟ ରକ୍ଷା ବନ୍ଧନ ପାଳନ କରି ପାରିବେ । ମାତ୍ର ଏହିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ରାକ୍ଷୀ ବାନ୍ଧି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *