Excuse Me Odisha

ଯାହା କହିବୁ ସତ କହିବୁ

ଠାକୁର ଘରେ ଠାକୁରଙ୍କ ମୁହଁ କେଉଁ ଦିଗକୁ ହେଲେ ହୋଇଥାଏ ଧନର ବର୍ଷା । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଠାକୁର ଘର ଘରର ଉତ୍ତର ପୂର୍ବ କିମ୍ବା ଐଶାନ୍ୟ କୋଣରେ ହେବା ଉଚିତ । ମାତ୍ର ଘରେ ଏହି ଦିଗରେ ସ୍ଥାନ ନଥିଲେ ସାମାନ୍ୟ ଉତ୍ତର କିମ୍ବା ସାମାନ୍ୟ ପୂର୍ବରେ ମଧ୍ୟ ଠାକୁର ଘର ବନାଇ ପାରିବେ । ଶୋଇବା ଘର ପୂଜା ଘର କରନ୍ତୁ ନାହିଁ । ଯଦି ଅନ୍ୟ କୌଣସି ବିକଳ୍ପ ନଥାଏ ତେବେ ଶୋଇବା ଘର ଭିନ୍ନ ଆସ୍ଥାନରେ ଠାକୁର ପୂଜା କରି ପରଦା ଘୋଡ଼ାଇ ଦିଅନ୍ତୁ ।

ପୂଜା ଘରର କବାଟ ସର୍ବଦା ଦୁଇ ପାର୍ଶ୍ଵ ଥିବା କବାଟ ରହିବା ଉତ୍ତମ ଅଟେ । ତାହା କେବେବି ଲୁହା ଟିଣ କିମ୍ବା ଅନ୍ୟ ଧାତୁରେ ନକରି ସର୍ବଦା କାଠରେ ହିଁ କରନ୍ତୁ । ପୂଜାଘର ସର୍ବଦା ଚାରି କାଠ ବିଶିଷ୍ଟ କରନ୍ତୁ ।ଏହାକୁ ଚଉକାଠ କୁହାଯାଇଥାଏ । ଠାକୁର ଘରର କବାଟ ନିଜେ ବନ୍ଦ ହୋଇଯିବା କିମ୍ବା ଖୋଲିବା ଠିକ ନୁହେଁ ।

ଠାକୁର ଘରେ ଫୋଟ ପୂଜା ସର୍ବୋତ୍ତମ ଅଟେ । ମାତ୍ର ମୂର୍ତ୍ତି ପୂଜା କରିବାକୁ ଇଚ୍ଛା କଲେ ୬ ଆଙ୍ଗୁଠି ଠାରୁ ଅଧିକ ଉଚ୍ଚତା ଥିବା ମୂର୍ତ୍ତି ସ୍ଥାପିତ କରନ୍ତୁ ନାହିଁ । ଠାକୁର ଫୋଟ କିମ୍ବା ମୂର୍ତ୍ତିକୁ କାନ୍ଥରେ ଲଗାଇ ରଖିବା ଉଚିତ ନୁହେଁ । ଏଥିପାଇଁ ସ୍ୱତନ୍ତ୍ର ପୀଠ କରାଯିବା ଉଚିତ । ପୂଜାଘର କବାଟର ଠିକ ସାମ୍ନାରେ ଠାକୁର ଫୋଟ ରଖିବା ଅନୁଚିତ । ଠାକୁର ଫୋଟ କିମ୍ବା ମୂର୍ତ୍ତିକୁ ସର୍ବଦା ପଶ୍ଚିମ ଦିଗକୁ ମୁଖ କରି ରଖାଯିବା ଉଚିତ ।

ପୂଜା କରିବା ସମୟରେ ନିଜର ଡାହାଣ ପାଖରେ ଠାକୁର ମୂର୍ତ୍ତି ରହିବା ସହିତ ନିହେ ଉତ୍ତର ଦିଗକୁ ମୁହଁ କରିବା ଉଚିତ । କିନ୍ତୁ ମନ୍ଦିରରେ ବାମ ପାଖରେ ମୂର୍ତ୍ତି ରଖି ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ । ପୂଜା କରିବା ସମୟରେ ଠାକୁର ମୂର୍ତ୍ତି ସାମ୍ନାରେ ବସି ଯୋଗ ବ୍ୟାୟାମ କରିବା ଉଚିତ ନୁହେଁ । ଯଜ୍ଞ କୁଣ୍ଡ ଥିଲେ ଦକ୍ଷିଣ ପୂର୍ବ କିମ୍ବା ଆଗ୍ନେୟ କୋଣରେ ରଖିବା ଉଚିତ । ଠାକୁର ଘରର ଛାତକୁ ପିରାମିଡ ଭଳି କରିବା ଉଚିତ । ବେସମେଣ୍ଟରେ ପୂଜା ଘର କରିବା ନିଷେଧ ଅଟେ । ପୂଜା ଘରେ କେବଳ ପୂଜା ସାମଗ୍ରୀ ଛଡ଼ା ଅନ୍ୟ ଜିନିଷ ରଖନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *