Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରେ ଏହି ଚାରୋଟି ଜିନିଷ ରହିଲେ ସ୍ୱାମୀ ହୋଇଥାନ୍ତି ବର୍ବାଦ । ସମୟ ଥାଉ ଥାଉ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ପ୍ରତ୍ୟେକ ଘରେ ରୋଷେଇ ଘରର ଏକ ବିଶେଷ ମହତ୍ତ୍ୱ ରହିଥାଏ ଯେଉଁଠାରୁ ଘରର ସଦସ୍ୟ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ମାନ୍ୟତା ରହିଛି ଯେ ରୋଷେଇ ଘରେ ଚାରି ପ୍ରକାରର ଜିନିଷ ରହିଛି ଯାହାକୁ ପୁରା ଶେଷ ହେବାକୁ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘର ବର୍ବାଦ ହୋଇପାରେ ।

୧ . ଅଟା:-

ଅଟା ଏକ ଏପରି ଜିନିଷ ଯାହା ରୋଷେଇ ଘରେ ଆଦୋୖ ଶେଷ ହେବା ଉଚିତ ନୁହେଁ । ତେଣୁ ରୋଷେଇ ଘରେ ରଖୁଥିବା ଅଟା ଡବାରେ ସମ୍ପୂର୍ଣ୍ଣ ଅଟା ଶେଷ ହେବା ପୂର୍ବରୁ ହିଁ ଅଟା ଭରି ଦିଅନ୍ତୁ । ନଚେତ ଆପଣଙ୍କ ଘରକୁ ଦୁର୍ଭାଗ୍ୟ ଆସିବା ସହିତ ମାନ ସମ୍ମାନରେ ମଧ୍ୟ ହାନୀ ଆସିବ ।

୨ . ହଳଦୀ:-

ଖାଦ୍ୟ ତିଆରି ପାଇଁ ବ୍ୟବହୃତ ହେଉଥିବା ମସଲା ମଧ୍ୟରେ ହଳଦୀ ଅନ୍ୟତମ । ଯାହାକି ସବୁ କାର୍ଯ୍ୟରେ ଲାଗିଥାଏ । ଗୁରୁଗ୍ରହ ବୃହସ୍ପତିଙ୍କ ସହିତ ମଧ୍ୟ ହଳଦୀର ସମ୍ବନ୍ଧ ରହିଛି । ତେଣୁ ଘରେ ହଳଦୀ ଶେଷ ହୋଇଗଲେ ଗ୍ରହ ଦୋଷ ଲାଗିଥାଏ ଏବଂ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ । ତେଣୁ ରୋଷେଇ ଘରେ ହଳଦୀ ଶେଷ ହୋଇ ଆସୁଥିଲେ ତୁରନ୍ତ ହଳଦୀ ଭରି ଦିଅନ୍ତୁ ।

୩ . ଚାଉଳ:-

ଚାଉଳ ସହିତ ଶୁକ୍ରଙ୍କ ସମ୍ବନ୍ଧ ରହିଛି । ଚାଉଳ ଶେଷ ହେବା ଦ୍ୱାରା ସୁଖ ସମୃଦ୍ଧି ଏବଂ ଉନ୍ନତିରେ ବାଧା ଆସିଥାଏ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ମଧ୍ୟ ଲାଗି ରହିଥାଏ । ତେଣୁ ରୋଷେଇ ଘରେ ଚାଉଳ ସମ୍ପୂର୍ଣ୍ଣ ଶେଷ ହେବା ପୂର୍ବରୁ ହିଁ ଚାଉଳ ନେଇ ଆସନ୍ତୁ।

୪ . ଲୁଣ:-

ଲୁଣ ଖାଦ୍ୟ ପ୍ରସ୍ତୁତି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଟେ । ଲୁଣ ରୋଷେଇ ଘରେ ଶେଷ ହୋଇଗଲେ ତାହା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଏହାଦ୍ବାରା ରାହୁଙ୍କ କୁଦୃଷ୍ଟି ମଧ୍ୟ ପଡ଼ିଥାଏ । ଏମିତିକି କେବେ କାହା ଘରୁ ଲୁଣ ଆଣିବା ମଧ୍ୟ ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି ।

୫ . ସୋରିଷ ତେଲ:-

ଖାଦ୍ୟ ପ୍ରସ୍ତୁତିରେ ସୋରିଷ ତେଲ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଘରେ ସୋରିଷ ତେଲ ଶେଷ ହେବା ପୂର୍ବରୁ ହିଁ ସୋରିଷ ତେଲ ନେଇ ଆସନ୍ତୁ । ଘରେ କେବଳ ସୋରିଷ ତେଲ ଶେଷ ହୋଇଗଲେ ଶନି ଦେବଙ୍କ କୋପର ସାମ୍ନା କରିବାକୁ ପଡ଼ିପାରେ । ସମ୍ଭବତଃ ପ୍ରତ୍ୟେକ ଶନିବାର ସୋରିଷ ତେଲ ଦାନ ନିଶ୍ଚୟ କରନ୍ତୁ ।

କିଛି ଜିନିଷ ଏପରି ଅଛି ଯାହାକୁ ରୋଷେଇ ଘରେ ରଖିବା ଆଦୋୖ ଉଚିତ ନୁହେଁ । ଯେମିତିକି ରୋଷେଇ ଘରେ ଔଷଧ ରଖିବା ବର୍ଜିତ ଅଟେ । ଏହାଦ୍ବାରା ପରିବାର ସଦସ୍ୟ ମାନେ ଗମ୍ଭୀର ରୋଗରେ ଶିକାର ହୋଇ ପାରନ୍ତି । ଫ୍ରିଜରେ ଚକଟା ଅଟା ରଖିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ଘର ଉପରେ ଶନି ଏବଂ ରାହୁଙ୍କର ଖରାପ ଦୃଷ୍ଟି ପଡ଼ିଥାଏ । ରୋଷେଇ ଘରେ କୌଣସି ଦେବଦେବୀଙ୍କ ଫୋଟ କିମ୍ବା ମନ୍ଦିର ବନାନ୍ତୁ ନାହିଁ । କାରଣ ରୋଷେଇ ଘରେ ସାତ୍ଵିକ ଏବଂ ତାମସିକ ଉଭୟ ପ୍ରକାରର ଖାଦ୍ୟ ତିଆରି ହୋଇଥାଏ । ଭଙ୍ଗା ବାସନକୁସନ ରୋଷେଇ ଘରେ ରଖିଲେ ଘରର ମୁଖ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆର୍ଥିକ ଅଭାବ ମଧ୍ୟ ଦେଖା ଦେଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *