Excuse Me Odisha

ଯାହା କହିବୁ ସତ କହିବୁ

ଆଖି ବନ୍ଦ କରି କୌଣସିବି ନମ୍ବର ଉପରେ ରଖନ୍ତୁ ତର୍ଜନୀ ଆଙ୍ଗୁଠି ଏବଂ ଜାଣନ୍ତୁ ହନୁମାନ ଜ୍ୟୋତିଷ ଅନୁଯାୟୀ ନିଜର ଭାଗ୍ୟ ।

ସେୟାର୍ କରନ୍ତୁ

ଏକ ମନ୍ତ୍ରକୁ ଜପ କରି ଆଖି ବନ୍ଦ କରି କୌଣସି ଗୋଟିଏ ନମ୍ବର ଉପରେ ତର୍ଜନୀ ଆଙ୍ଗୁଠି ରଖି ଆପଣ ନିଜ ବିଷୟରେ ସବୁକିଛି ଜାଣି ପାରିବେ । ହନୁମାନ ଜ୍ୟୋତିଷର ଅଙ୍କ ଶାସ୍ତ୍ର ଅଟନ୍ତି । ଏହାବ୍ୟତୀତ ଖୁବ ଚମତ୍କାରି ଏବଂ ଫଳପ୍ରଦ ମଧ୍ୟ । ଯାହାଦ୍ୱାରା ଆପଣଙ୍କୁ ନମ୍ବର ଅନୁଯାୟୀ ଅନେକ ଶୁଭ ଫଳ ପ୍ରାପ୍ତ ହେବ ।

୧ . ଅଙ୍କ “୧”:-

ଯଦି ଆପଣ ତର୍ଜନୀ ଆଙ୍ଗୁଠିକୁ ୧ ଉପରେ ରଖିଛନ୍ତି ତେବେ ଆପଣଙ୍କୁ ଧନ ସମ୍ପତ୍ତି ଏବଂ ମାନ ସମ୍ମାନ ପାପ୍ତ ହେବ । ଅଟକି ରହିଥିବା ଧନ ଫେରି ପାଇ ପାରନ୍ତି । ରକ୍ତ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଶେଷ ହୋଇପାରେ ।

୨ . ଅଙ୍କ “୨”:-

ଯଦି ଆପଣ ଆଙ୍ଗୁଠି ଅଙ୍କ ୨ ଉପରେ ରଖିଛନ୍ତି ତେବେ ଧନ ହାନୀ ହେବାର ସମ୍ଭାବନା ରହିଛି । ତେଣୁ ଧନର ଖର୍ଚ୍ଚ କିମ୍ବା କୌଣସି ପ୍ରକାରର ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ ।

୩ . ଅଙ୍କ “୩”:-

ଯଦି ଆପଣ ଆଙ୍ଗୁଠି ଅଙ୍କ ୩ ଉପରେ ରଖିଛନ୍ତି ତେବେ ଏହା ସଂଯୋଗ ଦିଗରେ ଇଙ୍ଗିତ କରୁଛି । କୌଣସି ପ୍ରିୟ ମିତ୍ର କିମ୍ବା ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ଯୁବକଙ୍କର କୌଣସି ସୁନ୍ଦର ସ୍ତ୍ରୀ ସହିତ ସାକ୍ଷାତ ହୋଇପାରେ । ସ୍ତ୍ରୀଙ୍କୁ କୌଣସି ଧନବାନ ବ୍ୟକ୍ତିଙ୍କର ସହାୟତା ମିଳିପାରେ ।

୪ . ଅଙ୍କ “୪”:-

ଯଦି ଆପଣ ଅଙ୍କ ୪ ରେ ଆଙ୍ଗୁଠି ରଖିଛନ୍ତି ତେବେ ଆପଣଙ୍କୁ କୌଣସି ରୋଗ ବ୍ୟାଧି ହେବାର ଆଶଙ୍କା ରହିଛି । ତେଣୁ ଆପଣ ନିଶ୍ଚୟ ସାବଧାନ ରୁହନ୍ତୁ । ଏଥିରୁ ବର୍ତ୍ତିବା ପାଇଁ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କ ମନ୍ଦିରକୁ ଯାଇ ଭଗବାନ ହନୁମାନଙ୍କ ନିକଟରେ ଚମେଲି ତେଲରେ ଦୀପ ଜଳାନ୍ତୁ ।

୫ . ଅଙ୍କ “୫”:-

ଯଦି ଆପଣ ଅଙ୍କ ୫ ଉପରେ ଆଙ୍ଗୁଠି ରଖିଛନ୍ତି ତେବେ ଆପଣ ଚିନ୍ତା କରିଥିବା କାମ ପୂର୍ଣ୍ଣ ହୋଇପାରେ । ବର୍ଷ ବର୍ଷ ଧରି ଅଟକି ରହିଥିବା କାମ ମଧ୍ୟ ପୂରଣ ହେବାକୁ ଯାଉଛି । ଏହାବ୍ୟତୀତ ଆପଣ କୌଣସି ନୂଆ କାମ କଲେ ମଧ୍ୟ ସଫଳତା ପାଇ ପାରନ୍ତି ।

୬ . ଅଙ୍କ “୬”:-

ଯଦି ଆପଣ ଅଙ୍କ ୬ ଉପରେ ଆଙ୍ଗୁଠି ରଖନ୍ତି ତେବେ କାହାରି ସହିତ ଆପଣଙ୍କର ବାଦ ବିବାଦ କିମ୍ବା ଯୁକ୍ତିତର୍କ ହୋଇପାରେ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ କିମ୍ବା ପିତା ସନ୍ତାନ ମଧ୍ୟରେ ବିବାଦ ହୋଇପାରେ ।

୭ . ଅଙ୍କ “୭”:-

ଅଙ୍କ ୭ ଉପରେ ଆଙ୍ଗୁଠି ରଖିଥିଲେ ସନ୍ତାନ ସୁଖ ପ୍ରାପ୍ତ ହେବ । ସନ୍ତାନକୁ କୌଣସି କ୍ଷେତ୍ରରେ ସଫଳତା ମିଳିପାରେ ଏବଂ ଆପଣଙ୍କୁ କୋଉ ଶୁଭ ଖବର ମିଳିପାରେ । ଘରେ କୌଣସି ବଡ଼ ଖୁସି ଖବର ମିଳିପାରେ ।

୮ . ଅଙ୍କ “୮”:-

ନମ୍ବର ୮ ଉପରେ ଆଙ୍ଗୁଠି ରଖିଥିଲେ ଜୀବନରେ କଷ୍ଟ ଆସିବ ଏବଂ ଅପମାନିତ ହେବାକୁ ପଡ଼ିପାରେ । କେହି ଆପଣଙ୍କ ସହିତ ବିଶ୍ୱାସଘାତକତା କରିପାରେ । ଯେଉଁ କାରଣରୁ ଆପଣଙ୍କ ଭରସା ଭାଙ୍ଗିପାରେ । ତେଣୁ ଅନ୍ୟ ଉପରେ କେବେ ଅଧିକ ବିଶ୍ୱାସ କରନ୍ତୁ ନାହିଁ । ଶ୍ରୀହନୁମାନଙ୍କ ସ୍ମରଣ କରନ୍ତୁ ।

୯ . ଅଙ୍କ “୯”:-

ନମ୍ବର ୯ ଉପରେ ଆଙ୍ଗୁଠି ରଖିଥିଲେ କୌଣସି ମକଦ୍ଦମାରେ ବିଜୟୀ ହୋଇ ପାରନ୍ତି ଏବଂ ହରାଇ ବସିଥିବା ସମ୍ମାନ ଫେରି ପାଇବେ । ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *