Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଶିବଲିଙ୍ଗରେ ନିଶ୍ଚିତ ଚଢ଼ାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ମିଳିବ ଚମତ୍କାର ଲାଭ ଏବଂ ଦୂର ହେବ କାଳସର୍ପ ଦୋଷ ।

ସେୟାର୍ କରନ୍ତୁ

ଶ୍ରାବଣ ମାସଟି ମହାଦେବଙ୍କର ଅତି ପ୍ରିୟ ହୋଇଥାଏ ବୋଲି କୁହାଯାଏ । ଏହି ମାସରେ ମହାଦେବ ନିଜ ଭକ୍ତ ଉପରେ କେବଳ ଏକ ଲୋଟା ଜଳ ଦ୍ୱାରା ମଧ୍ୟ ସନ୍ତୁଷ୍ଟ ହୋଇ ଯାଆନ୍ତି । କିନ୍ତୁ ଏହି ଶ୍ରାବଣ ମାସରେ କିଛି ଏପରି ଜିନିଷ ଯାହାକି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି , ତାହାକୁ ଅର୍ପିତ କଲେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ପ୍ରଥମତଃ ଭସ୍ମ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଯଦି ଆପଣ ଶ୍ରାବଣ ମାସରେ ଭସ୍ମ ଆଣି ଶିବ ମନ୍ଦିରରେ କିମ୍ବା ଘରେ ଥିବା ପୂଜଘରେ ଯେଉଁଠି ଶିବଲିଙ୍ଗ ରହିଥାଏ ସେହିଠାରେ ଆଣି ରଖନ୍ତି ଏବଂ ମହାଦେବଙ୍କୁ ପୂଜା କରିବା ସମୟରେ ଅର୍ପିତ କରନ୍ତି ତେବେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ଶ୍ରାବଣ ପୂର୍ଣ୍ଣିମା ମାସରେ ଆପଣ ରୁଦ୍ରାକ୍ଷ ମଧ୍ୟ ଆଣି ରଖି ପାରିବେ। ଏହା ଏକ ଫଳ ଅଟେ , ଯେଉଁଥିରେ ମହାଦେବ ସାକ୍ଷାତ ବାସ କରନ୍ତି କରନ୍ତି ବୋଲି କୁହାଯାଏ । ଏହାକୁ ଘରେ ଆଣି ରଖିଲେ କିମ୍ବା ଧାରଣ କଲେ ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ । ରୁଦ୍ରାକ୍ଷ ଧାରଣ କରିବାକୁ ଚାହୁଁଥିଲେ ଶ୍ରାବଣ ମାସ ଅତ୍ୟନ୍ତ ଉତ୍ତମ ମାସ ଅଟେ । ମହାଦେବଙ୍କୁ ଗଙ୍ଗା ଜଣ ଏବଂ ସାଧାରଣ ଜଳ ମଧ୍ୟ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଶ୍ରାବଣ ମାସରେ ନିଶ୍ଚିତ ଗଙ୍ଗା ଜଳ ଆଣି ଘରେ ରଖନ୍ତୁ ଏବଂ ମହାଦେବଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଶ୍ରାବଣ ମାସରେ ମହାଦେବଙ୍କୁ ବେଲପତ୍ର ନିଶ୍ଚିତ ଅର୍ପିତ କରନ୍ତୁ ।

ମାତ୍ର ଏହା ପ୍ରତ୍ୟେକ ଦିନ ଉପଲବ୍ଧ ନଥିଲେ ଏକ ତମ୍ବା କିମ୍ବା ରୂପାର ବେଲପତ୍ର ବନାଇ ତାହାକୁ ପ୍ରତ୍ୟେକ ଦିନ ମହାଦେବଙ୍କୁ ଅର୍ପିତ କରି ପାରିବେ । ଏହା ସମାନ ଫଳପ୍ରଦ ହୋଇଥାଏ । ଶ୍ରାବଣ ମାସରେ ଘରକୁ ଡମ୍ବରୁ ଆଣି ରଖନ୍ତୁ । ଏହାକୁ ମହାଦେବଙ୍କ ସୁଲଭ ପୂଜା ସମୟରେ ମଧ୍ୟ ପାଖରେ ରଖି ପାରିବେ । କୁହାଯାଏ ଯେ ଏହା ନକରାତ୍ମକତା ଦୂର କରିବା ପାଇଁ ଉପଯୋଗୀ ଅଟେ । ଶ୍ରାବଣ ମାସରେ ସନ୍ଧ୍ୟା ସମୟରେ କିଛି ସମୟ ଡମ୍ବରୁ ବଜାଇଲେ ଘରୁ ସବୁ ନକରାତ୍ମକତା ଦୂର ହୋଇଥାଏ ବୋଲି କୁହାଯାଏ । ମହାଦେବଙ୍କ ବେକରେ ନାଗ ସାପ ଅତ୍ୟନ୍ତ ଶୋଭା ପାଇଥାନ୍ତି ଏବଂ ଏହା ଅତ୍ୟନ୍ତ ଶୁଭ ମଧ୍ୟ ହୋଇଥାଏ ।

ତେଣୁ ଶ୍ରାବଣ ମାସରେ ତମ୍ବା କିମ୍ବା ରୂପାର ନାଗ ସାପ ଆଣି ପୂଜଘରେ ରଖନ୍ତୁ ଏବଂ ପୂଜା କରନ୍ତୁ । ଯଦି ଆପଣ କାଳସର୍ପ ଦୋଷରେ ପୀଡ଼ିତ ତେବେ ଶ୍ରାବଣ ମାସରେ ଏକ ତମ୍ବାର ନାଗ ନାଗୁଣି ଯୋଡ଼ା ଆଣି ପଞ୍ଚାମୃତରେ ଅଭିଷେକ କରିବା ପରେ ଶିବଲିଙ୍ଗ ଉପରେ ସ୍ଥାପିତ କରି ଦିଅନ୍ତୁ ଏବଂ ପୂଜା କରନ୍ତୁ । ଏହାଦ୍ବାରା ପିତୃ ଦୋଷ ମଧ୍ୟ ଦୂର ହୋଇଥାଏ । ଶେଷ ବସ୍ତୁଟି ହେଉଛି ପାରଦ ଶିବଲିଙ୍ଗ । ପାରଦ ଶିବଲିଙ୍ଗ ଏବଂ ମହାଦେବଙ୍କ ମଧ୍ୟରେ ଅତ୍ୟନ୍ତ ଖାସ ସମ୍ବନ୍ଧ ରହିଛି । ମାନ୍ୟତା ରହିଛି ଯେ ଶ୍ରାବଣ ମାସରେ ପାରଦ ଶିବଲିଙ୍ଗ ଆଣି ଘରେ ରଖି ପ୍ରତ୍ୟେକ ଦିନ ପୂଜା ଏବଂ ଅଭିଷେକ କଲେ ଆପଣଙ୍କ ଉପରେ ଥିବା ସବୁ ପ୍ରକାରର ଦୋଷ ଦୂର ହୋଇଯିବ । ଏହି ଶିବଲିଙ୍ଗ ଘରକୁ ସୁଖ ଏବଂ ଶାନ୍ତି ଲାଗିଲା ଆଣିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *