Excuse Me Odisha

ଯାହା କହିବୁ ସତ କହିବୁ

ଏହିସବୁ ମାସରେ ଜନ୍ମିତ ପିଲା ହୋଇଥାନ୍ତି ଭାଗ୍ୟଶାଳୀ । ନିଶ୍ଚୟ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମର ସମୟ ବ୍ୟକ୍ତିର ଜୀବନ ଉପରେ ଖୁବ ଅଧିକ ପ୍ରଭାବ ପକାଇଥାଏ । କିନ୍ତୁ ମନୁଷ୍ୟର ଭାଗ୍ୟ କିଛି ପୂର୍ବ ଜନ୍ମର ଏବଂ ଏହି ଜନ୍ମର କର୍ମ ଉପରେ ନିର୍ଭର କରିଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ଖୁବ ପୁଣ୍ୟ କରିଥାଏ ସେ ଧନୀ ଘରେ ଜନ୍ମ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ଖୁବ ପାପ କରିଥାଏ ସେ ଗରିବ ଘରେ ଜନ୍ମ ହୋଇଥାଏ । କିନ୍ତୁ ମନୁଷ୍ୟ ଚାହିଁଲେ ନିଜ ଭାଗ୍ୟକୁ ବଦଳାଇ ପାରେ । ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଯେ ଜନ୍ମ ମାସ ଅନୁଯାୟୀ ମନୁଷ୍ୟ କିଭଳି ଭାଗ୍ୟଶାଳୀ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

କିନ୍ତୁ ମନେ ରଖନ୍ତୁ ଯେ ଆପଣ ଯେଉଁ ମାସରେ ଜନ୍ମ ହୋଇଥାନ୍ତୁ ନା କାହିଁକି ଆପଣ ସେହି ମାସର ମହତ୍ତ୍ୱ ଉପରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିବା ଉଚିତ । ନଚେତ ତାହା ସବୁ ବ୍ୟର୍ଥ ହୋଇଥାଏ । ଏହାକୁ ଜାଣିବା ଦ୍ୱାରା ଆପଣ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସେମାନଙ୍କୁ ଉଚିତ ମାର୍ଗ ମଧ୍ୟ ଦେଇ ପାରିବେ ।

୧ . ଜାନୁଆରୀ ଏବଂ ଫେବୃଆରୀରେ ଜନ୍ମ ହୋଇଥିବା ପିଲା:-

ଏହି ମାସରେ ଜନ୍ମିତ ପିଲା ବହୁତ ପରିଶ୍ରମୀ ହୋଇଥାନ୍ତି । ଛୋଟ ବେଳୁ ହିଁ ଏମାନେ ନିଜର ଭାଗ୍ୟ ନିର୍ମାଣରେ ଲାଗି ପଡ଼ନ୍ତି । ଏମାନେ କାହା ଉପରେବି ଭରସା କରନ୍ତି ନାହିଁ । ଯେଉଁ କାରଣରୁ ସେମାନଙ୍କ ସହିତ ଧୋକା ମଧ୍ୟ ହୋଇଥାଏ । ମାତ୍ର ପରିଶ୍ରମ କାରଣରୁ ଏମାନେ ଜୀବନରେ ସଫଳ ହୋଇ ଯାଆନ୍ତି ।

୨ . ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଜନ୍ମ ହୋଇଥିବା ପିଲା:-

ଏହି ମାସରେ ଜନ୍ମ ହୋଇଥିବା ପିଲା ଖୁବ କ୍ରୋଧିତ ହୋଇଥାନ୍ତି । ଏମାନେ ନିଜର ଭାଗ୍ୟକୁ ବନାଇବା ପାଇଁ କାହାକୁବି କ୍ଷତି ପହଞ୍ଚାଇ ପାରନ୍ତି । ଏମାନେ ସବୁବେଳେ ନିଜର ଫାଇଦା ବିଷୟରେ ଭାବନ୍ତି । ଯେଉଁ କାରଣରୁ ଅନେକ ସମୟରେ ଭୁଲ ନିଷ୍ପତ୍ତି ମଧ୍ୟ ନେଇ ଯାଆନ୍ତି ।

୩ . ମଇ ଏବଂ ଜୁନ ମାସରେ ଜନ୍ମ ହୋଇଥିବା ପିଲା:-

ଏହି ମାସରେ ଜନ୍ମ ହୋଇଥିବା ପିଲା ଖୁବ ସାଧାସିଧା ହୋଇଥାନ୍ତି । ଏମାନେ କାହାରବି ସାହାଯ୍ୟ କରିବାକୁ ଆଗକୁ ଗୋଡ଼ ବଢ଼ାଇ ଦେଇଥାନ୍ତି । ଯେଉଁ କାରଣରୁ ଏମାନଙ୍କ ସହିତ ଧୋକା ମଧ୍ୟ ହୋଇଥାଏ । ଏହି ପ୍ରକାରର ପିଲା ସମୟ ଅନୁଯାୟୀ ଦୁନିଆର କଲ୍ୟାଣ କରିବା କାମରେ ଲାଗି ପଡ଼ନ୍ତି କିମ୍ବା ଅଧିକ ଧୋକା ହେବା କାରଣରୁ ଅଧର୍ମର ରାସ୍ତା ବାଛି ନେଇଥାନ୍ତି । ଏମାନଙ୍କ ଭାଗ୍ୟରେ ପ୍ରତ୍ୟେକ ଥର ଧୋକା ଲେଖା ଯାଇଥାଏ । କିଛି ପିଲା ଏପରି ହୋଇଥାନ୍ତି ଯେଉଁମାନେ ଧର୍ମର ମାର୍ଗକୁ ଛାଡ଼ି ନଥାନ୍ତି ଏବଂ ସେହି ମାର୍ଗରେ ନିଜର ଭାଗ୍ୟ ନିର୍ମାଣ କରିଥାନ୍ତି ।

୪ . ଜୁଲାଇ ଏବଂ ଅଗଷ୍ଟ ମାସରେ ଜନ୍ମ ହୋଇଥିବା ପିଲା:-

ଏହି ମାସରେ ଜନ୍ମ ହୋଇଥିବା ପିଲା ଖୁବ ସମ୍ବେଦନଶୀଳ ହୋଇଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ଖୁବ ସରଳ ହୋଇଥାଏ ଏବଂ ଖୁବ ସୁଖଦ ଜୀବନ ବଞ୍ଚିବା ସହିତ ଅନ୍ୟର ସେବା କରିଥାନ୍ତି । ଏମାନେ ଅନ୍ୟର ଖୁସିରେ ନିଜର ଖୁସି ଦେଖିଥାନ୍ତି ଏବଂ ନିଜ ପିତା ମାତାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ପିଲା ସାରା ଦୁନିଆରେ ନିଜର ଖ୍ୟାତି ଗଢ଼ିଥାନ୍ତି ଏବଂ ଆଗକୁ ବଢ଼ିଥାନ୍ତି ।

୫ . ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଜନ୍ମ ହୋଇଥିବା ପିଲା:-

ଏହି ମାସରେ ଜନ୍ମ ହୋଇଥିବା ପିଲା ବେଶ ଭଲ ସ୍ୱଭାବର ହୋଇଥାନ୍ତି । ଏମାନେ ଈଶ୍ୱରଙ୍କ ଉପରେ ଭରସା ରଖିଥାନ୍ତି ଏବଂ ବିନା ଛଳ କପଟରେ ନିଜର କାମ କରିଥାନ୍ତି । ଏମାନେ ନିଜ ଘରର ସମସ୍ତ ସଦସ୍ୟଙ୍କ ପାଇଁ ଗର୍ବର କାରଣ ହୋଇଥାନ୍ତି ।

୬ . ନଭେମ୍ବର ଏବଂ ଡିସେମ୍ବର ମାସରେ ଜନ୍ମ ହୋଇଥିବା ପିଲା:-

ଏହି ମାସରେ ଜନ୍ମ ହୋଇଥିବା ପିଲା ଖୁବ ସ୍ଥିର ଏବଂ ଧୌର୍ଯ୍ୟ ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ଜୀବନରେ ଅନେକ ସମସ୍ୟା ଆସିଥାଏ କିନ୍ତୁ ସେମାନେ ନିଜର ଧୀର ଏବଂ ଧୌର୍ଯ୍ୟ ସ୍ଵଭାବ କାରଣରୁ ସବୁ ସମସ୍ୟାରୁ ବାହାରି ଯାଆନ୍ତି । ଏମାନେ ଅନ୍ୟ ବ୍ୟକ୍ତିକୁ ବୁଝିବାରେ ମଧ୍ୟ ଖୁବ ତତ୍ପର ହୋଇଥାନ୍ତି ଏବଂ କାମ ଖୁବ ଧୀରେ ଧୀରେ କରି ସଫଳତା ପାଇଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *