Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଏହି ଗୋଟିଏ ଜିନିଷ ଘରକୁ ଆଣିଲେ ଶେଷ ହୁଏ କରଜ ସମସ୍ୟା । ଜାଣି ନିଅନ୍ତୁ ସମ୍ପୂର୍ଣ୍ଣ ଲାଭ ।

ସେୟାର୍ କରନ୍ତୁ

ମନୁଷ୍ୟର ଆବଶ୍ୟକତା ପଡ଼ିଲେ , ଜରୁରୀ ଥିଲେ କିମ୍ବା ଅଭାବ ଥିଲେ ହିଁ ମନୁଷ୍ୟ ଅନ୍ୟ ଠାରୁ କରଜ ନେଇଥାଏ । କିନ୍ତୁ କରଜ ଏଭଳି ଏକ ଜିନିଷ ଅଟେ ଯାହାକି ମନୁଷ୍ୟକୁ ଅନେକ ଅସୁବିଧାରେ ପକାଇ ଥାଏ । ଅନେକ ସମୟରେ ଏପରି ହୋଇଥାଏ ଯେ ମନୁଷ୍ୟ କରଜ ତ ନେଇଯାଏ କିନ୍ତୁ ତାହାକୁ ସୁଝିବାକୁ ସାମ୍ୟର୍ଥ ନଥାଏ । ଯେଉଁ କାରଣରୁ କରଜ ଧୀରେ ଧୀରେ ବଢ଼ି ବଢ଼ି ଚାଲେ । କୌଣସିବି ବ୍ୟକ୍ତି ପାଇଁ କରଜ ବହୁତ ବଡ଼ ସମସ୍ୟା ହୋଇଥାଏ । ଯେଉଁ କାରଣରୁ ତାର ପରିବାରକୁ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ କରଜ ନେବା ଏବଂ ଦେବା ସମୟରେ ହିଁ ସାବଧାନତା ଅବଲମ୍ବନ କରିବା ଉଚିତ ।

ଯେମିତିକି ମଙ୍ଗଳବାର ଏବଂ ଶନିବାର ଦିନ କାହାକୁ କରଜ ଦେବା ଉଚିତ ନୁହେଁ କିମ୍ବା କାହାଠାରୁ ନେବା ମଧ୍ୟ ଉଚିତ ନୁହେଁ । ସେହିଭଳି ତାରିଖ ଅନୁଯାୟୀ କହିଲେ ୧୮ , ୨୬ ଏବଂ ୨୭ ରେ କରଜ ଦେବା କିମ୍ବା କାହାଠାରୁ ନେବା ଉଚିତ ନୁହେଁ । ତେଣୁ କରଜ ନେବା ସମୟରେ କଳା କାଳିରେ ହସ୍ତାକ୍ଷର ନକରି ସୋମବାର, ବୁଧବାର ଏବଂ ଶୁକ୍ରବାର ହିଁ କରଜ ନିଅନ୍ତୁ । କିନ୍ତୁ କରଜ ନେବା ସମୟରେ ଭଗବାନଙ୍କୁ ନିଶ୍ଚିତ ପ୍ରାର୍ଥନା କରନ୍ତୁ । ଆଜିକାର ଲେଖାରେ ଆମେ ଆପଣଙ୍କୁ କରଜରୁ ମୁକ୍ତି ପାଇଁ ପାନ ପତ୍ରର କିଭଳି ଉପଯୋଗ କରାଯାଇ ପାରିବ ସେହି ବିଷୟରେ କହିବୁ । ଏମିତିରେ ଶାସ୍ତ୍ରରେ ପାନ ପତ୍ରର ଅନେକ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ଏକାଧିକ ଶୁଭ କାର୍ଯ୍ୟରେ ପାନ ପତ୍ରର ଉପଯୋଗ ହୋଇଥାଏ ।

୧ . କରଜ ସମସ୍ୟା ଥିଲେ ପ୍ରତ୍ଯେକ ମଙ୍ଗଳବାର ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଏକ ପାନ ପତ୍ରରେ ଦୁଇଟି ଅଳେଇଚ ଏବଂ ଗୋଟିଏ ଲବଙ୍ଗ ରଖି ପାନ ବିଡ଼ା ପ୍ରସ୍ତୁତ କରି ହନୁମାନ ମନ୍ଦିରକୁ ଯାଆନ୍ତୁ । ଶ୍ରୀହନୁମାନଙ୍କ ସାମ୍ନାରେ ସେହି ପାନକୁ ରଖି ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ କରିବା ଦିନ ସାତ୍ଵିକତା ବଜାୟ ରଖନ୍ତୁ ଏବଂ ନିଷ୍ଠାର ସହିତ ଏହି ଉପାୟ କରନ୍ତୁ । ଦେଖିବେ ଆପଣଙ୍କ କରଜ ସମସ୍ୟା ବହୁତ ଜଲଦି ଦୂର ହୋଇଯିବ ।

୨ . ଅନେକ ସମୟରେ କରଜ ସମସ୍ୟା ସହିତ ଏକାଧିକ ସମସ୍ୟା ବ୍ୟକ୍ତିକୁ ଚିନ୍ତିତ କରିଥାଏ । ତେଣୁ ଏଭଳି ପରିସ୍ଥିତିରେ ଏକ ଗୋଟା ପାନ ପତ୍ର ନେଇ ଡେମ୍ଫ ବାହାର କରି ଦିଅନ୍ତୁ ଏବଂ ତାହାର ଖଦଡ଼ା ଅଂଶକୁ ଉପରକୁ ରଖି ତାହା ଉପରେ ଦୁଇଟି ଲବଙ୍ଗ ରଖନ୍ତୁ । ତାହାକୁ ଉଠାଇ ପ୍ରବାହିତ ଜଳରେ ବସାଇ ହାତ ଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରି ନିଜର ସମସ୍ୟା କହି ଦିଅନ୍ତୁ । ଆପଣଙ୍କର ସବୁ ସମସ୍ୟା ବହୁତ ଜଲଦି ଦୂର ହୋଇଯିବ ।

୩ . ଆପଣଙ୍କ ଉପରେ କରଜ ବଢ଼ିବାରେ ଲାଗିଥିଲେ ନବରାତ୍ରୀର ପ୍ରତ୍ୟେକ ଦିନ ଏକ ପାନ ପତ୍ରରେ ହ୍ରୀଂ ଲେଖି ମାତା ଦୁର୍ଗାଙ୍କୁ ଅର୍ପିତ କରି ପ୍ରାର୍ଥନା କରନ୍ତୁ । ଏହାଦ୍ବାରା ମଧ୍ୟ ଆପଣଙ୍କର ବଡ଼ ବଡ଼ କରଜ ଜନିତ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *