Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ସ୍ୱପ୍ନରେ ସାପ ଦେଖାଗଲେ , ବୁଝି ଯାଆନ୍ତୁ ଯେ ସ୍ବୟଂ ମହାଦେବ ଦିଅନ୍ତି ତିନୋଟି ଶୁଭ ସଙ୍କେତ ।

ସେୟାର୍ କରନ୍ତୁ

ମହାଦେବଙ୍କ ପୂଜା ଆରାଧନା ପାଇଁ ଶ୍ରାବଣ ମାସ ଏକ ଅତ୍ୟନ୍ତ ଖାସ ମାସ ହୋଇଥାଏ । ଅନ୍ୟ ମାସରେ ଆପଣ ଚାହିଁଲେ ମହାଦେବଙ୍କୁ ପୂଜା କରି ପାରିବେ । କିନ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଶ୍ରାବଣ ମାସରେ ମହାଦେବ ମାତା ପାର୍ବତୀଙ୍କ ସହିତ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି । ତେଣୁ କୁହାଯାଏ ଯେ ଏହି ମାସରେ ମହାଦେବଙ୍କ ଭକ୍ତ ନିଷ୍ଠାର ସହିତ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆରାଧନା କଲେ ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ସେହିଭଳି ଯଦି ଏହି ଶ୍ରାବଣ ମାସରେ ଆପଣଙ୍କୁ କୌଣସି ବିଶେଷ ସଙ୍କେତ ମିଳେ ତେବେ ଜାଣି ଯାଆନ୍ତୁ ଯେ ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ।

୧ . ଶ୍ରାବଣ ମାସରେ ଗାଈ ଘରକୁ ଆସିବା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଏଭଳି କୁହାଯାଏ ଯେ ଖାସକରି ଶ୍ରାବଣ ସୋମବାର ଦିନ ଗାଈ ଘରକୁ ଆସିଲେ କିମ୍ବା ସକାଳୁ ଗାଈର ଦର୍ଶନ ହେଲେ , ଏହାର ଅର୍ଥ ହେଉଛି ବହୁତ ଜଲଦି ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ଏବଂ ଘରକୁ ସୁଖ ସମୃଦ୍ଧି ଏବଂ ଖୁସି ଆସିବ ।

ଯଦି ଶ୍ରାବଣ ସୋମବାର ଦିନ କୌଣସି ନନ୍ଦୀ ମହାରାଜ କିମ୍ବା ବଳଦ ଆସି ଆପଣଙ୍କ ଘରର ଦ୍ୱାରରେ ସିଙ୍ଗ ମାରିଥାଏ ତେବେ ଜାଣି ଯାଆନ୍ତୁ ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ତେଣୁ ନନ୍ଦୀ ମହାରାଜଙ୍କୁ ତିଳକ ଲଗାଇ କିଛି ନା କିଛି ଖୁଆନ୍ତୁ । ନନ୍ଦୀ ମହାରାଜ ମହାଦେବଙ୍କର ବାହନ ଅଟନ୍ତି । ତେଣୁ ଶ୍ରାବଣ ମାସରେ ଦେଖାଦେଲେ ଏହା ନିଶ୍ଚିତ ଭାବରେ ଏକ ଶୁଭ ସଙ୍କେତ ଅଟେ ।

୨ . ଶ୍ରାବଣ ମାସରେ ନୀଳକଣ୍ଠ ପକ୍ଷୀ ଘରକୁ ଆସି ବସିଲେ ତାହାକୁ ଘଉଡ଼ାଇ ଦିଅନ୍ତୁ ନାହିଁ । ଭଗବାନ ଶିବଙ୍କୁ ମଧ୍ୟ ନୀଳକଣ୍ଠ କୁହାଯାଏ । ଏହି ପକ୍ଷୀ ଅତ୍ୟନ୍ତ ଶୁଭ ହୋଇଥାଏ । ପୁଣି ଶ୍ରୀରାମଚନ୍ଦ୍ର ରାବଣକୁ ହତ୍ୟା କରିଥିବା କାରଣରୁ ପାପର ପ୍ରାୟଶ୍ଚିତ ପାଇଁ ଲକ୍ଷ୍ମଣଙ୍କ ସହିତ ମହାଦେବଙ୍କ ପୂଜା କରିଥିଲେ । ଏବଂ ସେତେବେଳେ ମହାଦେବ ନୀଳକଣ୍ଠ ପକ୍ଷୀର ରୂପ ଧରି ପୃଥିବୀକୁ ଆସିଥିଲେ । ସେହିଦିନ ଠାରୁ ମହାଦେବ ପୃଥିବୀ ପୃଷ୍ଠରେ ବିଚରଣ କରିବା ପାଇଁ ନୀଳକଣ୍ଠ ପକ୍ଷୀର ରୂପ ଧାରଣ କରନ୍ତି । ଶ୍ରାବଣ ମାସରେ ମନୁଷ୍ୟ ନୀଳକଣ୍ଠ ପକ୍ଷୀକୁ ଦେଖିଲେ ତାକୁ ଧନ ଧାନ୍ୟର ପ୍ରାପ୍ତି ହୋଇଥାଏ ।

୩ . ଶ୍ରାବଣ ମାସରେ କଳା ନାଗର ଦର୍ଶନ ହେବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ କଳା ନାଗ ଦେଖିଲେ ତାର ହାନୀ କରନ୍ତୁ ନାହିଁ । ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ଉନ୍ନତିର ଦ୍ୱାର ଖୋଲିବାକୁ ଯାଉଛି ।

୪ . ଶ୍ରାବଣ ମାସରେ କୌଣସି ବ୍ରାହ୍ମଣ କିମ୍ବା ଭିକ୍ଷୁକ ଆସିଲେ ତାହାର ଅର୍ଥ ଆପଣ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ତେଣୁ ଖାଲି ହାତରେ ବିଦା ନକରି ଦାନ ଦକ୍ଷିଣା ନିଶ୍ଚୟ ଦିଅନ୍ତୁ । ଘରୁ ବାହାରିବା ବେଳେ ଦୁଇ ବ୍ରାହ୍ମଣଙ୍କ ଦର୍ଶନ ଏକା ସାଥିରେ ହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

୫ . ଶ୍ରାବଣ ମାସରେ ସ୍ୱପ୍ନରେ ଭଗବାନ ଶିବଙ୍କ ଦର୍ଶନ ହେଲେ କିମ୍ବା ଆପଣ ନିଜକୁ ମହାଦେବଙ୍କ ପୂଜା କରୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାବ୍ୟତୀତ ମହାଦେବ ଶିବଙ୍କ ସହିତ ମାତା ପାର୍ବତୀଙ୍କ ଦର୍ଶନ ହେଲେ ବୁଝି ଯାଆନ୍ତୁ ଯେ ଆପଣଙ୍କ ପରିବାର ଉପରେ ମହାଦେବ ଏବଂ ମାତା ପାର୍ବତୀଙ୍କର ବିଶେଷ କୃପା ହେବ । ଏହାବ୍ୟତୀତ ମହାଦେବଙ୍କ ସମ୍ବନ୍ଧୀୟ କିଛି ଜିନିଷ ସ୍ୱପ୍ନରେ ନଜର ଆସିଲେ ଏହା ମଧ୍ୟ ଶୁଭ ସଙ୍କେତ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *