Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ଶରୀରରେ ଏପରି ଧାରଣ କରନ୍ତୁ ନାହିଁ କଳା ସୂତା ! ନଚେତ ହୋଇଯିବେ ବର୍ବାଦ ।

ସେୟାର୍ କରନ୍ତୁ

ଆଜିକାଲି ଅନେକ ଲୋକ ଫ୍ୟାସନ କରିବା ପାଇଁ ହାତରେ ଗୋଡ଼ରେ କିମ୍ବା ବେକରେ କଳା ସୂତା ବାନ୍ଧିଥାନ୍ତି । କିନ୍ତୁ କହିରଖିବୁ ଯେ କଳା ସୂତା ବାନ୍ଧିଲେ ଅନେକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ । ତେଣୁ ଶରୀରରେ କଳା ସୂତା ବାନ୍ଧିବା ଆଗରୁ ଏହା ସହିତ ଜଡ଼ିତ କିଛି ବିଧି ସମ୍ପର୍କରେ ଜାଣି ରଖିବା ଉଚିତ । ଏହାକୁ ବାନ୍ଧିବା ସମୟରେ କଣ କରିବା ଉଚିତ ଏବଂ କଣ ଉଚିତ ନୁହେଁ , ସେହି ବିଷୟରେ ମଧ୍ୟ ଜାଣିବା ଜରୁରୀ ଅଟେ । କଳା ସୂତା ସାଧରଣତଃ ନଜର ଦୋଷ ଏବଂ ଖରାପ ଶକ୍ତି ଠାରୁ ବର୍ତ୍ତିବା ପାଇଁ ବନ୍ଧା ଯାଇଥାଏ ।

କଳା ସୂତାରେ ନକରାତ୍ମକ ଶକ୍ତିକୁ ନଷ୍ଟ କରିବାର କ୍ଷମତା ରହିଥାଏ । ଏହାକୁ ବାନ୍ଧିବା ଦ୍ୱାରା ଲୋକଙ୍କ ଖରାପ ନଜରର ପ୍ରଭାବ ପଡ଼ି ନଥାଏ । ଅନେକ ଲୋକ ତନ୍ତ୍ର କ୍ରିୟାର ବଶ ହୋଇଥାନ୍ତି ଯାହାକୁ ଏହି କଳା ସୂତା ହିଁ ନଷ୍ଟ କରିଥାଏ । ତେଣୁ ଅଭିମନ୍ତ୍ରିତ କଳା ସୂତା ତନ୍ତ୍ର କ୍ରିୟାକୁ ମଧ୍ୟ ନଷ୍ଟ କରିପାରେ ।

ଯଦି ବ୍ୟକ୍ତି ଖୁବ କଠିନ ପରିଶ୍ରମ କରିବା ସତ୍ତ୍ୱେବି ସଫଳ ହୋଇ ପାରୁନାହିଁ ତେବେ କଳା ସୂତା ବାନ୍ଧିଲେ ମନୁଷ୍ୟକୁ ସଫଳତା ମିଳିଥାଏ । ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କିମ୍ବା ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ପ୍ରକାରର ବିବାଦ ଥିଲେ ଏବଂ କୌଣସି ଛୋଟ ପିଲାର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେଉଥିଲେ ମଧ୍ୟ କଳା ସୂତା ଦ୍ୱାରା ସେହିସବୁ ସମସ୍ୟା ଦୂର ହୋଇ ପାରିବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଳା ସୂତା ଧାରଣ କରିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ । ନଚେତ ଏହା ଶୁଭ ପରିଣାମ ଦେବା ବଦଳରେ ଅଶୁଭ ପରିଣାମ ଦେଇଥାଏ । ଅଜାଣତରେ ଭୁଲ ଉପାୟରେ କଳା ସୂତା ବାନ୍ଧିଲେ ଏହା ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ।

ଏହାବ୍ୟତୀତ ଅନ୍ୟର ଖରାପ ନଜରକୁ ମଧ୍ୟ ନିଜ ପ୍ରତି ଆକର୍ଷିତ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଳା ସୂତା ବାନ୍ଧିବା ପାଇଁ ଶନିବାର ଦିନ ହିଁ ଉପଯୁକ୍ତ ହୋଇଥାଏ । କଳା ସୂତାକୁ ସିଧା ଦୋକାନରୁ କିଣି ହାତରେ ବାନ୍ଧିବା ଉଚିତ ନୁହେଁ । ଏହାକୁ କିଣିବା ପରେ ପ୍ରଥମେ ଶନିଦେବଙ୍କ ଚରଣରେ ରଖି ଶନିଦେବଙ୍କ ମନ୍ତ୍ର ପଢ଼ି ଅଭିମନ୍ତ୍ରିତ କରିବା ପରେ ହିଁ ଶରୀରରେ ଧାରଣ କରିବା ଉଚିତ ।

କିନ୍ତୁ କଳା ସୂତାରେ ନଅଟି ଗଣ୍ଠି ପକାଇବା ପରେ ହିଁ ତାହାକୁ ଧାରଣ କରନ୍ତୁ । ତାହାକୁ ଶରୀରରେ ଧାରଣ କରିବା ପରେ ହିଁ ଶନିଦେବଙ୍କ ମନ୍ତ୍ରକୁ ୧୦୮ ଥର ଜପ କରିବା ଉଚିତ । ଡାହାଣ ଗୋଡ଼ରେ କଳା ସୂତା ବାନ୍ଧିଲେ ସୁଖ ସମୃଦ୍ଧି ଆସିଥାଏ । କୌଣସି ବ୍ୟକ୍ତିକୁ ପେଟ ସମ୍ବନ୍ଧୀୟ ସମସ୍ୟା ଥିଲେ ଗୋଡ଼ର ଆଙ୍ଗୁଠିରେ କଳା ସୂତା ବାନ୍ଧିବା ଉଚିତ ।

ଯେଉଁ ହାତରେ କଳା ସୂତା ଧାରଣ କରୁଛନ୍ତି ସେହି ଦିନ ଅଙ୍ଗରେ ଅନ୍ୟ କୌଣସି ସୂତା ଧାରଣ କରନ୍ତୁ ନାହିଁ । ଘର ଉପରେ ଖରାପ ଶକ୍ତିର ପ୍ରଭାବ ଥିଲେ ଘରର ମୁଖ୍ୟଦ୍ୱାରରେ ଲେମ୍ବୁ ସହିତ କଳା ସୂତା ବାନ୍ଧି ଝୁଲାଇ ଦିଅନ୍ତୁ । ଅଯଥା ଆର୍ଥିକ ଖର୍ଚ୍ଚ ହେଉଥିଲେ ଘରେ ଧନ ରଖାଯାଉଥିବା ସ୍ଥାନରେ କଳା ସୂତା ରଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *