Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ପାଞ୍ଚଟି ବସ୍ତୁର କରନ୍ତୁ ଦାନ । କୌଣସିବି ଦୁର୍ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ହୋଇଯିବ ଦୂର ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଅନୁଯାୟୀ ଅନେକ ପୂର୍ବ ପୁରୁଷ ଏବଂ ଜ୍ଞାନୀ ଗୁଣୀ ମହାତ୍ମା ବାସ୍ତୁ ଶାସ୍ତ୍ରର ମହତ୍ତ୍ୱ ଏବଂ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଜିନିଷରୁ ମିଳୁଥିବା କିଛି ସଙ୍କେତ ବିଷୟରେ ବର୍ଣ୍ଣନା କରିଛନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶାସ୍ତ୍ର ଅନୁଯାୟୀ କେଉଁ ସବୁ ଉପାୟ କରିବା ଦ୍ୱାରା ଆପଣ ନିଜ ଭାଗ୍ୟକୁ ମଧ୍ୟ ବଦଳାଇ ପାରିବେ । ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଦାନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯିବ ଏବଂ ମହାଦେବ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ । କହିରଖିବୁ ଯେ ଏପରି ଅନେକ ବଡ଼ ବଡ଼ ଦାନୀଙ୍କ ବିଷୟରେ ପୂର୍ବରୁ ମଧ୍ୟ ଆପଣ ମାନେ ଶୁଣିଥିବେ ଯେଉଁମାନେ ଗୋଟିଏ ସମୟରେ ନିଜର ସର୍ବସ୍ୟ ଦାନ କରିଥିଲେ ।

ଶାସ୍ତ୍ର ଅନୁଯାୟୀ ଆପଣ ଯାହାବି କିଛି ଦାନ କରନ୍ତି ତାହା ଶହେ ଗୁଣା ହୋଇ ଆପଣଙ୍କ ନିକଟକୁ ଫେରିଥାଏ । କିନ୍ତୁ ସର୍ବଦା ନିଜ ସାମ୍ୟର୍ଥ ଅନୁଯାୟୀ ହିଁ ଦାନ କରିବା ଉଚିତ । ତେବେ ଚାଲନ୍ତୁ ସେହି ସବୁ ଜିନିଷ ବିଷୟରେ ଜାଣିନେବା ।

୧ . ଲୁଣ:-

ସୋମବାର ଦିନ ଲୁଣ ଦାନ କଲେ ଦୁର୍ଭାଗ୍ୟ ଏବଂ ଦାରିଦ୍ର୍ୟତା ଦୂର ହୋଇଥାଏ । କିନ୍ତୁ ଧ୍ୟାନ ରଖିବେ ଯେପରି ଆପଣ ଲୁଣକୁ ସିଧାସଳଖ କାହାରି ହାତରେ ଦାନ ନକରନ୍ତି ।

୨ . ଗୁଡ଼:-

ଏହାକୁ ଆପଣ କାହାକୁବି ଦାନ କରି ପାରିବେ । ଗୁଡ଼ ଦାନ ଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ । ଏହାବ୍ୟତୀତ ଆପଣ ସୋମବାର ଦିନ ମହାଦେବଙ୍କୁ ଗୁଡ଼ ଅର୍ପିତ କରି ପ୍ରାର୍ଥନା କଲେ ମଧ୍ୟ କାହାରି ସହିତ ସମ୍ପର୍କ ଖରାପ ଥିଲେ ତାହା ଠିକ ହୋଇଯିବ । ଗୁଡ଼ ଏବଂ ରୋଟି ଗାଈକୁ ଖୁଆଇଲେ ମଧ୍ୟ ସମ୍ପର୍କ ମଧୁର ହୋଇଥାଏ ।

୩ . ତିଳ:-

ତିଳ ଦାନ କଲେ ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ତେଣୁ କଳା କିମ୍ବା ଧଳା ତିଳ ଦାନ କରି ପାରିବେ । ତିଳ ଦାନ ପାଇଁ ଶନିବାର ଦିନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

୪ . ଘିଅ:-

ଘିଅ ଦାନ କଲେ ସ୍ୱାସ୍ଥ୍ୟ ସମସ୍ୟା , କୌଣସି ପ୍ରକାରର ଗମ୍ଭୀର ରୋଗ ଦୂର ହୋଇଥାଏ । ଏଥିମଧ୍ୟରେ ଗାଈ ଘିଅ ସର୍ବଶ୍ରେଷ୍ଠ ଅଟେ । ମହାଦେବଙ୍କୁ ଘିଅ ଅର୍ପିତ କଲେ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ମହାଦେବ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ କରିବେ ।

୫ . ଅନ୍ନ:-

ଆପଣ ଚାହିଁଲେ ବ୍ରାହ୍ମଣ ଭୋଜନ କିମ୍ବା ସମ୍ଭବ ନହେଲେ କୌଣସି ସମୟରେ ସାମ୍ୟର୍ଥ ଅନୁଯାୟୀ ଭୋଜନ ଦାନ କରନ୍ତୁ ।

୬ . ବସ୍ତ୍ର:-

ବସ୍ତ୍ର ଦାନ କରିବା ମଧ୍ୟ ଉତ୍ତମ ଅଟେ । ଏହାଦ୍ବାରା ବ୍ୟକ୍ତିର ଆୟୁଷ ବଢ଼ିଥାଏ । ଏମିତିରେ ଯଦି କୌଣସି ବ୍ୟକ୍ତି ଦୀର୍ଘ ସମୟ ହେବ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ତେବେ ତାଙ୍କ ହାତରୁ ବସ୍ତ୍ର ସ୍ପର୍ଶ କରାଇ ଦାନ କରି ଦିଅନ୍ତୁ । ରୋଗ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *