Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏକ ମୁଠା ଲୁଣକୁ ନେଇ କରନ୍ତୁ ଏହି ସହଜ ଉପାୟ । ରୋଗ , କଳହ , କ୍ଳେଶ , ବିବାଦ ଏବଂ ଆର୍ଥିକ ସମସ୍ୟା ସବୁ ହୋଇଯିବ ଦୂର ।

ସେୟାର୍ କରନ୍ତୁ

ଜୀବନରେ ଲୁଣକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ । ତେବେ ତାହା ଗ୍ରହ ଦୋଷ କିମ୍ବା ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ହେଉ ନା କାହିଁକି । ଲୁଣ ବିଭିନ୍ନ ପ୍ରକାରର ମାତ୍ର କିଛି ଲୁଣ ଜୀବନରେ ଗ୍ରହ ଦୋଷରୁ ମୁକ୍ତ କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଜାତକରେ ଚନ୍ଦ୍ରମା ଦୁର୍ବଳ ଥିଲେ ସିନ୍ଧା ଲୁଣର ବ୍ୟବହାର କରି ପାରିବେ ଯାହାଦ୍ୱାରା ରକ୍ତଚାପର ସମସ୍ୟାରୁ ମୁକ୍ତି ମିଳିଥାଏ । ସେହିପରି ଘର କୋଣରେ କୌଣସି ପାତ୍ରରେ ଲୁଣ ରଖିଲେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଏହାଦ୍ବାରା ଆପଣଙ୍କ ମନରେ ସୃଷ୍ଟି ହେଉଥିବା ନକରାତ୍ମକ ଚିନ୍ତାଧାରା ମଧ୍ୟ ଦୂର ହୋଇଥାଏ । କିନ୍ତୁ ଧ୍ୟାନ ଦେବେ ଯେପରି ଲୁଣ ସର୍ବଦା କାଚ ପାତ୍ରରେ ରଖିବା ଉଚିତ ।

ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖିଲେ ତାହା ରାହୁ ଏବଂ ଶନିର କାରକ ହୋଇଥିବାରୁ ପରିବାରର ସଦସ୍ୟଙ୍କ ଉପରେ ପ୍ରଭାବ ପକାଇଥାଏ । କାଚ ପାତ୍ରରେ କ୍ରିସ୍ଟଲ ସଲଟ ରଖିବା ଦ୍ୱାରା ଘରୁ ସବୁ ପ୍ରକାରର ସୂକ୍ଷ୍ମ ଜୀବାଣୁ ଏବଂ ନକରାତ୍ମକତା ଦୂର ହେବା ସହିତ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ନଚେତ ଆପଣ ରୋକ ସଲଟ ଲ୍ୟାମ୍ପ ମଧ୍ୟ ବ୍ୟବହାର କରି ପାରିବେ । ଭୁଲରେବି କାହାକୁ ସିଧା ହାତରେ ଲୁଣ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ଭାଗ୍ୟ ଖରାପ ହୋଇପାରେ । ଘରର ମୁଖ୍ୟଦ୍ୱାର ପାଖରେ ଏକ କପଡ଼ାରେ କଳା ଲୁଣ ବାନ୍ଧି ଝୁଲାଇ ଦେଲେ ଏହା ଘର ଭିତରକୁ ବାହାରୁ କୌଣସି ନକରାତ୍ମକ ଶକ୍ତି କିମ୍ବା ଭୂତ ପ୍ରେତକୁ ଆସିବାକୁ ଦିଏନାହିଁ ।

ଏହାବ୍ୟତୀତ ଲୁଣର ଲବଙ୍ଗ ପକାଇ ରଖିଲେ ଆର୍ଥିକ ସମସ୍ୟା ରହେନାହିଁ । ଏକ ଗ୍ଲାସ ପାଣିର ଲୁଣ ମିଶାଇ ଘରର ନୈରୁତ କୋଣରେ ରଖି ତାପଖରେ ଏକ ରେଡ଼ ଲାଇଟ ଜାଳି ପାରିବେ । ନଚେତ ରୋକ ସଲଟ ଲ୍ୟାମ୍ପ ମଧ୍ୟ ଆଣି ପାରିବେ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ସର୍ବଦା ଘରେ ପୋଛା ମାରୁଥିବା ପାଣିରେ ଲୁଣ ମିଶାଇ ପୋଛା ମାରିବା ଉଚିତ । ଯାହାଦ୍ୱାରା ଘରେ ଥିବା ନକରାତ୍ମକତା ନଷ୍ଟ ହୋଇଯିବ । ଘରେ କୌଣସି ବ୍ୟକ୍ତି ଉପରେ ନଜର ଲାଗିଥିଲେ ଏକ ମୁଠା ଲୁଣ ନେଇ ନଜର ଉତାରି ତାହାକୁ ଜଳରେ ପ୍ରବାହିତ କରିବା ଦ୍ୱାରା ନଜର ଦୋଷ ଦୂର ହୋଇଥାଏ । କିନ୍ତୁ ଏହା ଶୀଘ୍ର ପ୍ରଭାବୀ କରୁବାକୁ ଚାହୁଁଥିଲେ ବାମ ହାତରେ ଏହି ଉପାୟ କରନ୍ତୁ ।

ସପ୍ତାହରେ ଥରେ ଖାସକରି ସୋମବାର ଦିନ ସ୍ନାନ କରୁଥିବା ପାଣିରେ ଲୁଣ ମିଶାଇ ସ୍ନାନ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏହାଦ୍ବାରା ଆଲର୍ଜି ସମସ୍ୟା ମଧ୍ୟ ହୁଏନାହିଁ । ମାନସିକ ଚିନ୍ତା ଡିପ୍ରେସନ ଥିଲେ ରାତିରେ ଶୋଇବା ପୂର୍ବରୁ ଲୁଣ ପାଣିରେ ହାତ ମୁଁହ ଧୋଇ ଶୋଇଲେ ତାହା ପ୍ରଭାବୀ ହୋଇଥାଏ । ଲୁଣ ମିଶା ପାଣିରେ ସ୍ନାନ କଲେ ଶରୀର ଶୁଦ୍ଧ ହୋଇଥାଏ ଏବଂ ମନରେ ଶାନ୍ତି ଆସିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ହେଉଥିଲେ ବେଡ଼ ରୁମରେ କୌଣସି କୋଣରେ ସିନ୍ଧା ଲୁଣର ଏକ ଟୁକୁଡ଼ା ରଖିଦେଲେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭଲ ହୋଇଥାଏ । ପ୍ରତ୍ୟେକ ମାସ ତାହାକୁ ବଦଳାଇ ପୁରୁଣା ଲୁଣକୁ ଫ୍ଲସ କରି ଦିଅନ୍ତୁ । ଆପଣ ଚାହିଁଲେ ଶୋଇବା ସମୟରେ ମୁଣ୍ଡ ପାଖରେ ମଧ୍ୟ ଲୁଣ ରଖି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *