Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏକ ମୁଠା ଲୁଣ ଚୁପଚାପ ଏହି ସ୍ଥାନରେ ଫିଙ୍ଗି ଦିଅନ୍ତୁ । ଦୂର ହୋଇଯିବ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ଶାସ୍ତ୍ର ଅନୁଯାୟୀ ଲୁଣର ଅନେକ ଖାସ ମହତ୍ତ୍ୱ ରହିଛି ଏବଂ ଏହାକୁ ଅନେକ ଉପାୟ ପାଇଁ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ଏହା ମନୁଷ୍ୟ ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ । କିନ୍ତୁ ଲୁଣର ଉପଯୋଗ କରି ମନୁଷ୍ୟ ନିଜ ଭାଗ୍ୟ ମଧ୍ୟ ବଦଳାଇ ପାରିବ । ଯାହା ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ । ଘରର କୌଣସି କୋଣରେ ଲୁଣ ଭର୍ତ୍ତି ପାତ୍ର ରଖିଲେ ଶୁକ୍ର ଗ୍ରହ ମଜବୁତ ହେବା ସହିତ ନକରାତ୍ମକତା ଦୂର ହୋଇଥାଏ । ଚନ୍ଦ୍ର ଏବଂ ଶୁକ୍ର ଭଳି ଲୁଣ ରାହୁର କାରକ ମଧ୍ୟ ହୋଇଥାଏ । ତେଣୁ ଲୁଣକୁ ଷ୍ଟିଲ ପାତ୍ରରେ ନରଖି କାଚ ପାତ୍ରରେ ରଖିବା ଉଚିତ । ନଚେତ ଘରକୁ ଦୁର୍ଭାଗ୍ୟ ଏବଂ ରୋଗ ଆସିଥାଏ । ତାହାକୁ ପନ୍ଦର ଦିନରେ ଥରେ ବଦଳାଇ ଦିଅନ୍ତୁ ।

ଲୁଣ ହାତରେ ଦେଲେ କିମ୍ବା ନେଲେ ସମ୍ବନ୍ଧ ଖରାପ ହେବା ସହିତ ଭାଗ୍ୟ କିମ୍ବା ଦୁର୍ଭାଗ୍ୟ ଅନ୍ୟ ବ୍ୟକ୍ତି ପାଖକୁ ଚାଲିଯାଏ । ଘରେ ଶନି ରାହୁ କେତୁ ଦୋଷ ଥିଲେ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଘରର ଦ୍ୱାରରେ ଝୁଲାଇ ଦିଅନ୍ତୁ । ଯଦି ଆପଣଙ୍କ ବ୍ୟବସାୟ କିମ୍ବା ଚାକିରୀ କ୍ଷେତ୍ରରେ କାହାରି ନଜର ଦୋଷ ଲାଗିଥିବା ଅନୁଭୂତ ହେଲେ କାଚ ପାତ୍ରରେ ଲୁଣ ରଖିବା ସହିତ ଯଦି ସେଥିରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ । ଏହାଦ୍ବାରା ଘରେ ଉନ୍ନତି ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ । ଏକ କାଚ ଗ୍ଲାସରେ ପାଣିରେ ଲୁଣ ମିଶାଇ ଘରର ନୈରୁତ୍ୱ କୋଣରେ ମଧ୍ୟ ରଖି ପାରିବେ । ଏହାର ପଛରେ ଏକ ନାଲି ଲାଇଟ ଲଗାଇ ପାରିବେ । ଏହା ରୋକ ସଲଟ ଲ୍ୟାମ୍ପ ଭଳି କାମ କରିଥାଏ ।

ଘରୁ ଧନ ସମସ୍ୟା ଦୂର କରିବା ପାଇଁ ସପ୍ତାହରେ ଅତିକମରେ ଗୋଟିଏ ଦିନ ଲୁଣ ମିଶା ପାଣିରେ ପୋଛା ମାରିବା ଉଚିତ । ସାତୋଟି ଦାନା ରାଇ ନାଲି ଲଙ୍କା ଏବଂ କିଛି ଲୁଣ ନେଇ ଯଦି ନଜର ଦୋଷ ସମସ୍ୟା ଥିବା ପିଲାର ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଜଳରେ ଭସାଇ ଦିଅନ୍ତି ତେବେ ନଜର ଦୋଷ ସମସ୍ୟା ଦୂର ହୋଇଥାଏ । ଏହି ଉପାୟକୁ ବାମ ହାତରେ କରନ୍ତୁ । ଆପଣ ଚାହିଁଲେ ଶୁଖିଲା ଲଙ୍କା ରାଇ ପିଆଜ ଚୋପା ଏବଂ ଲୁଣକୁ ଉତାରି ଗୋବର ଟେଳାରେ କିମ୍ବା କୋଇଲା ଦ୍ୱାରା ଜାଳି ପାରିବେ । ଏହାଦ୍ବାରା ନଜର ସମସ୍ୟା ଦୂର ହୋଇଯିବ । ଅତି ସଧାରଣ ଉପାୟ ଅନୁଯାୟୀ ମନ ବିଚଳିତ ହେଉଥିଲେ କିମ୍ବା ନଜର ସମସ୍ୟା ଥିଲେ ହାତରେ ଏକ ମୁଠା ଲୁଣ ନେଇ ନିଜ ଉପର ଦେଇ ଓଲଟା ତିନି ଥର ବୁଲାଇ ବେସିନରେ ଫ୍ଲସ କରି ଦିଅନ୍ତୁ ।

ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ । ଏହି ଉପାୟକୁ ତିନି ଦିନ ପର୍ଯ୍ୟନ୍ତ କରନ୍ତୁ । ସପ୍ତାହରେ ଥରେ , ଖାସକରି ସୋମବାର ଦିନ ସ୍ନାନ କରୁଥିବା ପାଣିରେ ଲୁଣ ମିଶାଇ ସ୍ନାନ କରନ୍ତୁ । ଯଦି ଆପଣ ମାନସିକ ଚିନ୍ତାରେ ପୀଡ଼ିତ ତେବେ ରାତିରେ ଶୋଇବା ପୂର୍ବରୁ ଏକ ପାତ୍ରରେ ପାଣିରେ ଏକ ଚିମୁଟା ଲୁଣ ମିଶାଇ ହାତ ମୁଁହ ଧୋଇ ଶୋଇ ଯାଆନ୍ତୁ । ନିଦ ଭଲ ହେବ ଏବଂ ମାନସିକ ଚିନ୍ତା ଦୂର ହେବ । ଯଦି ଜୀବନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ କଣ କରିବେ ଜଣା ପଡ଼ୁନାହିଁ ତେବେ ଦୁଇ ହାତରେ ଦୁଇ ମୁଠା ଲୁଣ ନେଇ ୨୭ ଥର ଓଁ କହି ବେସିନରେ ଫ୍ଲସ କରି ଦିଅନ୍ତୁ । ଦେଖିବେ ଆପଣ ଆପଣଙ୍କ ସମସ୍ୟାର ସମାଧାନ ପାଇଯିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *