Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୨୬ ବୁଧବାର ରାତିରେ ଶୋଇବା ପୂର୍ବରୁ ଏକ ଲୋଟା ଜଳ ରଖି ଦିଅନ୍ତୁ ଏହି ସ୍ଥାନରେ । ପୁରା ଦୁନିଆ ଚାଲିବ ଆପଣଙ୍କ ଇସାରାରେ ।

ସେୟାର୍ କରନ୍ତୁ

ମନୁଷ୍ୟ ନିଜର ସମସ୍ୟାର ସମାଧାନ ପାଇଁ ଏବଂ ନିଜ ଭାଗ୍ୟକୁ ବଦଳାଇବା ପାଇଁ କିଛିବି ଉପାୟ କରିପାରେ । କିନ୍ତୁ କୌଣସିବି ଉପାୟ କରିବା ପୂର୍ବରୁ ମନୁଷ୍ୟ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ବିଶ୍ୱାସ ରଖିବା ଉଚିତ । ପୂର୍ଣ୍ଣ ବିଶ୍ୱାସ ଦ୍ୱାରା କରାଯାଉଥିବା କାର୍ଯ୍ୟର ଫଳ ସଫଳ ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ପ୍ରୟୋଗ ବିଷୟରେ କହିବୁ , ଯାହାକୁ ପୂର୍ଣ୍ଣ ବିଶ୍ୱାସର ସହିତ କଲେ ମନୁଷ୍ୟ ନିଜ ଭାଗ୍ୟକୁ ବଦଳାଇ ପାରିବ । କାରଣ ଆଜିକାଲି ଗୋଟିଏ ବଡ଼ ସମସ୍ୟା ହେଉଛି ମନୁଷ୍ୟ ଭଗବାନଙ୍କ ଉପରେ ତ ଦୂରର କଥା ନିଜ ଉପରେ ମଧ୍ୟ ବିଶ୍ୱାସ କରୁନାହିଁ । ଜାଣି ରଖନ୍ତୁ ଯେ ପାଣି ଏକ ଏପରି ଜିନିଷ ଯାହାକୁ ପ୍ରୟୋଗ କରି ଆପଣ ନିଜ ଜୀବନର କୌଣସି ସମସ୍ୟାକୁ ବଦଳାଇ ପାରିବେ ।

ଜଳ କୌଣସିବି ଜିନିଷ କିମ୍ବା ପାତ୍ରରେ ରହେ ତାହା ସେହି ବସ୍ତୁର ଆକାର ଧାରଣ କରିଥାଏ ଏବଂ କିଛି ଜିନିଷ ସହିତ ତାହା ଖୁବ ସହଜରେ ଏବଂ ଭଲଭାବରେ ମିଶିଯାଏ । ଘରେ କୌଣସି ପିଲାର ପାଠ ପଢ଼ାରେ ମନ ଲାଗୁ ନଥିଲେ ଏକ କାଚ ଗ୍ଲାସରେ ପାଣି ନେଇ ସେହି ପାଣିରେ ନିଜ ମୁହଁକୁ ଦେଖି କହି ଦିଅନ୍ତୁ ଯେ ପାଠ ପଢ଼ାରେ ମନ ଲାଗୁନାହିଁ ବୋଲି । ଏବଂ ଏହାସହିତ ନିଜ ପାଠ ପଢ଼ାର ଦୃଢ଼ ସଂକଳ୍ପ ମଧ୍ୟ ନିଅନ୍ତୁ । ଏହି ସ୍ମରଣ କରି ସେହି ପାଣିକୁ ଦେଖି ଅଭିମନ୍ତ୍ରିତ କରି ଦିଅନ୍ତୁ ଏବଂ ସେହି ପିଲାକୁ ପିଆଇ ଦିଅନ୍ତୁ । ଏହି ପ୍ରୟୋଗ କରିବାର କିଛି ଦିନ ମଧ୍ୟରେ ହିଁ ଏହାର ପରିଣାମ ନଜର ଆସିବ ।

ଯଦି ଘରେ କେହି ପିଲା ଅନ୍ଧାରକୁ ଡରୁଛି ତେବେ ଏକ ଅନ୍ଧାର କଠୋରିରେ ଏକ ଗ୍ଲାସ ପାଣି ନେଇ ପାଣିକୁ ଚାହିଁ ଅନ୍ଧାରକୁ ନେଇ ନିଜ ମନରେ ଥିବା ଭୟ ସମ୍ବନ୍ଧରେ କହି ମନରେ ସାହସ ଜାଗ୍ରତ କରନ୍ତୁ । ତାପରେ ସେହି ପାଣିକୁ ସେହି ବ୍ୟକ୍ତିକୁ ପିଆଇ ଦିଅନ୍ତୁ । ଜଳ ମନୁଷ୍ୟର ଶାରୀରିକ ଆର୍ଥିକ ଏବଂ ଅନେକ ସମସ୍ୟାର କାରଣ ହୋଇଥାଏ । କାରଣ ଆପଣଙ୍କ ଶରୀରରେ ଥିବା ପାଣି ଆପଣଙ୍କ ଶରୀର ବ୍ୟତୀତ ଆପଣଙ୍କ ଜାତକରେ ଚନ୍ଦ୍ରମାକୁ ମଧ୍ୟ ମଜବୁତ କରିଥାଏ । ଯଦି ଆପଣ କୌଣସି ସମସ୍ୟାରେ ପଡ଼ିଛନ୍ତି ତେବେ ଆପଣ ଏକ ଗ୍ଲାସ ପାଣି ନେଇ ମନେ ମନେ ନିଜର ସମସ୍ୟାକୁ ସ୍ମରଣ କରି ସମସ୍ୟାର ମୁକ୍ତି ପାଇଁ ପ୍ରାର୍ଥନା କରି ନିଜେ ସେହି ଜଳକୁ ପିଇ ଯାଆନ୍ତୁ । ଲଗାତାର ସାତ ଦିନ ପର୍ଯ୍ୟନ୍ତ ଏହି ଉପାୟ କଲେ ସମସ୍ୟା ଦୂର ହୋଇଯିବ ।

ପାଣି ଦ୍ୱାରା ବଶିକରଣ ମଧ୍ୟ ସମ୍ଭବ । କିନ୍ତୁ ତାହାକୁ ମନୁଷ୍ୟ ଭଲ ଉଦ୍ଦେଶ୍ୟରେ ହିଁ କରିବା ଉଚିତ । ଯଦି ଆପଣ ନିଜର ଅଭିମନ୍ତ୍ରିତ ଜଳ କାହାକୁ ପିଆଇ ଦିଅନ୍ତି ତେବେ ସେହି ଜଳ ସେହି ବ୍ୟକ୍ତିର ଶରୀରରେ ପ୍ରବାହିତ ହୋଇଥାଏ ଏବଂ ସେ ଆପଣଙ୍କ ଅନୁରୂପ ହିଁ କାମ କରିବାରେ ଲାଗିଥାଏ । ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ସୋମବାର ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ବିଛଣା ମୁଣ୍ଡ କରିବା ଦିଗରେ ଏକ ତମ୍ବା ଲୋଟାରେ ଜଳ ଭରି ରଖି ଦିଅନ୍ତୁ ।

ଶୋଇବା ପୂର୍ବରୁ ଲଗାତାର ପାଞ୍ଚ ମିନିଟ ପର୍ଯ୍ୟନ୍ତ ନିଜର ମନସ୍କାମନାକୁ ଚିନ୍ତା କରି ଜଳକୁ ଅଭିମନ୍ତ୍ରିତ କରନ୍ତୁ । ସକାଳୁ ସେହି ପାଣିକୁ ଗଛ ମୂଳରେ ଢ଼ାଳି ପଛକୁ ନବୁଲି ଘରକୁ ଚାଲି ଆସନ୍ତୁ । ଏହାଦ୍ବାରା ଗଛରେ ଥିବା ଅତୃପ୍ତ ଆତ୍ମା ତୃପ୍ତ ହୋଇ ଚାଲି ଯାଆନ୍ତି । ଯାହାଦ୍ୱାରା ଆପଣଙ୍କର ସବୁ ଇଚ୍ଛା ତୃପ୍ତ ହେବାରେ ଲାଗିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *