Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଏହି ପାଞ୍ଚଟି ପକ୍ଷୀ ଆସିଲେ ମିଳିଥାଏ ଶୁଭ ଏବଂ ଅଶୁଭ ସଙ୍କେତ । ଆଦୌ ଅଣଦେଖା କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

ସାଧରଣତଃ ପକ୍ଷୀ ପକ୍ଷୀ ପରିବେଶ ସହିତ ସିଧାସଳଖ ଜଡ଼ିତ ହୋଇଥାନ୍ତି । ସାଧରଣତଃ ଅନେକ ସମୟରେ ଏପରି ଦେଖିବାକୁ ମିଳିଥାଏ ଯେ ଅନେକ ପକ୍ଷୀ ବାରମ୍ବାର ଘରକୁ ଆସି ବସିଥାନ୍ତି । ଯାହାକୁ ଅନେକ ଲୋକ ଘଉଡ଼ାଇ ଦେଇଥାନ୍ତି । କିନ୍ତୁ ଏଭଳି କରିବା ପୂର୍ବରୁ କିଛି ବିଷୟରେ ନିଶ୍ଚିତ ଭାବରେ ଜାଣି ରଖିବା ଉଚିତ ଯେ । କିଛି ପକ୍ଷୀ ସକାରାତ୍ମକ ବାତାବରଣ ପ୍ରତି ଆକୃଷ୍ଟ ହୋଇ ଆସନ୍ତି ତ ଆଉକିଛି ପକ୍ଷୀ ନକରାତ୍ମକ ବାତାବରଣ ପ୍ରତି ଆକୃଷ୍ଟ ହୋଇ ଆସନ୍ତି । କିନ୍ତୁ ଶାସ୍ତ୍ରରେ ପକ୍ଷୀ ବିଷୟରେ ଅନେକ ବର୍ଣ୍ଣନା ରହିଛି ଯାହା ଜାଣି ରଖିବା ଜରୁରୀ ଅଟେ କାରଣ ଏହା ଅନେକ ସଙ୍କେତ ନେଇ ଆସିଥାଏ । ଆଜିକାର ଲେଖାରେ ଆମେ ପାଞ୍ଚଟି ପକ୍ଷୀ ବିଷୟରେ କହିବୁ ଯାହା ଘରକୁ ଆସିବା ଦ୍ୱାରା ଅନେକ ସଙ୍କେତ ମିଳିଥାଏ ।

୧ . ପାରା:-

ଘରକୁ ସକାଳ ସମୟରେ ପାରା ଆସିଲେ ତାହା ଶୁଭ ହୋଇଥାଏ ଏବଂ ତାର ଶବ୍ଦ ପ୍ରେମ ସମ୍ବନ୍ଧର ସଙ୍କେତ ଦେଇଥାଏ । କିନ୍ତୁ ସନ୍ଧ୍ୟା ସମୟରେ ପାରାର ଶବ୍ଦ ଶୁଣିଲେ ତାହା ଘରେ ଲଢ଼େଇ ଝଗଡ଼ା ଏବଂ ଚୋରି ହେବାର ସଙ୍କେତ ଦେଇଥାଏ । ତେଣୁ ଏହାକୁ ଅଶୁଭ ହୋଇଥାଏ । ଘରେ ପାରା ଆସି ବସା ବନାଉଥିଲେ ତାହାକୁ ଘଉଡ଼ାଇ ଦିଅନ୍ତୁ । କାରଣ ଏହାର ସମ୍ବନ୍ଧ ରାହୁ ସହିତ ରହିଥାଏ ଯାହାକି ଘରକୁ ନକରାତ୍ମକତା ଆଣିଥାଏ ଏବଂ ସେହି ଘରର ଲୋକଙ୍କୁ ଅସଫଳତାର ସାମ୍ନା କରିବାକୁ ପଡ଼ିଥାଏ ।

୨ . ପେଚା:-

ହୁଏତ ପେଚା ମାତା ଲକ୍ଷ୍ମୀଙ୍କ ବାହନ ହୋଇଥାଏ କିନ୍ତୁ ଏହା ଘରକୁ ଆସିବା ଅଶୁଭ ହୋଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଦୀପାବଳି ଦିନ ଘରକୁ ପେଚା ଆସିବା ଶୁଭ ହୋଇଥାଏ । ସେଦିନ ଦେବୀ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ମିଳିଥାଏ । କିନ୍ତୁ ଅନ୍ୟଦିନରେ ଏହା ଘରକୁ ଆସିବା ହାନୀକାରକ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ଘରକୁ ପେଚା ଆସିଲେ ନକରାତ୍ମକତା ଆସିଥାଏ ଏବଂ ଘରର ଉନ୍ନତି ଅଟକି ଯାଏ । ଘରେ ପେଚା ରାବିବା ମୃତ୍ୟୁ ସଙ୍କେତ ମଧ୍ୟ ହୋଇପାରେ ।

୩ . ଶାଗୁଣା:-

ଶାଗୁଣା ମୃତ ଶବକୁ ଖାଇଥାଏ ତେଣୁ ଏହାକୁ ହିନ୍ଦୁ ଧର୍ମରେ ଅଶୁଭ ମାନା ଯାଇଥାଏ । ଘରକୁ ଶାଗୁଣା ଆସିବା ମଧ୍ୟ ଅଶୁଭ ହୋଇଥାଏ । ସେହି ଘରେ ଲଢ଼େଇ ଝଗଡ଼ା ହୋଇଥାଏ ଏବଂ ସେହି ଘରର କେବେବି ବିକାଶ ହୋଇପାରେ ନାହିଁ । ଘରୁ ସକାରାତ୍ମକତା ନାଶ ହୋଇଯାଏ ଏବଂ ଧନ ହାନୀ ମଧ୍ୟ ହୋଇଥାଏ । ତେଣୁ ଏଭଳି ମାନ୍ୟତା ରହିଛି ଯେ ଘରକୁ ଶାଗୁଣା ଆସିଲେ ତାହାକୁ ଘଉଡ଼ାଇ ଘରେ ଶାନ୍ତିପାଠ କରିବା ଉଚିତ ।

୪ . କାଉ:-

କାଉ ଏକ ଏଭଳି ପକ୍ଷୀ ଅଟେ ଯାହାକୁ ପୂର୍ବରୁ ହିଁ ଭବିଷ୍ୟତ ଘଟଣା ସମ୍ବନ୍ଧରେ ଜଣା ପଡ଼ିଯାଏ । ଯଦି କାଉ କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ବସିଯାଏ ତେବେ ସେହି ବ୍ୟକ୍ତିର ମାନ ସମ୍ମାନ ହାନୀ ହେବାକୁ ଯାଉଛି ଏବଂ ବଡ଼ କ୍ଷତି ହେବାକୁ ଯାଉଛି । ହଠାତ ଏକାଧିକ କାଉ ଆସି ଘରେ ରାବିଲେ ତାହା ଅଶୁଭ ହୋଇଥାଏ । ଏହା ଘରର ମୁରବୀଙ୍କ ପାଇଁ ବିପଦ ସଙ୍କେତ ହୋଇପାରେ ।

୫ . ବାଦୁଡ଼ି:-

ଏହି ପକ୍ଷୀ ଦିନରେ ଦେଖି ପାରେ ନାହିଁ ତେଣୁ ଏହାକୁ ରାତ୍ରିଚର ପକ୍ଷୀ କୁହାଯାଏ । ତେଣୁ ଧାର୍ମିକ ମାନ୍ୟତା ଅନୁଯାୟୀ ଏହା ଘରକୁ ଆସିବା ଅଶୁଭ ହୋଇଥାଏ । ଘରକୁ ବାଦୁଡ଼ି ଆସିବା କିମ୍ବା ଘର ଚାରିପାଖରେ ଘୁରି ବୁଲିବା ମୃତ୍ୟୁ ସୂଚକ ହୋଇଥାଏ । କିନ୍ତୁ ଚୀନର ଲୋକେ ଏହାକୁ ଖୁବ ଶୁଭ ମାନିଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *