Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୨୫ ମଙ୍ଗଳବାର , ଚୁପଚାପ ଏହି ସ୍ଥାନରେ ପୋତି ଦିଅନ୍ତୁ ଲେମ୍ବୁ , ପୁରା ଘରେ ଟଙ୍କା ପଇସା ଭରିଯିବ ।

ସେୟାର୍ କରନ୍ତୁ

ସାଧରଣତଃ ଲେମ୍ବୁର ପ୍ରୟୋଜନ ବାସ୍ତୁ କ୍ଷେତ୍ରରେ କରାଯାଇଥାଏ । ଯାହାକୁ ନେଇ ଅନେକ ପ୍ରୟୋଗ କରାଯାଇ ଜୀବନର ସମସ୍ୟାରୁ ଦୂର କରାଯାଏ । କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ରେ ଭରପୁର ଯାହାକି ମନୁଷ୍ୟର ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ଏସିଡିଟି ସମସ୍ୟାକୁ ବହୁତ ସହଜରେ ଦୂର କରିଥାଏ । ପୁଣି ପୁରୁଣା କାଳରୁ ଲୋକେ ଲେମ୍ବୁକୁ ନଜର ଦୋଷରୁ ବର୍ତ୍ତିବା ପାଇଁ ମଧ୍ୟ ବ୍ୟବହାର କରି ଆସୁଛନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଲେମ୍ବୁର ଦଶଟି ମୁଖ୍ୟ ପ୍ରୟୋଗ ବିଷୟରେ କହିବୁ ଯାହାର ପ୍ରୟୋଗ କରି ଆପଣ ବିଭିନ୍ନ ସମସ୍ୟାରୁ ବର୍ତ୍ତି ପାରିବେ ।

୧ . ଘରେ କୌଣସି ଛୋଟ ପିଲା କିମ୍ବା ବଡ଼ ଲୋକଙ୍କୁ ନଜର ଲାଗିଥିଲେ ଗୋଟିଏ ଲେମ୍ବୁ ନେଇ ତାହାକୁ ଛୋଟ ପିଲା ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଏକ ନୂଆ ଛୁରୀରେ ଚାରି ଭାଗ କରି ବାହାରେ ନେଇ ପୋତି ଦିଅନ୍ତୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ଦୂରେଇ ଯିବ ।

୨ . ବ୍ୟବସାୟର ଉନ୍ନତିରେ ବାଧା ଆସୁଥିଲା ଗୋଟିଏ ଲେମ୍ବୁ ନେଇ ତାହାକୁ ଅଭିମନ୍ତ୍ରୀତ କରି ଚାରି ଭାଗ କରି କାର୍ଯ୍ୟ କ୍ଷେତ୍ରରେ ଚାରି ଅଂଶରେ ରଖି ଦିଅନ୍ତୁ ଏବଂ ପରେ ଯାହାକୁ ଉଠାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ।

୩ . ଚାକିରୀ କିମ୍ବା ବିବାହ ଜନିତ ସମସ୍ୟା ଥିଲେ ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ଲେମ୍ବୁକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ହନୁମାନ ମନ୍ଦିରକୁ ଯାଆନ୍ତୁ ଏବଂ ” ଓଁ ହଂ ହନୁମତେ ନମଃ ” ମନ୍ତ୍ରର ଜପ କରନ୍ତୁ । ଦେଖିବେ ବିବାହରେ ବାଧା ଆସୁଥିଲେ ତାହା ମଧ୍ୟ ଦୂର ହୋଇଯିବ ।

୪ . ଘରେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଲେ ଗୋଟିଏ ଲେମ୍ବୁ ନେଇ ସେହି ବ୍ୟକ୍ତିର ମୁଣ୍ଡ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସାତ ଥର ବୁଲାଇ ଏବଂ ଛୁରୀକୁ ୨୧ ଥର ବୁଲାଇ ସେହି ଲେମ୍ବୁକୁ ଚାରି ଭାଗ କରି ଦିଅନ୍ତୁ । ଏହାପରେ କୌଣସି ଉଚ୍ଚ ଛକକୁ ଯାଇ ଚାରି ଦିଗକୁ ଚାରୋଟି ଲେମ୍ବୁ ଫାଳ ଫିଙ୍ଗି ଦିଅନ୍ତୁ ।

୫ . ସନ୍ତାନ ପ୍ରାପ୍ତି ନିମନ୍ତେ ଉତ୍ତରା ଫାଲ୍ଗୁନି ନକ୍ଷତ୍ରରେ ଏକ ଲେମ୍ବୁ ଗଛର ମୂଳ ଆଣି ଦେଶୀ ଗାଈ ଖୀରରେ ମିଶାଇ ପିଇଲେ ସନ୍ତାନ ପ୍ରାପ୍ତି ନିଶ୍ଚୟ ହେବ । କିନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ୱାରା କରନ୍ତୁ ।

୬ . ଧନ ସମ୍ପତ୍ତି ପ୍ରାପ୍ତ ହେଉ ନଥିଲେ ୪୧ ଟି ଶନିବାର ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଲେମ୍ବୁ ନିଜ ଉପର ଦେଇ ବୁଲାଇ ଭିନ୍ନ ଭିନ୍ନ ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ପତ୍ତି ସମସ୍ୟା ଦୂର ହୋଇଯିବ ।

୭ . କୌଣସି ସ୍ଥାନକୁ ବାହାରିବା ପୂର୍ବରୁ ପ୍ରଥମେ ଏକ ଲେମ୍ବୁ ଗାଡ଼ି ଚକ ତଳେ ରଖି ମଡ଼ାଇ ଦିଅନ୍ତୁ । ଯାହାଦ୍ୱାରା ଲେମ୍ବୁଟି ସମ୍ପୂର୍ଣ୍ଣ ଫାଟି ଯିବ । ଏହାଦ୍ବାରା ଯଦି ଆପଣଙ୍କ ଉପରେ କୌଣସି ସମସ୍ୟା ଆସିବାର ଥିବ ତାହା ସେହି ଲେମ୍ବୁ ସହିତ ଅଦୃଶ୍ୟ ହୋଇଯିବ ।

୮ . ନଜର ଦୋଷ ଦୂର କରିବା ପାଇଁ ଲେମ୍ବୁ ଏବଂ ଲଙ୍କାକୁ ଏକତ୍ର ଘରର ଦ୍ୱାରରେ କିମ୍ବା କାର୍ଯ୍ୟସ୍ଥଳରେ ବନ୍ଧା ଯାଇଥାଏ । ମାନ୍ୟତା ରହିଛି ଯେ ଲେମ୍ବୁର ଖଟା ପଣ ଏବଂ ଲଙ୍କାର ତିକ୍ତ ଗୁଣ ନଜର ନାମକ ନକରାତ୍ମକତାକୁ ଅବଶୋଷିତ କରିଥାଏ ।

୯ . ଘରେ ନକରାତ୍ମକତା କାରଣରୁ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯେଉଁ କାରଣରୁ ସଦସ୍ୟଙ୍କ ମଧ୍ୟରେ କଳହ କ୍ଳେଶ ଏବଂ ବିବାଦ ଦେଖା ଦେଇଥାଏ । ସେହି ଘରେ କେବେବି ଉନ୍ନତି ହୁଏନାହିଁ । ଏପରି କ୍ଷେତ୍ରରେ ନକରାତ୍ମକତା ଦୂର କରିବା ପାଇଁ ଘର ପରିସରରେ ଲେମ୍ବୁ ଗଛ ଲଗାଇବା ସହିତ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଦାହଣକୁ ଘର ଚାରିପଟେ ସାତ ଥର ପରିକ୍ରମା କରି , ଆଗାମୀ ଦିନ ସେହି ଚାରୋଟି ଲେମ୍ବୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ।

୧୦ . ଚାକିରୀରେ ସଫଳତା ପାଇଁ ମଙ୍ଗଳବାର ଦିନ ଗୋଟିଏ ଲେମ୍ବୁ ଏବଂ ଚାରୋଟି ଲବଙ୍ଗ ନେଇ କୌଣସି ହନୁମାନ ମନ୍ଦିର ଯାଇ ମନ୍ଦିର ମଧ୍ୟକୁ ପଶିବା ପୂର୍ବରୁ ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଶ୍ରୀହନୁମାନଙ୍କ ଚରଣରେ ଅର୍ପିତ କରି ମନରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ବାରା ଚାକିରୀରେ ପଦୋନ୍ନତି ମଧ୍ୟ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *