Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗରେ ଅର୍ପିତ ହୋଇଥିବା ବେଲପତ୍ର ସେବନ ଦ୍ୱାରା ହୋଇଥାଏ ଏହି ଲାଭ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ପବିତ୍ର ମାସ ଅଟେ ଯାହାକି ମହାଦେବଙ୍କୁ ସମର୍ପିତ ଅଟେ । ତେବେ ଚଳିତ ବର୍ଷ ଶ୍ରାବଣ ମାସ ଅଗଷ୍ଟ ୩୧ ରେ ସମାପ୍ତ ହେବ । ଯାହାର ପୂର୍ବ ଦିନ ରକ୍ଷାବନ୍ଧନ ପର୍ବ ପାଳିତ ହେବ । ତେବେ କହିରଖିବୁ ଯେ ଏହି ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ମହାଦେବଙ୍କ ଭକ୍ତ ଏବଂ କାଉଡ଼ି ଯାତ୍ରାରେ ଯାଉଥିବା ବ୍ୟକ୍ତି ନିଶ୍ଚିତ ଭାବରେ କିଛି ଜିନିଷ ସେବନ କରିବା ଉଚିତ ଯାହାଦ୍ୱାରା କାଉଡ଼ି ଯାତ୍ରା ସଫଳ ହେବ ଏବଂ ମହାଦେବ ମଧ୍ୟ ପ୍ରସନ୍ନ ହେବେ । ମହାଦେଵଙ୍କର ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଶ୍ରାବଣ ମାସରେ ମହାଦେବଙ୍କୁ ବେଲପତ୍ର ଅର୍ପିତ କଲେ ରୋଗ , କ୍ଳେଶ , ଦୁଃଖ ଦୂର ହୋଇଥାଏ । ଏହାବ୍ୟତୀତ ସେହି ବ୍ୟକ୍ତିକୁ ମହାଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ଏହାଦ୍ବାରା ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଯିବ । ନିୟମ ରହିଛି ଯେ ଶିବଲିଙ୍ଗରେ ଅର୍ପିତ ହୋଇଥିବା ଜିନିଷର ସେବନ କରିବା ଉଚିତ ନୁହେଁ । କିନ୍ତୁ ଶିବଲିଙ୍ଗରେ ଅର୍ପିତ ହୋଇଥିବା ବେଳପତ୍ରକୁ ଆପଣ ନିଶ୍ଚୟ ଖାଇ ପାରିବେ । ଏମିତିରେବି ଏହାର ଆୟୁର୍ବେଦିକ ଗୁଣ ରହିଛି । ଯାହାଦ୍ୱାରା ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହାର ସେବନ ଦ୍ୱାରା ରକ୍ତ ପରିଷ୍କାର , ମଧୁମେହ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏଭଳି ମାନ୍ୟତା ରହିଛି ଯେ ଯଦି କେହି ବ୍ୟକ୍ତି ୧୨ ବର୍ଷ ପର୍ଯ୍ୟନ୍ତ ଶିବଲିଙ୍ଗରେ ଅର୍ପିତ ହେଉଥିବା ବେଲପତ୍ର ସେବନ କରେ ତେବେ ତାଙ୍କ ମୁହଁରୁ ବାହାରୁଥିବା ବାଣୀ ମିଥ୍ୟା ହୁଏନାହିଁ । କିନ୍ତୁ ପ୍ରତ୍ୟେକ ଦିନ ସେବନ କରିବା ଜରୁରୀ ଅଟେ ।

ଶାସ୍ତ୍ର ଅନୁଯାୟୀ ବେଲପତ୍ରର ତିନୋଟି ପତ୍ରରେ ତ୍ରିଦେବ ଏବଂ ତିନୋଟି ପତ୍ର ଯେଉଁଠି ଯୋଡ଼ି ରହିଥାଏ ସେଠାରେ ମାତା ଲକ୍ଷ୍ମୀ ପାର୍ବତୀ ଏବଂ ସରସ୍ଵତୀ ବାସ କରନ୍ତି ଏବଂ ଡେମ୍ପରେ ଅନ୍ୟ ଦେବଦେବୀ ବାସ କରନ୍ତି । ବେଲପତ୍ର ଅର୍ପିତ କରିବାର ବିଧି ଅନୁଯାୟୀ ଏଗାରଟି ବେଲପତ୍ର ଆଣି କ୍ଷୀରରେ ବୁଡାଇ ସେହି କ୍ଷୀରରେ ମହାଦେବଙ୍କର ଅଭିଷେକ କରନ୍ତୁ । ଏହାପରେ ବେଲପତ୍ରକୁ ଗଙ୍ଗା ଜଳରେ ଭଲଭାବରେ ଧୋଇ ଚନ୍ଦନରେ ଓଁ ଲେଖି ଓଁ ନମଃ ଶିବାୟ ଜପ କରି ଶିବଲିଙ୍ଗରେ ଅର୍ପିତ କରନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ତୁଳସୀ ପତ୍ର ନିତ୍ୟ ସେବନ କଲେ ଶରୀର ସହିତ ମୁହଁ , ଦାନ୍ତ ସୁରକ୍ଷିତ ରହିଥାଏ ଏବଂ ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଯାଏ । ସକାଳୁ ଖାଲି ପେଟରେ ସେବନ କଲେ ମାନସିକ ଚିନ୍ତା ଦୂର ହୁଏ ।

ତୁଳସୀ ପତ୍ର ସେବନ ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ଗଙ୍ଗା ଜଳ ଅମୃତ ତୁଲ୍ୟ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ଜଳ ନେଇ ମୁଣ୍ଡ ପାଖରେ ରଖି ଦିଅନ୍ତୁ ଏବଂ ସକାଳୁ ଉଠି ସେଥିରୁ କିଛି ପୋଷାକରେ ସିଞ୍ଚି ସେବନ କରନ୍ତୁ । ଗଙ୍ଗା ମାତାଙ୍କ ନାମ ସ୍ମରଣ କରିବା ମାତ୍ରେ ହିଁ ସବୁ ପାପ ଦୂର ହୋଇଥାଏ । ଗଙ୍ଗା ଜଳ କେବେବି ଖରାପ ହୁଏନାହିଁ କିମ୍ବା ଏଥିରୁ କେବେବି ଦୁର୍ଗନ୍ଧ ଆସେନାହିଁ । ହିନ୍ଦୁ ଧର୍ମ ଅନୁଯାୟୀ ଯଦି କୌଣସି ବ୍ୟକ୍ତିକୁ ମୃତ୍ୟୁ ସମୟରେ ଗଙ୍ଗା ଜଳ ଦେଲେ ମୃତ୍ୟୁ ପରେ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । କୌଣସି କାର୍ଯ୍ୟ ପାଇଁ ବାହାରକୁ ଯିବା ସମୟରେ ଦୁଇଟି ଲବନ୍ତ ମୁହଁରେ ରଖି ଯାଆନ୍ତୁ ଏବଂ କାର୍ଯ୍ୟ ସ୍ଥଳରେ ପହଞ୍ଚି ତାହାକୁ ବାହାରକୁ ଫିଙ୍ଗି ଦିଅନ୍ତୁ । ଆପଣ କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *