Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟରେ ନିଜ ପାଖରେ ଭୁଲରେବି ରଖନ୍ତୁ ନାହିଁ ଏହି ଦୁଇଟି ଜିନିଷ । ନଚେତ ପୁରା ଘରକୁ ଆସିଥାଏ ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ଅନେକ ସମୟରେ ମନୁଷ୍ୟ ଜୀବନରେ ସମସ୍ୟା ଏତେ ଅଧିକ ବଢ଼ିବାରେ ଲାଗିଥାଏ ଯେ ତାହା ଶେଷ ହେବାର ନାଁ ନିଏ ନାହିଁ । ଏମିତିକି ଯେତେ ଚେଷ୍ଟା କଲେ ବି ସୁଦ୍ଧା ତାହାର ସମାଧାନ ହୋଇପାରେ ନାହିଁ । କିନ୍ତୁ କହିରଖିବୁ ଯେ ଏଭଳି ଅନେକ ସମସ୍ୟାର ସମାଧାନ ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ଅନେକ ସମୟରେ ଅଜାଣତରେ ମଣିଷ ଏପରି କିଛି ଭୁଲ କରିଥାଏ ଯେଉଁ କାରଣରୁ ତାକୁ ଆର୍ଥିକ , ସାମାଜିକ , ମାନସିକ , ଶାରୀରିକ , ପାରିବାରିକ କଷ୍ଟର ସାମ୍ନା କରିଥାଏ । କିନ୍ତୁ ଏହି ସବୁର ସମାଧାନ ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ପୁଣି ମନ ଅଶାନ୍ତ ଥିଲେ କିମ୍ବା ମନରେ କୌଣସି ନକରାତ୍ମକ ଚିନ୍ତା କିମ୍ବା ଶୋଇବା ସ୍ଥାନ ପାଖରେ କିଛି ନକରାତ୍ମକ ଜିନିଷ ଉପସ୍ଥିତ ଥିଲେ ଭଲ ଭାବରେ ନିଦ ହୋଇ ନଥାଏ ।

ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ରାତିରେ ଶୋଇବା ସମୟରେ କେଉଁ ଜିନିଷ ରଖିବା ଉଚିତ ଏବଂ କେଉଁ ସବୁ ଉଚିତ ନୁହେଁ ।

୧ . ଶୋଇବା କକ୍ଷରେ କୌଣସି ପୂଜାପାଠର ବସ୍ତୁ କିମ୍ବା ଫୋଟ ରଖିବା ଉଚିତ ନୁହେଁ । କିନ୍ତୁ ଯଦି ଆପଣ ମାନସିକ ଚିନ୍ତାଗ୍ରସ୍ତ ଅଛନ୍ତି ଏବଂ ଆପଣଙ୍କୁ ନିଦ ଆସୁନାହିଁ ତେବେ ତକିଆ ତଳେ ଏକ ନାଲି ରଙ୍ଗର କାଗଜ ଟୁକୁଡ଼ାରେ ଆପଣଙ୍କ ଆରାଧ୍ୟ ଦେବତାଙ୍କ ବିଭୁତି ବାନ୍ଧି ରଖନ୍ତୁ । ଏହାଦ୍ବାରା ନକରାତ୍ମକତା ଧୀରେ ଧୀରେ ଦୂର ହୋଇଯିବ ।

୨ . ଲୁଣ ଏବଂ ଫିଟିକିରିରେ ନକରାତ୍ମକତା ଶୋଷିବାର କ୍ଷମତା ରହିଥାଏ । ତେଣୁ ନିଜ ଘରେ କିମ୍ବା ଶୟନ କକ୍ଷରେ କୋଣରେ ଏକ କାଚ ପାତ୍ରରେ ଲୁଣ କିମ୍ବା ଫିଟିକିରି ଭର୍ତ୍ତି କରି ରଖନ୍ତୁ । ଯାହାଦ୍ୱାରା ଏହା ନକରାତ୍ମକତାକୁ ଅବଶୋଷିତ କରିନେବ । ଏହାଦ୍ବାରା ଆପଣଙ୍କ ଚିନ୍ତା ଦୂର ହେବ ଏବଂ ଆପଣଙ୍କ ସମେତ ଆପଣଙ୍କ ପରିବାରରେ ମଧ୍ୟ ଶାନ୍ତି ରହିବ ।

୩ . କର୍ପୂର ଭଲ ସୁଗନ୍ଧ ଦେବା ସହିତ ବାତାବରଣକୁ ଶୁଦ୍ଧ ମଧ୍ୟ ରଖିଥାଏ । ତେଣୁ ଶୋଇବା ରୁମରେ କର୍ପୂର ଜାଳିଲେ କିମ୍ୱା ଏକ ପତଳା ନାଲି କପଡ଼ାରେ ତାହାକୁ ଗୁଡ଼ାଇ ରଖିଲେ ତାହା ନକରାତ୍ମକତାକୁ ଦୂର କରିଥାଏ । ରାତିରେ ଶୋଇବା ପୂର୍ବରୁ ହାତ ମୁହଁ ଧୋଇ ଏକ ବିଶେଷ ପ୍ରକାରର ମନ୍ତ୍ର ଜପ କଲେ ମନ ଶାନ୍ତ ରହିଥାଏ ।

ଶୋଇବା କକ୍ଷ ପାଖରେ କିମ୍ବା ବେଡ଼ ଆଖପାଖରେ ଜୋତା ଚପଲ କିମ୍ବା ଅପରିଷ୍କାର ମୋଜା ରଖିବା ଉଚିତ ନୁହେଁ । ଏହାଦ୍ବାରା ପୁରା ରୁମରେ ନକରାତ୍ମକତା ବ୍ୟାପିଯାଏ । ଏହାବ୍ୟତୀତ ମଇଲା ତକିଆ , ଚଦର , ବିଛଣା ମଧ୍ୟ ନକରାତ୍ମକତାର ବଡ଼ ସ୍ରୋତ ଅଟେ । ତେଣୁ ଏସବୁକୁ ମଧ୍ୟ ପରିଷ୍କାର ରଖିବା ଉଚିତ । ନଚେତ ଏହା ମନରେ ଚିନ୍ତା ଦ୍ଵେଷ ବଢ଼ାଇଥାଏ । ବିଛଣା ପାଖରେ ଅଳିଆ ରଖିବା ଉଚିତ ନୁହେଁ ଏବଂ ବିଛଣା ଉପରେ ବସି ଭୋଜନ କରିବା ମଧ୍ୟ ବର୍ଜିତ ଅଟେ । ଶୋଇବା କକ୍ଷରେ ଆଇନା ମଧ୍ୟ ରଖିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *