Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ରାତିରେ ଶୋଇବା ପୂର୍ବରୁ ମହାଦେବଙ୍କୁ କେବଳ ୧୧ ଥର କହି ଦିଅନ୍ତୁ ଏହି ଶବ୍ଦ । ରାତିରେ ହିଁ ହେବ ଚମତ୍କାର ।

ସେୟାର୍ କରନ୍ତୁ

ବିଶେଷ ଭାବରେ କହିବାକୁ ଗଲେ ରାତିରେ ନିଦ୍ରା ଅବସ୍ଥାରେ ମନୁଷ୍ୟର ବାହ୍ୟ ଶରୀର ବିଶ୍ରାମରେ ଥାଏ ମାତ୍ର ଅବଚେତନ ଶରୀର ଜାଗ୍ରତ ଅବସ୍ଥାରେ ଥାଏ । ବାହ୍ୟ ଶରୀର ଦ୍ୱାରା ମନୁଷ୍ୟ କେବଳ ବାହ୍ୟ ଗତିବିଧି ଏବଂ ବାହ୍ୟ କାର୍ଯ୍ୟ କଳାପକୁ ଅନୁଭବ କରିଥାଏ କିନ୍ତୁ ଅବଚେତନ ଅବସ୍ଥାରେ ମନୁଷ୍ୟ ମଧ୍ୟରେ ଅନେକ କିଛି ଘଟିଥାଏ । ତେବେ ଆଜି ଆମେ ସେହି ୧୧ ଟି ଶବ୍ଦ କହିବୁ ଯାହାକୁ ମନୁଷ୍ୟ ଶୋଇବା ପୂର୍ବରୁ ମହାଦେବଙ୍କୁ କହି ଶୋଇଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ରାତିରେ ସ୍ୱାମୀ ସ୍ତ୍ରୀ ଶୋଇବା ସମୟରେ ମଧ୍ୟ କିଛି ନିୟମ ମାନି ନେବା ଉଚିତ , ଯାହାଦ୍ୱାରା ସମସ୍ୟା ଦୂରେଇ ଯିବ ଏବଂ ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧୁର ହୋଇଯିବ ।

ଦାମ୍ପତ୍ୟ ଜୀବନରେ ଉତ୍ତମ ସନ୍ତୁଳନ ରକ୍ଷା ରହିବା ପାଇଁ ସ୍ତ୍ରୀକୁ ସର୍ବଦା ସ୍ୱାମୀର ବାମ ପାର୍ଶ୍ଵରେ ଶୋଇବା ଉଚିତ । ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ସ୍ୱାମୀର ବାମ ଅଙ୍ଗ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀର ଡାହାଣ ଅଙ୍ଗ ହୋଇଥାଏ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ହେଲେ ପରିବାରରେ ମଧ୍ୟ ସନ୍ତୁଳନ ବଜାୟ ରହିଥାଏ । ସର୍ବଦା ଉତ୍ତର ଦିଗକୁ ମୁହଁ କରି ଶୋଇବା ଉଚିତ । ବିଦ୍ୟାର୍ଥୀ କିମ୍ବା ବ୍ୟବସାୟୀ ନିଜର ସ୍ମରଣ ଶକ୍ତି ଦୃଢ଼ କରିବାକୁ ଉତ୍ତର ଦିଗକୁ ମୁହଁ କରି ଶୋଇବା ଦ୍ୱାରା କରିଥିବା ପାପର ପ୍ରାୟଶ୍ଚିତ ହୋଇଥାଏ । ଏହାଦ୍ବାରା ଭଗବାନଙ୍କ କୃପା ପ୍ରାପ୍ତ ହେବା ସହିତ ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ ଏବଂ ସକାରାତ୍ମକତା ବଜାୟ ରହିଥାଏ ।

ରାତିରେ ଶୋଇବା ପୂର୍ବରୁ ୧୧ ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ନିଦ ଭଲ ଏବଂ ଗଭୀର ହୋଇଥାଏ । ମାତ୍ର ମନ୍ତ୍ରକୁ କେବେ ମୁହଁରେ ଜୋରରେ ଜପ କରି ମନରେ ଜପ କରିବା ଉଚିତ । ବ୍ୟକ୍ତିଙ୍କୁ ରାତି ୧୧ଟା ପୂର୍ବରୁ ଶୋଇଯିବା ଉଚିତ । ମାତ୍ର ରାତି ୯ ପୂର୍ବରୁ ଶୋଇବା ଅଧିକ ଉତ୍ତମ ଅଟେ । କିନ୍ତୁ ରାତି ୧୧ ମଧ୍ୟ ଉପଯୁକ୍ତ ଅଟେ । ଏହାଦ୍ବାରା ବ୍ୟକ୍ତିକୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ବୈଜ୍ଞାନିକ କାରଣ ଅନୁଯାୟୀ ଜଲଦି ଶୋଇବା ସହିତ ଜଲଦି ଉଠିଲେ ବ୍ୟକ୍ତିକୁ ସକାରାତ୍ମକ ଅନୁଭୂତ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୁଏନାହିଁ । ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯିବା ଉଚିତ ।

ଯାହାଦ୍ୱାରା ବ୍ୟକ୍ତି ଜୀବନରେ ସଫଳତା ଆସିଥାଏ । ରାତିରେ ଶୋଇବା ପୂର୍ବରୁ ଏବଂ ସକାଳୁ ଉଠିବା ପରେ ପ୍ରଥମେ ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରିବା ଉଚିତ । ଏହାଦ୍ୱାରା ମଧ୍ୟ ଗଭୀର ନିଦ୍ରା ଆସିଥାଏ । ରାତିରେ ଶୋଇବା ପୂର୍ବରୁ ଇଷ୍ଟ ଦେବତାଙ୍କ ନାମ ୧୧ ଥର ଜପ କଲେ ମନସ୍କାମନା ପୂରଣ ହୋଇଥାଏ । ଭଗବାନଙ୍କୁ ନିଜର କର୍ମ କ୍ଷେତ୍ରରେ ସହାୟତା ଏବଂ ପାପରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ । ପଞ୍ଚମରେ ନିଜର ଉନ୍ନତି ହେଉ ବୋଲି ପ୍ରାର୍ଥନା କରନ୍ତୁ । ଏହାଦ୍ବାରା ନିଦ୍ରା ଭଲ ଆସିଥାଏ । ଏହାପରେ ଗୁରୁ ମନ୍ତ୍ର ଜପ କରି ନିଜ ପ୍ରିୟ ଦେବଦେବୀଙ୍କ ନାମ ଜପ କରନ୍ତୁ । ଏପରି କହି ଶୋଇବା ଦ୍ୱାରା ଅବଚେତନ ମନ ଜାଗ୍ରତ ସେହି ସବୁ ମନ୍ତ୍ର ଚାଲିଥାଏ ଏବଂ ଯାହା ପରମାତ୍ମାଙ୍କ ନିକଟରେ ବହୁତ ଜଲଦି ପହଞ୍ଚି ଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *