Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଜନ୍ଦାକୁ ଏହି ସବୁ ଜିନିଷ ଖାଇବାକୁ ଦେଲେ ଆପଣ ହୋଇଯିବେ କୋଟିପତି । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହି ମାସରେ ଯେକେହିବି ମହାଦେବଙ୍କ ଆଶୀର୍ବାଦ ଏବଂ କୃପା ପାଇବା ପାଇଁ ଅନେକ ପ୍ରକାରର ଉପାୟ କରିଥାନ୍ତି । ଏମିତିକି ସବୁ ଦେବଦେବୀ ମଧ୍ୟ ଭଗବାନ ଶିବଙ୍କ ସାମ୍ନାରେ ନତ ମସ୍ତକ ହୁଅନ୍ତି । ତେଣୁ ଶ୍ରାବଣ ମାସ ଅତ୍ୟନ୍ତ ଖାସ ଅଟେ କାରଣ ଏହି ମାସରେ ମହାଦେବଙ୍କ ଭକ୍ତ ମାତ୍ର କିଛି ସାଧାରଣ ଉପାୟ ଦ୍ୱାରା ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ । ଏମିତିରେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଜନ୍ଦାକୁ କେତେ ମହତ୍ତ୍ୱପୂର୍ଣ୍ଣ ଜୀବ ଭାବରେ ବିବେଚନା କରାଯାଏ । କାରଣ ଜନ୍ଦା ବାସ୍ତବରେ ଖାସ ଜୀବ ହୋଇଥାଏ ।

ଏକାଧିକ ଜନ୍ଦା ସମୂହ ଭାବରେ ଏକ ପାହାଡ଼କୁ କାଟିବାର ମଧ୍ୟ ସାମ୍ୟର୍ଥ ରଖନ୍ତି । ପୁଣି ସଫଳତା ଏବଂ ପରିଶ୍ରମ ବୁଝାଇବାକୁ ହେଲେ ଜନ୍ଦାର ଉଦାହରଣ ନିଶ୍ଚୟ ଦିଆଯାଇ ଥାଏ । କାରଣ ଜନ୍ଦା ଏକ କାନ୍ଥ ଚଢ଼ିବା ସମୟରେ ଯେତେ ଅସଫଳ ହେଲେବି ସୁଦ୍ଧା ବାରମ୍ବାର ଚଢ଼ିଥାଏ । ଏବଂ ଶେଷରେ ସଫଳ ମଧ୍ୟ ହୋଇଥାଏ । କୁହାଯାଏ ଯେ ଦୁନିଆର ଅନ୍ୟ ସବୁ ନେଟୱର୍କ ଅପେକ୍ଷା ଏହା ଭଲ ହୋଇଥାଏ । ଜନ୍ଦା ପରିବେଶକୁ ପରିଷ୍କାର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଘରେ ଜନ୍ଦା ଦେଖିଲେ ତାହାକୁ ବାହାର କରିବା ଉଚିତ ନୁହେଁ । କାରଣ ଏହା ଜୀବନରେ କିଛି ଖାସ ସଙ୍କେତ ନେଇ ଆସିପାରେ ।

କିନ୍ତୁ ତାହା ଜନ୍ଦାର ରଙ୍ଗ ଉପରେ ନିର୍ଭର କରେ । ଯେମତିକ କଳା ଜନ୍ଦାକୁ ଭଗବାନ ବିଷ୍ଣୁଙ୍କ ଅଂଶ କୁହାଯାଉ ଥିବାରୁ ଏହାକୁ ଦେଖିଲେ ଅଟା କିମ୍ବା ଅଟା ସହିତ ଚିନି ଖାଇବାକୁ ଦେବା ଆବଶ୍ୟକ । ଏହାଦ୍ବାରା କୁହାଯାଏ ଯେ ପୁଣ୍ୟ ପ୍ରାପ୍ତ ହୋଇଥାଏ । କାରଣ ମନୁଷ୍ୟର ମୃତ୍ୟୁ ପରେ ଜନ୍ଦା ଏକାଧିକ ଜୀବର ଜନ୍ମ ପରେ ଏକ ଖାସ ଜନ୍ମ ହୋଇଥାଏ । ଯଦି ପରିବାର ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଶୁଖିଲା ନଡ଼ିଆ ପାଉଡରରେ ଚିନି ମିଶାଇ କିମ୍ବା ବାଦାମ ପାଉଡର ରେ ଚିନି ମିଶାଇ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଚେହେରାର ପ୍ରକାଶ ସୁଦ୍ଧା ବଢ଼ିଯାଏ ।

ଏହାଦ୍ବାରା ଚାକିରୀ ଏବଂ କରଜ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶନି ରାହୁ କେତୁ ଗ୍ରହ ଜନିତ ସମସ୍ୟା ଥିଲେ ମଧ୍ୟ ଅଟାରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦେଲେ ଦୋଷ ଦୂର ହୋଇଥାଏ । ମୁଣ୍ଡରେ ରୂପୀ ସମସ୍ୟା ଥିଲେ ପ୍ରତ୍ୟେକ ଦିନ ଏବଂ ଶୁକ୍ର ଗ୍ରହ ସମସ୍ୟା ଥିଲେ ପ୍ରତ୍ୟେକ ଶୁକ୍ରବାର ଜନ୍ଦାକୁ ଚିନି ଖାଇବାକୁ ଦିଅନ୍ତୁ । ଗ୍ରହ ଦୋଷରେ ପୀଡ଼ିତ ହେଉଥିଲେ ଏବଂ ସୂର୍ଯ୍ୟ ଦୁର୍ବଳ ଥିଲେ ଜନ୍ଦାକୁ କ୍ଷୀରି ବନାଇ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ଯେଉଁ ଘରେ କଳା ଜନ୍ଦା ଦେଖାଯାଏ ସେହି ଘରେ ଭାଗ୍ୟ ଉଦୟ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି । ମାତ୍ର ନାଲି ଜନ୍ଦା ଅଣ୍ଡା ଧରି ଯାଉଥିବାର ଦେଖଲେ ତାହା ବଡ଼ ବିପଦ ଦିଗରେ ସଙ୍କେତ ଦେଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *