Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରର ଏହି ପାଞ୍ଚଟି ଜିନିଷ ଭୁଲରେବି କାହାକୁ ଦିଅନ୍ତୁ ନାହିଁ । ନଚେତ ଘର ଛାଡ଼ି ଚାଲି ଯାଆନ୍ତି ମାତା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କୌଣସି ବିବାହିତା ମହିଳା ନିଜ ଘରର ପାଞ୍ଚଟି ଜିନିଷ କାହାକୁ ଦେବା ଉଚିତ ନୁହେଁ । କହିବାକୁ ଗଲେ ଦାନ ଧର୍ମ କରିବା ଦ୍ୱାରା ବ୍ୟକ୍ତିକୁ ଜୀବନରେ ଅନେକ କିଛି ପ୍ରାପ୍ତ ହୋଇଥାଏ । ମାତ୍ର କିଛି ଏପରି ଜିନିଷ ରହିଛି ଯାହାକୁ ବ୍ୟକ୍ତି ଭୁଲରେବି କାହାକୁ ଦାନ କରିବା ଉଚିତ ନୁହେଁ । ନଚେତ ଜୀବନ ଉପରେ ବିପଦ ଆସିଥାଏ । ସାଧରଣତଃ ଘରର ରୋଷେଇ ଘର ଆଗ୍ନେୟ ଦିଗରେ ଅଗ୍ନି ଦେବତାଙ୍କ ବାସ ହୋଇଥିବାରୁ ନିର୍ମାଣ କରାଯାଏ ଏବଂ ରୋଷେଇ ଘର ଘରର ସଦସ୍ୟଙ୍କ ଶକ୍ତିର ସ୍ଥଳ ଅଟେ । ତେଣୁ ବିଶେଷ କରି ରୋଷେଇ ଘରର କିଛି ଜିନିଷ ବିବାହିତା ମହିଳା ମାନେ କାହାକୁ ଦାନ ଆକାରରେବି ସୁଦ୍ଧା ଦେବା ଉଚିତ ନୁହେଁ ।

ଯଦି ଆପଣ ବାସ୍ତବରେ ଜ୍ଞାନୀ ତେବେ ବିଶେଷ କରି ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ ଜିନିଷ ଗୁଡ଼ିକୁ କାହାକୁ ଦାନରେ ଦେବା ଉଚିତ ନୁହେଁ । କିନ୍ତୁ ଆପଣ ଚାହିଁଲେ ଟଙ୍କା ପଇସା କାହାକୁ ଦାନରେ ଦେଇ ପାରିବେ । ମାତ୍ର ରୋଷେଇ ଘରର କିଛି ଜିନିଷ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ରୋଷେଇ ଘରର ବୈଭବ ଅଟେ । ତେଣୁ ଏହି ଘରକୁ କେବେ ଅପରିଷ୍କାର ରଖିବା ଉଚିତ ନୁହେଁ । ରୋଷେଇ ଘରର କିଛି ଜିନିଷ ରୋଷେଇ ଘରର ବାତାବରଣକୁ ଆହୁରି ଶୁଦ୍ଧ ରଖିବାରେ ସାହାଯ୍ୟ କରନ୍ତି । ତେଣୁ ଏହିସବୁ ଜିନିଷକୁ ଅନ୍ୟକୁ ଦେବା ଉଚିତ ନୁହେଁ ।

୧ . ଝାଡୁ:-

ଝାଡୁରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ତେଣୁ ଭୁଲରେବି ନିଜ ଘରର ଝାଡୁ ଅନ୍ୟକୁଆ ଦିଅନ୍ତୁ ନାହିଁ । ଏହାକୁ ସବୁବେଳେ ବାହାର ଲୋକଙ୍କ ନଜରରୁ ଦୂରେଇ ରଖିବା ଉଚିତ । ସନ୍ଧ୍ୟା ସମୟରେ ଝାଡ଼ୁର ପ୍ରୟୋଗ ବର୍ଜିତ ଅଟେ ।

୨ . ଆଭୂଷଣ:-

ବିବାହିତା ମହିଳା ଭୁଲରେବି ନିଜର ଆଭୂଷଣ ଅନ୍ୟ ସ୍ତ୍ରୀକୁ ଦେବା ଉଚିତ ନୁହେଁ । କାରଣ ସ୍ତ୍ରୀର ଆଭୂଷଣ ସହିତ ଘରର ସୁଖ ସମୃଦ୍ଧି ମଧ୍ୟ ଚାଲିଯାଏ । ଏହାଦ୍ବାରା ଘରକୁ ନକରାତ୍ମକତା ମଧ୍ୟ ଆସିଥାଏ ।

୩ . ଚକି ବେଲୁଣି:-

ରୋଷେଇ ଘରର ଚକି ବେଲୁଣି କିମ୍ବା ତାୱା ମଧ୍ୟ ଅନ୍ୟ ବ୍ୟକ୍ତିକୁ ଧାର ଦେବା ଉଚିତ ନୁହେଁ । ନଚେତ ଘରେ କଳହ କ୍ଳେଶ ଦେଖା ଦେଇପାରେ ।

୪ . କ୍ଷୀର , ଦହି , ଚାଉଳ , ଲୁଣ ଏବଂ ଅଟା:-

କୌଣସି ବିବାହିତା ମହିଳା ଅନ୍ୟକୁ ରୋଷେଇ ଘରର କ୍ଷୀର , ଦହି , ଚାଉଳ , ଲୁଣ ଏବଂ ଅଟା ଅନ୍ୟକୁ ଦେବା ଉଚିତ ନୁହେଁ । ସନ୍ଧ୍ୟା ସମୟରେ ଏହି ଧଳା ରଙ୍ଗର ଜିନିଷ ଦେବା ଦ୍ୱାରା ଘରକୁ ନକରାତ୍ମକତା ଆସିଥାଏ ।

୫ . ହଳଦୀ:-

କୌଣସି ବିବାହିତା ମହିଳା ରୋଷେଇ ଘରୁ ହଳଦୀ ଅନ୍ୟ କାହାକୁ ଦେବା ଉଚିତ ନୁହେଁ ଏବଂ ଏହି ଜିନିଷ ରୋଷେଇ ଘରେ କେବେ ଶେଷ ହେବା ମଧ୍ୟ ଉଚିତ ନୁହେଁ । ହଳଦୀ ଅନ୍ୟକୁ ଦେବା ଦ୍ୱାରା ମାତା ଅନ୍ନପୂର୍ଣ୍ଣା ଅନ୍ୟ ଘରକୁ ଚାଲି ଯାଆନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *