Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୨୦ ବଡ଼ ଗୁରୁବାର ଏକ ଚିମୁଟା ହଳଦୀର କରନ୍ତୁ ଏହି ଗୋଟିଏ ଉପାୟ । ଘର ଛାଡ଼ି ଯିବେନି ମାତା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

ଗୁରୁବାର ଦେବ ଗୁରୁ ବୃହସ୍ପତିଙ୍କୁ ସମର୍ପିତ ଅଟେ । ଗୁରୁ ଗ୍ରହ ଦୃଢ଼ ରହିଲେ ଘରେ ସୁଖ ସମୃଦ୍ଧି ଏବଂ ଖୁସି ବଜାୟ ରହିଥାଏ । ଗୁରୁଗ୍ରହ ଏବଂ ହଳଦୀର ସଂଯୋଗ ରହିଛି । ତେଣୁ ହଳଦୀର କିଛି ଖାସ ଉପଯୋଗ କଲେ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ହଳଦୀର ଔଷଧିୟ ଗୁଣ ସହିତ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ବିବାହରେ ବର ବଧୂଙ୍କୁ ହଳଦୀ ଲଗାଇବା ଖରାପ ନଜରରୁ ମୁକ୍ତି ମିଳିଥାଏ । ପୂଜା ସମୟରେ ବେକରେ କିମ୍ବା ହାତରେ ହଳଦୀ ଟୀକା ଲଗାଇଲେ ବୃହସ୍ପତି ମଜବୁତ ହୋଇଥାଏ ଏବଂ ବାଣୀରେ ଦୃଢ଼ତା ମଧ୍ୟ ଆସିଥାଏ । ହଳଦୀ କାରଣରୁ ଜୀବନରେ ସମ୍ପନ୍ନତା ଆସିଥାଏ ଏବଂ ଜୀବନରେ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ସୂର୍ଯ୍ୟ ଦେବତାଙ୍କୁ ହଳଦୀ ମିଶା ଜଳରେ ଅର୍ଘ୍ୟ ଦେଲେ ସବୁ ମନସ୍କାମନା ପୂରଣ ହୋଇଥାଏ ।ଦୁର୍ଭାଗ୍ୟ କିମ୍ବା ବ୍ୟାପାର ବାଣିଜ୍ୟରେ କ୍ଷତି ହେଉଥିଲେ ଗୁରୁଗ୍ରହଙ୍କୁ ମଜବୁତ କରିବା ପାଇଁ ବାହାରେ ପ୍ରତ୍ୟେକ ଦିନ ହଳଦୀ ରେଖା ଟାଣିବା ଉଚିତ ଯାହାଦ୍ୱାରା ଘରକି ନକରାତ୍ମକ ଶକ୍ତିର ପ୍ରବେଶ ହୋଇ ପାରିବ ନାହିଁ । କ୍ୟାନ୍ସର ଭଳି କୌଣସି ଗମ୍ଭୀର ରୋଗ ହୋଇଥିଲେ ପେଶା ହଳଦୀ ଦାନ କଲେ ଏଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ମିଳିଥାଏ । ପ୍ରତ୍ୟେକ ଦିନ ମଥାରେ ହଳଦୀ ଟୀକା ଲଗାଇବା ସହିତ ଏକ ହଳଦିଆ କପଡ଼ାରେ ହଳଦୀ ଗଣ୍ଠିକୁ ବାନ୍ଧି ବାହୁରେ ଧାରଣ କରନ୍ତୁ । ଏହା ପୋଖରାଜ ଭଳି ହିଁ କାମ କରିଥାଏ ଏବଂ ନକରାତ୍ମକତାକୁ ମଧ୍ୟ ଦୂର କରିଥାଏ ।

କ୍ୟାରିଅରରେ କୌଣସି ସମସ୍ୟା ଥିଲେ ପ୍ରତ୍ୟେକ ଦିନ ହଳଦୀ ତିଳକ ଲଗାଇବା ସହିତ ସ୍ନାନ କରୁଥିବା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ଚାକିରୀ କିମ୍ବା ବ୍ୟବସାୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଘରେ ନକରାତ୍ମକ ଶକ୍ତିର ପ୍ରଭାବ ଥିଲେ ପ୍ରତ୍ୟେକ ଦିନ ଘରର ବାହାର କାନ୍ଥରେ କିମ୍ବା ଗେଟରେ ହଳଦୀ ସିଞ୍ଚି ଦିଅନ୍ତୁ । ନିଜର ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ପ୍ରତ୍ୟେକ ଦିନ ଏକ ଲୋଟା ଜଳରେ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ଏହାପରେ ଲୋଟାରେ ଲାଗିଥିବା ହଲଦୀକୁ ମସ୍ତକରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ବିବାହ ଜନିତ ସମସ୍ୟା ସବୁ ଦୂରେଇ ଯିବ ।

ଯଦି ଆପଣ ନିଜ ଘରେ ମାତା ଲକ୍ଷ୍ମୀଙ୍କ ସର୍ବଦା ଉପସ୍ଥିତି ଚାହୁଁଛନ୍ତି ତେବେ ପାଣିରେ ହଳଦୀ ମିଶାଇ ପ୍ରତ୍ୟେକ ଦିନ ପୁରା ଘରେ ସିଞ୍ଚି ଦିଅନ୍ତୁ । ଅଳ୍ପ ପାଣିରେ ଗଙ୍ଗା ଜଳ ମିଶାଇ ଏକ ଚିମୁଟା ହଳଦୀ ମିଶାଇ ପୁରା ଘରେ ସିଞ୍ଚିଲେ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ବଜାୟ ରହିବ । ମାତା ଲକ୍ଷ୍ମୀଙ୍କ କୃପା ପାଇଁ ଶୁକ୍ରବାର ଦିନ ଏକ ପ୍ଲେନ କାଗଜ ଉପରେ ହଳଦୀରେ ନିଜ ଅନାମିକା ଆଙ୍ଗୁଠି ଯୋଗେ ଶ୍ରୀଙ୍ଗ ଲେଖି ମାତା ଲକ୍ଷ୍ମୀଙ୍କ ସହିତ ପୂଜା କରି ଘରେ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ପ୍ରତ୍ୟେକ ବୃହସ୍ପତି ବାର କିମ୍ବା ଗୋଟିଏ ଦୁଇଟି ବୃହସ୍ପତି ବାରରେ ବଦଳାଇ ଦିଅନ୍ତୁ । ସେହି କାଗଜକୁ ପୂଜା କରି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିଟ ଧନର ଅଭାବ ହେବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *