Excuse Me Odisha

ଯାହା କହିବୁ ସତ କହିବୁ

ବ୍ୟକ୍ତି ମଧ୍ୟରେ ଏହି ସାତୋଟି ଲକ୍ଷଣ ଥିଲେ ଜାଣି ନିଅନ୍ତୁ ସେ ମହାଦେବଙ୍କର ଖାସ ଭକ୍ତ । ଜାଣି ନିଅନ୍ତୁ ସେହି ସବୁ ଲକ୍ଷଣ ବିଷୟରେ ।

ସେୟାର୍ କରନ୍ତୁ

ଶିବପୁରାଣରେ ଆଠଟି ଖାସ ଲକ୍ଷଣ ବିଷୟରେ କୁହାଯାଇଛି । ଯାହା ଯଦି କୌଣସି ବ୍ୟକ୍ତି ମଧ୍ୟରେ ରହିଥାଏ ତେବେ ସେହି ବ୍ୟକ୍ତି ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେବେ କିଛି ଲୋକଙ୍କର ଗତ ଜନ୍ମର ମହାନ ପୁଣ୍ୟ କାରଣରୁ ହିଁ ଏହିଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । କହିରଖିବୁ ଯେ ସମଗ୍ର ସୃଷ୍ଟି ମହାଦେବଙ୍କ ଇଚ୍ଛା ଅନୁଯାୟୀ ଚାଲିଥାଏ । ଏମିତିକି ସୃଷ୍ଟିରେ ସବୁକିଛି କାର୍ଯ୍ୟ ମହାଦେବଙ୍କ ଇଚ୍ଛା ଅନୁଯାୟୀ ହିଁ ସଞ୍ଚାଳିତ ହୋଇଥାଏ । ମହାଦେବ ଯେଉଁ ଭଳି ଭାବରେ କରୁଣାକର ହୋଇଥାନ୍ତି ସେମିତି ଖୁବ କ୍ରୋଧି ହୋଇଥାନ୍ତି । ମହାଦେବଙ୍କ କ୍ରୋଧକୁ ସାମ୍ନା କରିବା ଅତ୍ୟନ୍ତ ଭୟଙ୍କର ମଧ୍ୟ ହୋଇଥାଏ ।

କିନ୍ତୁ ଯଦି ଭକ୍ତ ନିଷ୍ଠାର ସହିତ ଏକ ଲୋଟା ପାଣିବି ମହାଦେବଙ୍କୁ ଚଢ଼ାଇ ଥାଏ ତେବେ ମହାଦେବ କାହାପ୍ରତି ପାତର ଅନ୍ତର ନକରି ନିଜର କୃପା ବର୍ଷା କରିଥାନ୍ତି । ମାତ୍ର ପାପ କରୁଥିବା ବ୍ୟକ୍ତିଙ୍କ ପାଇଁ ମହାଦେବ ରୁଦ୍ର ଅଟନ୍ତି । ମହାଦେବଙ୍କ ଅସଲ ଭକ୍ତ କିନ୍ତୁ ଖୁବ ସାଧାରଣ ହୋଇଥାଏ ଏବଂ କେବେବି ନିଜ ଧନକୁ ନେଇ ଗର୍ବ ଅହଂକାର କରି ନଥାଏ ।

ଏମାନେ କେବେବି କାହାର ଅନିଷ୍ଠ କରନ୍ତି ନାହିଁ ଏବଂ କୌଣସି ପଶୁ ଉପରେ ଅତ୍ୟାଚାର କରନ୍ତି ନାହିଁ । ଯେଉଁଭଳି ମହାଦେବ ପଶୁପତି ହୋଇଥାନ୍ତି ସେହିଭଳି ତାଙ୍କ ଭକ୍ତଙ୍କ ମଧ୍ୟରେ ପଶୁ ପକ୍ଷୀଙ୍କ ପ୍ରତି ଦୟା ଏବଂ ପ୍ରେମ ରହିଥାଏ । ଯେଉଁ ବ୍ୟକ୍ତି ବିପୁଳ ଧନ ଅର୍ଜନ କରୁଥିବା ସତ୍ତ୍ୱେବି ତାର ଗର୍ବ ନଥାଏ ସେପରି ବ୍ୟକ୍ତି ମହାଦେବଙ୍କର ଅତ୍ୟନ୍ତ ଖାସ ହୋଇଥାଏ ।

ଯେଉଁ ପ୍ରକାରେ ନଦୀ ନିଜ ଜଳ ପାନ କରିନଥାଏ , ବୃକ୍ଷ ନିଜ ଫଳ ନିଜେ ସେବନ କରି ନଥାଏ ଏବଂ ବାୟୁ ନିଜ ଦ୍ୱାରା ପ୍ରସ୍ତୁତ ଶସ୍ୟର ସେବନ ନିଜେ କରେନାହିଁ , ସେହିଭଳି ମହାଦେବଙ୍କ କୃପା ଥିବା ବ୍ୟକ୍ତି ପରୋପକାରୀ ହୋଇଥାନ୍ତି ଏବଂ ସେମାନେ ସର୍ବଦା ଅନ୍ୟର ସେବାରେ ନିୟୋଜିତ ରହିଥାନ୍ତି । ଏପରି ବ୍ୟକ୍ତି ନିଜେ ପରିଶ୍ରମ କରନ୍ତି ଅନ୍ୟର ସାହାଯ୍ୟ ପାଇଁ ।

ଏମାନେ ସବୁବେଳେ ଅନ୍ୟର ସହାୟତା କରିଥାନ୍ତି । ଯେଉଁ ଭଳି ଭାବରେ ଅଧିକ ଫଳର ଭାରରେ ଗଛ ନଇଁ ଯାଇଥାଏ , ସେହିପରି ମହାଦେବଙ୍କ ଖାସ ଭକ୍ତ ଯେତେ ଅଧିକ ଧନ ସମ୍ପତ୍ତି ଅର୍ଜନ କରୁନା କାହିଁକି ସେ ସର୍ବଦା ବିନମ୍ର ଥାଏ ଏବଂ କେବେ ଗର୍ବ ନକରି ଅନ୍ୟକୁ ଦାନ କରିଥାନ୍ତି । ଏଭଳି ସଙ୍କେତ ଥିଲେ ମହାଦେବଙ୍କ ଖାସ ଭକ୍ତ ବୋଲି ଜାଣିଯିବା ଉଚିତ ।

ଯେଉଁ ବ୍ୟକ୍ତି ବଳବାନ ଏବଂ ଧନବାନ ହେବା ସତ୍ତ୍ୱେବି କାହାରି ଉପରେ ଅତ୍ୟାଚାର କରେ ନାହିଁ ସେହି ବ୍ୟକ୍ତି ହିଁ ମହାଦେବଙ୍କ ଭକ୍ତ ହୋଇଥାଏ । ଏହାବ୍ୟତୀତ ଯେଉଁ ବ୍ୟକ୍ତି ନିର୍ଦ୍ଧନ ହେବା ସତ୍ତ୍ୱେବି ଦାନଶୀଳ ହୋଇଥାଏ ଏବଂ ନିଜର ସାମ୍ୟର୍ଥ ଅନୁଯାୟୀ ସମୟ ସମୟରେ ଦାନ କରିଥାଏ ସେହି ବ୍ୟକ୍ତି ମହାଦେବଙ୍କର ହିଁ ପ୍ରିୟ ହୋଇଥାନ୍ତି ।

ଯେଉଁ ବ୍ୟକ୍ତି ଦୁର୍ଲଭ ବସ୍ତୁର ଆକାଂକ୍ଷା କରେ ନାହିଁ ଏବଂ ସମସ୍ୟା ଆସିଲେ କେବେ ଭୟ କରେନାହି , ସେହି ବ୍ୟକ୍ତି ମହାଦେବଙ୍କର ଅତି ଖାସ ହୋଇଥାଏ । ମାତ୍ର ମହାଦେବଙ୍କ ଭକ୍ତଙ୍କ ମଧ୍ୟରେ କ୍ରୋଧକୁ ନିୟନ୍ତ୍ରଣ କରିବାର ସାମ୍ୟର୍ଥ ନଥାଏ । ଏମାନଙ୍କ ମନ ସଚ୍ଚା ହୋଇଥିବାରୁ ଏମାନେ ଅନ୍ୟାୟକୁ କେବେ ସହ୍ୟ କରି ପାରନ୍ତି ନାହିଁ । ଏମାନେ ଅନ୍ୟାୟ ଅତ୍ୟାଚାର ଦେଖିଲେ ହିଁ କ୍ରୋଧିତ ହୁଅନ୍ତି ଏବଂ ଏମାନେ କେବେ ଛଳ କପଟ କରନ୍ତି ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *