Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେବି ଏହି ଦିଗରେ ଲଗାନ୍ତୁ ନାହିଁ ମୃତ ପରିଜନଙ୍କ ଫୋଟ । ନଚେତ ହୋଇଥାଏ ଏହିଭଳି ସମସ୍ୟା ।

ସେୟାର୍ କରନ୍ତୁ

ଭଗବାନ ବିଷ୍ଣୁଙ୍କ ଅନୁଯାୟୀ ଏବଂ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ଅଛି ଯେ ମନୁଷ୍ୟକୁ ତାର ଉନ୍ନତି ପାଇଁ ପୂର୍ବଜଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ମଧ୍ୟ ଜରୁରୀ ଅଟେ । ତେଣୁ ଏହି କାରଣରୁ ପ୍ରତ୍ୟେକ ବର୍ଷ ପରିବାର ଲୋକେ ପୂର୍ବ ପୁରୁଷଙ୍କର ଶ୍ରାଦ୍ଧ ତର୍ପଣ କରିଥାନ୍ତି । ଯାହାଦ୍ୱାରା ପୂର୍ବଜଙ୍କ ଆତ୍ମା ଶାନ୍ତି ହେବ ଏବଂ ମନୁଷ୍ୟକୁ ପୂର୍ବଜଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ । ସେହିଭଳି ପୂର୍ବଜଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଘରେ ସେମାନଙ୍କ ଫୋଟ ମଧ୍ୟ ଲଗାଇବା ଉଚିତ । କିନ୍ତୁ ଫୋଟ ଲଗାଇବା ସମୟରେ ତାହା କିଭଳି ଏବଂ କେଉଁଠି ଲଗାଇବା ଉଚିତ ସେ ବିଷୟରେ ଧ୍ୟାନ ଦେବା ଉଚିତ ।ଯାହା ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ କହିବୁ ।

ମନୁଷ୍ୟର ମୃତ୍ୟୁ ପରେ ସେ ଯମଲୋକକୁ ଯାଇଥାଏ ଏବଂ ସେହି ମାର୍ଗ ଅତ୍ୟନ୍ତ କଠିନ ହୋଇଥାଏ । ମାତ୍ର ପରିବାର ଲୋକଙ୍କ ଶ୍ରାଦ୍ଧ ତର୍ପଣ ଦ୍ୱାରା ମାର୍ଗ ସହଜ ହୋଇଥାଏ ଏବଂ ପୂର୍ବଜଙ୍କୁ ତୃପ୍ତି ମିଳିଥାଏ । ଶାସ୍ତ୍ର ଅନୁଯାୟୀ ମୃତ ବ୍ୟକ୍ତିଙ୍କର କିମ୍ବା ପୂର୍ବଜଙ୍କର ଫୋଟ ଲଗାଇବା ସମୟରେ ଉଚିତ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ନଚେତ ଘରେ ଅଶାନ୍ତି ହେବା ସହ ପୂର୍ବଜ ରୁଷ୍ଟ ମଧ୍ୟ ହୁଅନ୍ତି । ଯେମିତି ଘରେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଜିନିଷକୁ ଉଚିତ ସ୍ଥାନ ଏବଂ ଉଚିତ ଦିଗରେ ରଖିଲେ ଘରେ ସକାରାତ୍ମକତା ସୃଷ୍ଟି ହୋଇଥାଏ ସେହିଭଳି ପୂର୍ବଜଙ୍କ ଫୋଟ ଉଚିତ ଦିଗ ଏବଂ ସ୍ଥାନରେ ରଖିଲେ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ପୂର୍ବଜଙ୍କ ଫୋଟ ବନାଇବା ସମୟରେ ଧ୍ୟାନ ଦେବେ ଯେପରି ପୂର୍ବଜ ପ୍ରସନ୍ନ ମୁଦ୍ରାରେ ରହିବା ଉଚିତ ।

ନଚେତ କ୍ରୋଧିତ ମୁଦ୍ରାରେ ରହିଲେ ଛୋଟ ପିଲା ଦେଖି ଭୟ କରିବା ଦ୍ୱାରା ନକରାତ୍ମକତା ଆସିଥାଏ । ପୂର୍ବଜଙ୍କ ସାମ୍ନାରେ ଦୁଃଖୀ ହେବା ଉଚିତ ନୁହେଁ କିମ୍ବା କ୍ରୋଧିତ ହେବା ଉଚିତ ନୁହେଁ । ନଚେତ ପୂର୍ବଜ ଦୁଃଖୀ ହୁଅନ୍ତି । ପିତୃ ପକ୍ଷ ବ୍ୟତୀତ ଅନ୍ୟ ଦିନରେ ପିତୃ ପୁରୁଷଙ୍କ ଆବାହନ ହୁଅନ୍ତୁ । ପିତୃ ପକ୍ଷ ବ୍ୟତୀତ ଅନ୍ୟ ଦିନରେ ଯେଉଁ ଆତ୍ମା ଘରକୁ ପ୍ରବେଶ କରନ୍ତି ତାହା ଅତୃପ୍ତ ଆତ୍ମା ହୋଇଥାଏ । ଶାସ୍ତ୍ର ଅନୁଯାୟୀ ପିତୃ ପକ୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତିକୁ ପିତୃ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ସେହି ବ୍ୟକ୍ତି ଜୀବନରେ ଉନ୍ନତି କରିଥାନ୍ତି ।

ପୂଜଘରେ ପିତୃ ପୁରୁଷଙ୍କ ଫୋଟ ରଖିବା ଉଚିତ ନୁହେଁ । କାରଣ ଭଗବାନଙ୍କ ସହିତ ପିତୃ ପୁରୁଷଙ୍କ ଫୋଟ ରଖି ପୂଜା କରିବା ଉଚିତ ନୁହେଁ । ଏହାବ୍ୟତୀତ ଅନ୍ୟ କୌଣସି ମୃତ ସାଧୁ ସନ୍ଥଙ୍କ ଫୋଟ ମଧ୍ୟ ପୂଜଘରେ ରଖିବା ଉଚିତ ନୁହେଁ । ଭଗବାନଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ରହିଥାଏ ତେଣୁ ଭଗବାନଙ୍କ ତୁଳନା କାହାସହିତ କରିବା ଉଚିତ ନୁହେଁ । ଅକାଳ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଫୋଟ ରଖିବା ଉଚିତ ନୁହେଁ କିମ୍ବା ଶ୍ରାଦ୍ଧ ମଧ୍ୟ ଦେବା ଉଚିତ ନୁହେଁ । ମାତ୍ର ନାରାୟଣବଳି ପୂଜା କଲେ ସେହି ଫୋଟକୁ ଘରେ ଲଗାଇ ପାରିବେ । ପିତୃ ପୁରୁଷଙ୍କ ଫୋଟ ସବୁବେଳେ ଉତ୍ତର ଦିଗରେ ଲଗାଇବା ଉଚିତ । ଖାସକରି ଐଶାନ୍ୟ କୋଣରେ ପିତୃ ପୁରୁଷଙ୍କ ଫୋଟ ଲଗାଇବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *