Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଏହି ଜିନିଷ ମିଳିଗଲେ , ସମ୍ପୂର୍ଣ୍ଣ ବଦଳି ଯିବ ଆପଣଙ୍କ ଭାଗ୍ୟ । ପାଇଲେ ଆଦୋୖ ଛାଡ଼ନ୍ତୁନି ।

ସେୟାର୍ କରନ୍ତୁ

ବନସ୍ପତି ଶାସ୍ତ୍ରରେ ପ୍ରତ୍ୟେକ ବୃକ୍ଷର ମହତ୍ତ୍ୱ ଏବଂ ସେହି ବୃକ୍ଷରୁ ମିଳୁଥିବା ନାନା ପ୍ରକାରର ଲାଭ ଏବଂ ବିଭିନ୍ନ ପ୍ରକାରର ଅସାଧାରଣ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି । ମାତ୍ର ବାସ୍ତବରେ ହିଁ ପୃଥିବୀରେ ଉପସ୍ଥିତ ପ୍ରତ୍ୟେକ ବୃକ୍ଷ ଦେବଦେବୀଙ୍କ ସହିତ ଜଡ଼ିତ ଏବଂ ସେସବୁର ଏକ ଭିନ୍ନ ମହତ୍ତ୍ୱ ସହିତ ଆୟୁର୍ବେଦିକ କିମ୍ବା ଆଧ୍ୟାତ୍ମିକ ଲାଭ ରହିଥାଏ । ତେବେ ଆଜି ମଧ୍ୟ ଆମେ ଆପଣଙ୍କୁ ସେହି ଭଳି ଏକ ଗଛର ମହତ୍ତ୍ୱ ବିଷୟରେ କହିବୁ । ତେବେ ସେହି ଗଛ ହେଉଛି ବେଜାରୀ ଗଛ । ଏହି ଗଛର ମୂଳରେ ଅନେକ ଅଦ୍ଭୁତ ଶକ୍ତି ରହିଥାଏ । ତେଣୁ ଏହି ଗଛକୁ ପାଇଲେ ତାହାକୁ ଛାଡ଼ନ୍ତୁ ନାହିଁ ।

ଧଳା ରଙ୍ଗର ବେଜାରୀ ଗଛ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ଧଳା ବେଜାରୀ ଗଛ ଯେଉଁଠି ରହିଥାଏ ସେହି ଗଛର ମୂଳରେ ସୁନା ଚାନ୍ଦି ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତବ ଜିନିଷ ପୋତି ହୋଇ ରହିଥାଏ । ତେଣୁ ଯେଉଁଠି ଧଳା ବେଜାରୀ ଗଛ ଦେଖୁଛନ୍ତି ସେଠାରେ ଆପଣଙ୍କୁ ନିଶ୍ଚିତ ଧନ ପ୍ରାପ୍ତ ହେବ । ମାତ୍ର ଏହା ତିନୋଟି ସ୍ଥାନରେ ସମ୍ଭବ ଅଟେ । ପ୍ରଥମତଃ ସ୍ମଶାନରେ , ମନ୍ଦିର ପାଖରେ ଏବଂ ଜଙ୍ଗଲରେ ଏହି ବେଜାରୀ ଗଛ ଥିଲେ ସେଠାରୁ ନିଶ୍ଚୟ ଧନ ପ୍ରାପ୍ତ ହୋଇ ପାରିବ । ଯଦି ଏହାର ଗୋଟିଏ ଧଳା ଫୁଲକୁ ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ଜପ କରି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରି ଦିଅନ୍ତି ତେବେ ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୋଇଯିବେ ।

ଏହାଦ୍ବାରା ଆପଣଙ୍କ ଜୀବନରୁ ରୋଗ , ବ୍ୟାଧି , ଦାରିଦ୍ର୍ୟତା , କରଜ ସମସ୍ୟା ଇତ୍ୟାଦି ଦୂର ହୋଇଯିବ । ଏଭଳି ମଧ୍ୟ ମାନ୍ୟତା ରହିଛି ଯେ ଏହାର ମୂଳରେ ଅମୃତର ଏକ ବୁନ୍ଦା ମଧ୍ୟ ରହିଛି । ତେଣୁ ଶୋଇବା ସମୟରେ ଏହାକୁ ମୁଣ୍ଡ ପାଖରେ ରଖିଲେ ରୋଗାକ୍ରାନ୍ତ ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ହୋଇଯାଏ । କାହାରି ତନ୍ତ୍ର ବାଧା କାରଣରୁ ଆପଣ ସମସ୍ୟାରେ ଅଛନ୍ତି ଏବଂ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ଏହି ଗଛ ଆପଣଙ୍କୁ ସେଥିରୁ ମୁକ୍ତି ଦେଇ ପାରିବ । ଏହାର ମୂଳକୁ ନାଲି କପଡ଼ାରେ ବାନ୍ଧି ତକିଆ ତଳେ ରଖାଗଲେ ସ୍ୱପ୍ନରେ ଭୁତ , ଭବିଷ୍ୟ ଏବଂ ବର୍ତ୍ତମାନ ଦୃଶ୍ୟମାନ ହୋଇଥାଏ ।

ଯଦି ଆପଣ ଅନ୍ୟ କାହାରି ଭବିଷ୍ୟ ଦେଖିବାକୁ ଚାହୁଁଛନ୍ତି ତେବେ ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ହାତରେ ରଖି କୌଣସି ଭୁତ , ଭବିଷ୍ୟ ଏବଂ ବର୍ତ୍ତମାନର ମନ୍ତ୍ରକୁ ୧୦୮ ଥର ଜପ କରି ସେହି ବ୍ୟକ୍ତିଙ୍କ ନାମ ଏବଂ ଗୋତ୍ରର ନାମ ନିଅନ୍ତୁ । ଆପଣ ନିଶ୍ଚିତ ଭାବରେ ଭବିଷ୍ୟତ ଦେଖି ପାରିବେ । ଏହାଦ୍ବାରା ଚିଡ଼ିଚିଡ଼ାପଣ ଏବଂ କ୍ରୋଧ ମଧ୍ୟ ଦୂର ହୋଇଥାଏ । ଏହାଦ୍ବାରା ମନ ଶାନ୍ତ ରହେ । ଏହାର ମୂଳ ଏବଂ ବେଲର ମୂଳ ଘରେ ପୋତି ଦେଲେ ଘର ଉପରକୁ କୌଣସି ପ୍ରକାରର ବାଧା ଆସେନାହିଁ । ତନ୍ତ୍ର ବାଧା ଦୂର କରିବା ପାଇଁ ଧଳା ବ୍ୟତୀତ କୌଣସି ରଙ୍ଗର ବେଜାରୀ ଗଛ ଆଣି ଉପାୟ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *