Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ୧୮ ମଙ୍ଗଳବାର , ଚୁପଚାପ ଏହି ସ୍ଥାନରେ ପୋତି ଦିଅନ୍ତୁ ଏକ ଲେମ୍ବୁ । ପୁରା ଘର ଭରିଯିବ ଧନ ସମ୍ପତ୍ତି ।

ସେୟାର୍ କରନ୍ତୁ

ଅନେକ ପୁରା କାଳରୁ ଲେମ୍ବୁର ଅନେକ ବ୍ୟବହାର ପ୍ରଚଳିତ ହୋଇ ଆସୁଛି । ତେବେ ତାହା ସେବନ କ୍ଷେତ୍ରରେ ହେଉ କିମ୍ବା ନାନା ପ୍ରକାରର ଉପାୟ କ୍ଷେତ୍ରରେ ହେଉ । ଅନେକ ପୁରୁଣା କାଳରୁ ଲୋକେ ଲେମ୍ବୁକୁ ନଜର ଦୋଷରୁ ବର୍ତ୍ତିବା ପାଇଁ ମଧ୍ୟ ବ୍ୟବହାର କରି ଆସୁଛନ୍ତି । ତେବେ ଲେମ୍ବୁ ସ୍ୱାସ୍ଥ୍ୟ ବର୍ଦ୍ଧକ ମଧ୍ୟ ହୋଇଥାଏ । ଏହା ଶରୀରରେ ହେଉଥିବା ଏକାଧିକ ସମସ୍ୟାକୁ ଠିକ କରିଥାଏ । ଏଥିରେ ଭିଟାମିନ C ପ୍ରଚୁର ପରିମାଣରେ ରହିଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଲେମ୍ବୁର ଦଶଟି ମୁଖ୍ୟ ପ୍ରୟୋଗ ବିଷୟରେ କହିବୁ ।

୧ . ଅନେକ ପୁରା କାରଣରୁ ନଜର ଦୋଷ ଦୂର କରିବା ପାଇଁ ଲେମ୍ବୁ ଏବଂ ଲଙ୍କାକୁ ଏକତ୍ର ଘରର ଦ୍ୱାରରେ କିମ୍ବା କାର୍ଯ୍ୟସ୍ଥଳରେ ଟଙ୍ଗାଇ ଦିଆଯାଇଥାଏ । କୁହାଯାଏ ଯେ ଲେମ୍ବୁର ଖଟା ପଣ ଏବଂ ଲଙ୍କାର ତିକ୍ତ ଗୁଣ ନଜର ନାମକ ନକରାତ୍ମକତାକୁ ଅବଶୋଷିତ କରିଥାଏ ।

୨ . ସାଧରଣତଃ ଘରେ ନକରାତ୍ମକତା ରହିବା କାରଣରୁ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଏମିତିକି ନକରାତ୍ମକତା ଥିବା ଘରେ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହେନାହିଁ , କଳହ କ୍ଳେଶ ଏବଂ ବିବାଦ ଦେଖା ଦେଇଥାଏ । ସେହି ଘରେ କେବେବି କୌଣସି ପ୍ରକାରର ଉନ୍ନତି ହୁଏନାହିଁ । ଏପରି ସମସ୍ୟା ଥିଲେ ଘର ପରିସରରେ ଲେମ୍ବୁ ଗଛ ଲଗାଇବା ସହିତ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଦାହଣକୁ ଘର ଚାରିପଟେ ସାତ ଥର ପରିକ୍ରମା କରନ୍ତୁ ଏବଂ ଆଗାମୀ ଦିନ ସେହି ଚାରୋଟି ଲେମ୍ବୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା ଘରେ ଥିବା ନକରାତ୍ମକତା ଦୂର ହୋଇଯିବ ।

୩ .ଚାକିରୀରେ ସଫଳତା ମିଳୁ ନଥିଲେ କୌଣସି ମଙ୍ଗଳବାର ଦିନ ଗୋଟିଏ ଲେମ୍ବୁ ଏବଂ ଚାରୋଟି ଲବଙ୍ଗ ନେଇ କୌଣସି ହନୁମାନ ମନ୍ଦିର ଯାଇ ମନ୍ଦିର ମଧ୍ୟକୁ ପଶିବା ପୂର୍ବରୁ ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଶ୍ରୀହନୁମାନଙ୍କ ଚରଣରେ ଅର୍ପିତ କରି ମନରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ପ୍ରୟୋଗ କରିବା ଦ୍ୱାରା ଇଣ୍ଟରଭିଉରେ ସଫଳତା ମିଳିବା ସହିତ ଚାକିରୀରେ ମଧ୍ୟ ସଫଳତା ମିଳିଥାଏ ।

୪ . ଯଦି ଘରେ କୌଣସି ଛୋଟ ପିଲା କିମ୍ବା ବଡ଼ ଲୋକଙ୍କୁ ନଜର ଲାଗିଛି ତେବେ ଗୋଟିଏ ଲେମ୍ବୁ ନେଇ ତାହାକୁ ଛୋଟ ପିଲା ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଏକ ନୂଆ ଛୁରୀରେ ଚାରି ଭାଗ କରି ବାହାରେ ନେଇ ପୋତି ଦିଅନ୍ତୁ । ଦେଖିବେ ନଜର ଦୋଷ ଦୂର ହୋଇଯିଜ ।

୫ . କାର୍ଯ୍ୟ କ୍ଷେତ୍ରରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେଉନଥିଲେ କିମ୍ବା କାହାରି ଖରାପ ନଜର ପଡ଼ିଥିଲେ ଗୋଟିଏ ଲେମ୍ବୁ ନେଇ ତାହାକୁ ଅଭିମନ୍ତ୍ରୀତ କରି ଚାରି ଭାଗ କରି କାର୍ଯ୍ୟ କ୍ଷେତ୍ରରେ ଚାରି ଅଂଶରେ ରଖି ଦିଅନ୍ତୁ ଏବଂ ପରେ ଯାହାକୁ ଉଠାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ।

୬ . କୌଣସି ପ୍ରକାରର ଚାକିରୀ କିମ୍ବା ବିବାହ ଜନିତ ସମସ୍ୟା ଥିଲେ ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ଲେମ୍ବୁକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ହନୁମାନ ମନ୍ଦିରକୁ ଯାଆନ୍ତୁ ଏବଂ ” ଓଁ ହଂ ହନୁମତେ ନମଃ ” ମନ୍ତ୍ରର ଜପ କରନ୍ତୁ । ଦେଖିବେ ବିବାହରେ ବାଧା ଆସୁଥିଲେ ତାହା ମଧ୍ୟ ଦୂର ହୋଇଯିବ ।

୭ . ଘରେ କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ଭଲ ରହୁ ନଥିଲେ ଏକ ଲେମ୍ବୁ ନେଇ ସେହି ବ୍ୟକ୍ତିର ମୁଣ୍ଡ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସାତ ଥର ବୁଲାଇ ଏବଂ ଛୁରୀକୁ ୨୧ ଥର ବୁଲାଇ ସେହି ଲେମ୍ବୁକୁ ଚାରି ଭାଗ କରି ଦିଅନ୍ତୁ । ଏହାପରେ କୌଣସି ଉଚ୍ଚ ଛକକୁ ଯାଇ ଚାରି ଦିଗକୁ ଚାରୋଟି ଲେମ୍ବୁ ଫାଳ ଫିଙ୍ଗି ଦିଅନ୍ତୁ ।

୮ . ସନ୍ତାନ ପ୍ରାପ୍ତ ହେଉ ନଥିଲେ ଉତ୍ତରା ଫାଲ୍ଗୁନି ନକ୍ଷତ୍ରରେ ଏକ ଲେମ୍ବୁ ଗଛର ମୂଳ ଆଣି ଦେଶୀ ଗାଈ ଖୀରରେ ମିଶାଇ ପିଇଲେ ସନ୍ତାନ ପ୍ରାପ୍ତି ନିଶ୍ଚୟ ହେବ । କିନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ୱାରା କରନ୍ତୁ ।

୯ . ଧନ ସମ୍ପତ୍ତି ପ୍ରାପ୍ତ ହେଉ ନଥିଲେ ୪୧ ଟି ଶନିବାର ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଲେମ୍ବୁ ନିଜ ଉପର ଦେଇ ବୁଲାଇ ଭିନ୍ନ ଭିନ୍ନ ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ପତ୍ତି ସମସ୍ୟା ଦୂର ହୋଇଯିବ ।

୧୦ . କୌଣସି ସ୍ଥାନକୁ ବାହାରିବା ପୂର୍ବରୁ ପ୍ରଥମେ ଏକ ଲେମ୍ବୁ ଗାଡ଼ି ଚକ ତଳେ ରଖି ମଡ଼ାଇ ଦିଅନ୍ତୁ । ଯାହାଦ୍ୱାରା ଲେମ୍ବୁଟି ସମ୍ପୂର୍ଣ୍ଣ ଫାଟି ଯିବ । ଏହାଦ୍ବାରା ଯଦି ଆପଣଙ୍କ ଉପରେ କୌଣସି ସମସ୍ୟା ଆସିବାର ଥିବ ତାହା ସେହି ଲେମ୍ବୁ ସହିତ ଅଦୃଶ୍ୟ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *