Excuse Me Odisha

ଯାହା କହିବୁ ସତ କହିବୁ

ଯିଏ ଯେତେ ମାଗିଲେବି ସୁଦ୍ଧା , ଶ୍ରାବଣ ମାସରେ ଭୁଲରେବି କାହାକୁ ଦିଅନ୍ତୁ ନାହିଁ ଏହି ଚାରୋଟି ଜିନିଷ । ନଚେତ ମହାଦେବ ହୋଇଯିବେ କ୍ରୋଧିତ ।

ସେୟାର୍ କରନ୍ତୁ

ସମ୍ପୂର୍ଣ୍ଣ ଶ୍ରାବଣ ମାସ ମହାଦେବଙ୍କୁ ପ୍ରିୟ ଅଟେ ଏବଂ ଏହି ମାସରେ ଭକ୍ତ ନିଜର ଆରାଧନା ଦ୍ୱାରା ବହୁତ ଜଲଦି ମହାଦେବଙ୍କୁ ପ୍ରସନ୍ନ କରି ପାରିବ । କିନ୍ତୁ ଏହି ଶ୍ରାବଣ ମାସରେ ମହାଦେବଙ୍କ ପୂଜା ବିଧି ଠାରୁ ଆରମ୍ଭ କରି ବ୍ରତରେ କଣ ସେବନ କରିବେ , କେଉଁ କାମ ନକରିବେ ଏବଂ କେଉଁ ଜିନିଷ କାହାକୁ ଧାର ଦେବେ ନାହିଁ ସେହି ବିଷୟରେ ମଧ୍ୟ କୁହାଯାଇଛି । ଯାହାକୁ ପ୍ରତ୍ୟେକ ମନୁଷ୍ୟ ଜାଣି ରଖିବା ଉଚିତ । ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସରେ କେହିବି ବ୍ୟକ୍ତି ଯେତେ ମାଗିଲେବି ସୁଦ୍ଧା କିଛି ଜିନିଷ ଏପରି ଅଛି ଯାହାକୁ କୌଣସି ବ୍ୟକ୍ତିକୁ ଧାର ଆକାରରେ ଦେବା ଉଚିତ ନୁହେଁ । ନଚେତ ମହାଦେବ କ୍ରୋଧିତ ହେବେ ।

ମହାଦେବଙ୍କୁ ଶ୍ରାବଣ ମାସରେ କ୍ଷୀର ଦହି ଏବଂ ଧଳା ଜିନିଷ ଅର୍ପିତ କରିବାର ବିଧାନ ରହିଛି । ତେଣୁ ଏମିତିରେ ସନ୍ଧ୍ୟା କିମ୍ବା ସକାଳ ସମୟରେ ଯଦି କେହି ଆପଣଙ୍କୁ କ୍ଷୀର ଦହି ମାଗିବାକୁ ଆସୁଛନ୍ତି ତେବେ ଭୁଲରେ ଦିଅନ୍ତୁ ନାହିଁ । ଏହାବ୍ୟତୀତ ଏହି ସମୟରେ କାହାକୁ ଧନ ସମ୍ପତ୍ତି ଟଙ୍କା ଦେବା ଉଚିତ ନୁହେଁ କିମ୍ବା କାହାଠାରୁ ନେବା ମଧ୍ୟ ଉଚିତ ନୁହେଁ । ନଚେତ ଯଦି ଆପଣ କାହାକୁ ଦେଉଥାନ୍ତି ତେବେ ତାହା ଆଉ ଫେରିବ ନାହିଁ ଏବଂ ଯଦି ଆପଣ କାହାଠାରୁ ନେଉ ଥାଆନ୍ତି ତେବେ ଆପଣଙ୍କ କରଜ ଧୀରେ ଧୀରେ ବଢ଼ିବ । ଶ୍ରାବଣ ମାସରେ ମହାଦେବଙ୍କ ସହିତ ଜଡ଼ିତ କୌଣସି ଜିନିଷ , ଫଳ ମଧ୍ୟ କାହାକୁ ଦେବା ଉଚିତ ନୁହେଁ ଏବଂ ନିଜେ ପିନ୍ଧୁ ଥିବା ହାତ ଘଣ୍ଟା କାହାକୁ ଉପହାର ସ୍ୱରୂପ ମଧ୍ୟ ଦେବା ଉଚିତ ନୁହେଁ ।

ଏହାଦ୍ବାରା ଆପଣଙ୍କ ଭଲ ସମୟ କିମ୍ବା ଖରାପ ସମୟ ସେହି ଘଣ୍ଟା ସହିତ ଅନ୍ୟ ଲୋକର ଘରକୁ ଚାଲିଯିବ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଘରୁ ଚାଲି ଯାଆନ୍ତି । ଶ୍ରାବଣ ମାସରେ ରୋଷେଇ ଘରୁ କୌଣସି ତରଳ ଜିନିଷ ଯେମିତିକି ତେଲ ଘିଅ ଏବଂ ହଳଦୀ ଏହିସବୁ ସୌଭାଗ୍ୟର ପ୍ରତୀକ ଥିବା ଜିନିଷ ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯାଏ । ଶ୍ରାବଣ ମାସରେ ଦାନ ଧର୍ମର ମହତ୍ତ୍ୱ ରହିଛି । କିନ୍ତୁ ଏହି ସମୟରେ କଳା ଏବଂ ଧଳା ବସ୍ତ୍ର ମାର୍କେଟରୁ କିଣିବା ଉଚିତ ନୁହେଁ । କାହାଠାରୁ ଉପହାର ଆକାରରେ ନେବା ଉଚିତ ନୁହେଁ ଏବଂ କାହାକୁ ଉପହାର ସ୍ୱରୂପ ଦେବା ମଧ୍ୟ ଉଚିତ ନୁହେଁ ।

ନଚେତ ଏହାଦ୍ବାରା ଘରର ସୁଖ ସମୃଦ୍ଧି ଯିବା ସହିତ ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି । ଶ୍ରାବଣ ମାସରେ ଆପଣ କଳା ଏବଂ ଧଳା ରଙ୍ଗ ଛାଡ଼ି ଅନ୍ୟ ରଙ୍ଗର ପୋଷାକ କିଣି ଦାନ ସ୍ୱରୂପ ଦେଇ ପାରିବେ । କିନ୍ତୁ ପୁରୁଣା ପୋଷାକ ମଧ୍ୟ କାହାକୁବି ଦାନ ଆକାରରେ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ସମୃଦ୍ଧି ସେହି ପୋଷାକ ସହିତ ଅନ୍ୟ ଘରକୁ ଚାଲିଯିବ । ଶ୍ରାବଣ ମାସରେ ବିବାହିତା ମହିଳା ମାନେ ନିଜ ସୁହାଗ ସହିତ ଜଡ଼ିତ ଅର୍ଥାତ ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ କୌଣସିବି ଜିନିଷ ଅନ୍ୟ ମହିଳାଙ୍କୁ ଦେବା ଉଚିତ ନୁହେଁ । ବିଶେଷ କରି ବିବାହିତ ମହିଳା ସିନ୍ଦୁର , ମଙ୍ଗଳସୁତ୍ର ଏବଂ ପାଉଁଜି ଅନ୍ୟ କାହାକୁ ଧାର କିମ୍ବା ଦାନ କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *