Excuse Me Odisha

ଯାହା କହିବୁ ସତ କହିବୁ

ସମ୍ପୂର୍ଣ୍ଣ ୪୦୦ ବର୍ଷ ପରେ ଆସୁଛି ଜୁଲାଇ ୧୭ ବଡ଼ ସୋମବାର । ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦାରିଦ୍ର୍ୟତା ହୋଇଯିବ ଦୂର ।

ସେୟାର୍ କରନ୍ତୁ

ଶାସ୍ତ୍ରରେ ତୁଳସୀ ଗଛରେ ଏକ ଖାଅ ଜିନିଷ ବାନ୍ଧିବା ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାଦ୍ୱାରା ବ୍ୟକ୍ତିର ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଏ । କହିବାକୁ ଗଲେ ଭାରତ ସମେତ ଏକାଧିକ ଦେଶରେ ବର୍ତ୍ତମାନ ସମୟରେ ତୁଳସୀକୁ ଅତ୍ୟନ୍ତ ପବିତ୍ର ଏବଂ ଗୁଣକାରୀ ଗଛ ଭାବରେ ବିବେଚନା କରାଯାଉଛି । ତୁଳସୀ ଭଗବାନ ବିଷ୍ଣୁଙ୍କ ଅର୍ଧଙ୍ଗିନୀ ଏବଂ ଅମୃତ ତୁଲ୍ୟ ହୋଇଥାଏ । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ତ୍ରିଦେବ , ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଦେବଦେବୀ ମଧ୍ୟ ଉପସ୍ଥିତ ରହନ୍ତି । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ସେଥିରେ ନୀଳ କିମ୍ବା ଧଳା ରଙ୍ଗର ଚୁନି ନିଶ୍ଚୟ ବାନ୍ଧି ଦିଅନ୍ତୁ ଏବଂ ସମୟ ସମୟରେ ତାହା ଖରାପ ହୋଇଗଲେ କିମ୍ବା ଛିଡ଼ି ଗଲେ ବଦଳାଇ ଦିଅନ୍ତୁ ଏବଂ ତୁଳସୀ ବିବାହ କରାନ୍ତୁ । ଯାହାଦ୍ୱାରା ଜୀବନରେ କେବେବି ଦୁଃଖ କଷ୍ଟ ଆସିବ ନାହିଁ ।

ତୁଳସୀ ଗଛ ଘରେ ଥିଲେ କିଛି ନିୟମ ନିଶ୍ଚୟ ମାନ୍ୟ କରିବା ଉଚିତ । ଯେମିତିକି ତୁଳସୀ ଗଛ ପାଖରେ ଅପଶବ୍ଦ , ଜୋତା ଚପଲ ରଖିବା , ଛେପ ପକାଇବା , ଭଗବାନ ଶିବ ଏବଂ ଶ୍ରୀଗଣେଶଙ୍କ ପ୍ରତିମା ରଖିବା , ଲିଭି ଯାଇଥିବା ଦୀପ ରଖିବା , ଶୁଖିଲା ତୁଳସୀ ପତ୍ରକୁ କିମ୍ବା ଝଡ଼ି ଯାଇଥିବା ପତ୍ରକୁ ଏଣେତେଣେ ଫିଙ୍ଗିବା , ନଖରେ ତୁଳସୀ ପତ୍ର ଛିଡ଼ାଇବା ଇତ୍ୟାଦି ବର୍ଜିତ ଅଟେ ।

ଆପଣ ଶୁଖିଲା ତୁଳସୀ ପତ୍ରକୁ ଜଳରେ ପ୍ରବାହିତ କରି ପାରିବେ । ରବିବାର ଦିନ ତୁଳସୀ ପୂଜନ କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ମୂଳରେ ସକାଳ ସନ୍ଧ୍ୟାରେ ଦୀପ ନିଶ୍ଚିତ ଜାଳିବା ଉଚିତ । ବିବାହିତା ମହିଳା କେବେବି ନିଜ କେଶକୁ ଖୋଲା ରଖି ତୁଳସୀ ପୂଜନ କରିବା ଉଚିତ ନୁହେଁ । ସର୍ବଦା କେଶ ବାନ୍ଧି ସିନ୍ଦୁର ଲଗାଇ ପୂଜା କରିବା ଉଚିତ ।

ଭୁଲରେବି ଖରାପ ମାଟିରେ ତୁଳସୀ ଗଛ ଲଗାନ୍ତୁ ନାହିଁ । ଯଦି ଘରେ ଥିବା ତୁଳସୀ ଗଛ ଶୁଖିଯାଉଛି ତେବେ ଏହା ଭଲ ସଙ୍କେତ ନୁହେଁ । ଏହା ଘର ଉପରକୁ ଆସୁଥିବା ବିପଦ ବିଷୟରେ ଇଙ୍ଗିତ କରିଥାଏ । ତେଣୁ ତୁରନ୍ତ ତାହାକୁ ହଟାଇ ଆଉ ଏକ ତୁଳସୀ ଗଛ ଲଗାଇ ଦିଅନ୍ତୁ । ମାସିକ ଧର୍ମ ସମୟରେ ମହିଳା ମାନେ ଭୁଲରେବି ତୁଳସୀ ଗଛରେ ଜଳ ଅର୍ପିତ କରିବା ଉଚିତ ନୁହେଁ ।

ନଚେତ ଏହାଦ୍ବାରା ତୁଳସୀ ଗଛ ଶୁଖିଯାଇ ପାରେ । ଏହାବ୍ୟତୀତ ସର୍ବଦା ପାନୀୟ ଯୋଗ୍ୟ ପାଣି ହିଁ ତୁଳସୀ ଗଛରେ ଦେବା ଉଚିତ ଏବଂ ସେହି ସମୟରେ ମନରେ ଖରାପ ଚିନ୍ତନ ଆଣିବା ଉଚିତ ନୁହେଁ । ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ରଖନ୍ତୁ ଏବଂ ଏକାଧିକ ତୁଳସୀ ଗଛ ଥିଲେ କୌଣସି ପଡ଼ୋଶୀଙ୍କୁ ମଧ୍ୟ ଦେଇ ପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଘରେ ନାଗଫେଣି ଗଛ ରଖିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ଏହି ଗଛରେ କଣ୍ଟା ଥିବାରୁ ତାହା ନକରାତ୍ମକତାର ଉତ୍ସ ହୋଇଥାଏ । ତେବେ ସବୁ କଣ୍ଟା ଜାତୀୟ ଗଛ ନକରାତ୍ମକ ନୁହେଁ । ଖାସକରି ଘରେ ତୁଳସୀ ଗଛ ପାଖରେ ନାଗଫେଣି ଗଛ ଲଗାଇବା ଉଚିତ ନୁହେଁ । କାରଣ ଏହି ଗଛ ଭୁତ ପ୍ରେତକୁ ମଧ୍ୟ ଆକର୍ଷିତ କରିଥାଏ ।

ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇ ପାରିବେ । ଘରେ ତୁଳସୀ ଗଛ ଥିଲେ ଶାଳୀଗ୍ରାମ ନିଶ୍ଚିତ ରଖନ୍ତୁ ଏବଂ ତୁଳସୀ ଓ ଶାଳୀଗ୍ରାମ ବିବାହ କରାଇଲେ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଉଭୟ ପ୍ରସନ୍ନ ହୁଅନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଯେଉଁ ଘରେ ଶାଳୀଗ୍ରାମ ରହିଥାଏ ସେହି ଘରେ ରୋଗ ଆସିନଥାଏ ଏବଂ ସେହି ଘରର ଲୋକଙ୍କର ଉନ୍ନତି ହୋଇଥାଏ , ସୁଖ ସମୃଦ୍ଧି ବଜାୟ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *